Posted inଫୁରସତ

ବହି କିଣିବାକୁ ଚାପ ପ୍ରୟୋଗ କଲେ ସ୍କୁଲ ଦେବ ଜରିମାନା

ପାଟନା: ପାଟନା ଡିଭିଜନର ବେସରକାରୀ ସ୍କୁଲ୍‌ ଆଗାମୀ ସେଶନ୍‌ରେ ୭ ପ୍ରତିଶତରୁ ଅଧିକ ଦେୟ ବୃଦ୍ଧି କରିପାରିବେ ନାହିଁ ବୋଲି ଡିଭିଜନ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ଯ୍ୟଠାରୁ ବେଶି ବୃଦ୍ଧି କରିବାକୁ ହେଲେ ତା’ର କାରଣ ଜଣାଇବାକୁ ପଡିବ ଓ ଡିଭିଜନର ମୁଖ୍ୟଙ୍କ ବିନା ଅନୁମତିରେ ଯଦି ୭ ପ୍ରତିଶତରୁ ଅଧିକ ଦେୟ ବୃଦ୍ଧି କରାଯାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପାଟନା, ନାଲନ୍ଦା,ଭୋଜପୁର,ବକ୍ସର, ରୋହତାସ ଓ କୈସୁର ଜିଲାର ବେସରକାରୀ ସ୍କୁଲ ଗୁଡିକୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ବର୍ଷର ଦେୟ ବୃଦ୍ଧି ଲାଗି ନଭେମ୍ବର ୩୦ ସୁଦ୍ଧା ପ୍ରସ୍ତାବ ଦେବା ପାଇଁ କୁହାଯାଇଛି । ଅଭିଭାବକମାନେ ନିଜ ଇଚ୍ଛାରେ ଦେକାନରୁ ବହି ଓ ଖାତା କିଣିପାରିବେ। ସ୍କୁଲ ସେମାନଙ୍କ ଜଣାଶୁଣା ଦୋକାନରୁ ଏସବୁ କିଣିବା ଲାଗି ଚାପ ପକାଇ ପରିବନାହିଁ। ଯଦି ପକାନ୍ତି , ଅଭିଯୋଗ ଆସିଲେ ପ୍ରଥମ ଥର ୧ ଲକ୍ଷ ଓ ଦ୍ୱିତୀୟ ଥର ଅଭିଯୋଗ ହେଲେ ୨ ଲକ୍ଷ ଟଙ୍କା ଜରିମାନା ଦେବେ । ଏ ବାବଦରେ ତୃତୀୟଥର ଅଭିଯୋଗ ହେଲେ ସ୍କୁଲର ଆଫିଲେଶନ ରଦ୍ଦ କରାଯିବ। ପ୍ରତ୍ୟେକ ସ୍କୁଲ୍‌ ନିଜ ଓ୍ବେବ୍‌ସାଇଟ ଖୋଲିିବେ । ଏଥିରେ ଦେୟ ବାବଦରେ ସବୁ ବିବରଣୀ ପ୍ରଦାନ କରିବେ ଓ ଏହାର ଏକ କପି ନୋଟିସ ବୋର୍ଡରେ ବି ଲଗାଇବେ । ଛାତ୍ରୀ ଓ ଛାତ୍ରଙ୍କ ଲାଗି ଅଲଗା ଅଲଗା ଟଏଲେଟ କରିବାକୁ ପଡିବ। ଛାତ୍ରୀଙ୍କ ଟଏଲେଟ ସଫା କରିବା ପାଇଁ ମହିଳା ସଫେଇକର୍ମୀ ନିଯୁକ୍ତ ହେବେ। ଛାତ୍ରୀଙ୍କ ପାଇଁ ମହିଳା କାଉନସିଲର ବି ରହିବେ । ସ୍କୁଲର କାର୍ଯ୍ୟରତ ଗାର୍ଡ,ସଫେଇକର୍ମୀ,ଡ୍ରାଇଭର,ପିଅନଙ୍କ ଠିକଣା ୧୫ ଦିନ ମଧ୍ୟରେ ଥାନାରେ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ବସ୍‌ରେ ମ୍ୟୁଜିକ ସିଷ୍ଟମ ବି ରହିବନି। ଜିଲା ପରିବହନ ଅଧିକାରୀ ବସ୍‌ର ଯାଞ୍ଚ କରିବେ। ଯଦି ଏହାର ଉଲ୍ଲଂଘନ ହୁଏ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍କୁଲରେ ବୃଦ୍ଧି ପାଉଥିବା ଅପରାଧ ଆଶଙ୍କା କମ୍‌ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

ଖର୍ଗେଙ୍କ ମଞ୍ଚ ‘ଶୁଦ୍ଧିକରଣ’ ପ୍ରସଙ୍ଗକୁ ନେଇ ସଂସଦରେ ସରଗରମ ରାଜନୀତି, କଡ଼ା ଜବାବ ଦେଲେ ନଡ୍ଡା!

ନୂଆଦିଲ୍ଲୀ,୧୩।୮: ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ରାଜ୍ୟ ସଭାରେ ଏକ ବଡ଼ ଏବଂ ଗମ୍ଭୀର ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର…

ବିଡ଼ିଓର ପରିଚୟ କଲେ ଫୋନ୍‌, କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ଲୁଟିନେଲେ ଟଙ୍କା

ଉଦଳା, ୧୩।୮ (ସନ୍ତୋଷ ବାଛିନୀ): ନିଜକୁ ବିଡ଼ିଓର ପରିଚୟ ଦେଲେ ଆଉ କଲେଜରେ ସୋଲାର ପ୍ରୋଜେକ୍ଟ ବସାଇବାର ସ୍ବପ୍ନ ଦେଖାଇ ପ୍ରିନ୍ସିପାଲଙ୍କ ନିକଟରୁ ଟଙ୍କା ଲୁଟିନେଲେ ସାଇବର…

୧୭ ଅଗଷ୍ଟରେ ମଘା ନକ୍ଷତ୍ରରେ ପ୍ରବେଶ କରିବେ ସୂର୍ଯ୍ୟ, ମେଷ ସମେତ ୩ ରାଶିରେ ଧନବର୍ଷା

୧୭ ଅଗଷ୍ଟ ସକାଳେ ସୂର୍ଯ୍ୟ କେତୁଙ୍କ ଦ୍ୱାରା ଶାସିତ ମଘା ନକ୍ଷତ୍ରରେ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ପାଇଁ ନକ୍ଷତ୍ରର ଏହି ପରିବର୍ତ୍ତନ ସକାଳ ୮:୦୩ ରେ ଘଟିବ।…

ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ଜିଲାପାଳ, ସ୍ବାଧୀନତା ସଂଗ୍ରାମୀ ତ୍ୟାଗ ଓ ବଳିଦାନକୁ ମନେ ପକାଇ…

ଛତ୍ରପୁର,୧୩ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସ୍ବାଧୀନତା ଦିବସ ପୂର୍ବରୁ ଦେଶବ୍ୟାପୀ ‘ହର୍‌ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ ନିଜ ବାସଭବନରେ…

ଦାରିଙ୍ଗବାଡିରେ ହର୍‌ ଘର୍‌ ତ୍ରିରଙ୍ଗା: ଯୋଗଦେଲେ ଶହ ଶହ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୩।୮(ଅରୁଣ ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ଦେଶ ପାଳିବ ସ୍ବାଧୀନତା ଦିବସ। ଏହି ଅବସରରେ ସାରା ଦେଶ ଉତ୍ସବ ମୁଖର ହୋଇଥିବାବେଳେ ଏଥିରେ…

ଆହୁରି ସକ୍ରିୟ ହେଲା ଲଘୁଚାପ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କଲା IMD

ଭୁବନେଶ୍ବର,୧୩।୮: ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ ହେଲା ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri