ବସ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା, ୩୮ ଗୁରୁତର

ବ୍ରହ୍ମପୁର ଅଫିସ,୨୯।୧: ତପ୍ତପାଣି ଘାଟିରେ ବୁଧବାର ବଡି ଭୋରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଥିବାବେଳେ ୩୮ଜଣ ଗୁରୁତର ଆହତ ହୋଇଛନ୍ତି। ରାୟଗଡା ଜିଲ୍ଲା ଟିକିରି ରୁ ୪୮ ଜଣ ଯାତ୍ରୀଙ୍କୁ ନେଇ ପୁରୁଷୋତ୍ତମପୁର ଆସୁଥିବା ମାରୁତି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଯାହାଫଳରେ ବସଟି ଘାଟିରୁ ୫୦ ଫୁଟ ତଳକୁ ଖସିଯାଇଛି। ଖବର ପାଇ ଗଞ୍ଜମ ଏସପି ବ୍ରିଜେଶ ରାୟ ଓ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଯାଞ୍ଚ କରୁଛନ୍ତି। ଘନ କୁହୁଡି ଯୋଗୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ରାତ୍ର ଟିକିରିରୁ ଏକ ଯାତ୍ରୀବାହୀ ବାସ ତପ୍ତପାଣି ଦେଇ ବ୍ରହ୍ମପୁର ଆସୁଥିବାବେଳେ ଏହି ଦୁର୍ଘଟଣା ଘଟିଛି। ସେହିପରି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୧୪ ଜଣ ଲୋକ ଏମକେସିଜି ମେଡିକାଲରେ ଚିକିତ୍ସିତ ହେଉଥିବା ସୁପେରିଟେଣ୍ଡେଣ୍ଟ ସନ୍ତୋଷ କୁମାର ମିଶ୍ର ଖବରଦାତାଙ୍କୁ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା

ଲୋଇସିଂହା,୨୯।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ସୋମବାର ସକାଳେ ମୃତ୍ୟୁ ଘଟଛି l ମୃତ ଚାଷୀ...

୮ଜଣଙ୍କୁ କଳିଙ୍ଗ ପ୍ରତିଭା ସମ୍ମାନ

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ସଂସ୍କୃତି ଓ ସଂସ୍କୃତି ଏବଂ ଶିକ୍ଷାବିତ୍‌ ହାଡିବନ୍ଧୁ ହାଲି ଫାଉଣ୍ଡେଶନ୍‌ ପକ୍ଷରୁ ଶୁକ୍ରବାର ସୂଚନା ଭବନଠାରେ ୫ମ ରାଜ୍ୟସ୍ତରୀୟ କଳିଙ୍ଗ ପ୍ରତିଭା ସମ୍ମାନ...

ବର୍ଷାରେ ଭିଜି ରାସ୍ତା ମରାମତି କଲେ ୨ ଯୁବକ

ଆନନ୍ଦପୁର,୨୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଦେଇ ଯାଇଥିବା ୨୦ ନଂ. ଜାତୀୟ ରାଜପଥର ଶାଳପଡ଼ାରୁ ଖପରାଖାଇ ପର୍ଯ୍ୟନ୍ତ ସର୍ଭିସରୋଡ୍‌ର ଅବସ୍ଥା ବେହାଲ ହୋଇଛି। ଜାତୀୟ ରାଜପଥ...

ବାତ୍ୟା: ଶୂନ ଜୀବନହାନି ଉପରେ ଗୁରୁତ୍ୱ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ସଙ୍କଟ ପରିଚାଳନା କମିଟି (ଏନ୍‌ସିଏମ୍‌ସି) ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା...

ଅନୁଭବଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

କଟକ ଅଫିସ,୨୮।୮: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି କଟକ ଜିଲା ପରିବାର...

ସମୁଦ୍ରକୁ ଗଲେ ୨ କୋଟି କଇଁଛ ଶାବକ

ରାଜନଗର, ୧୫ା୫(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥାରେ ୫ ଦିନ ହେଲା ବିରଳ ଦୃଶ୍ୟ ଦେଖିବାକୁ ମିଳୁଛି। ଗାତରୁ ବାହାରି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛ ଶାବକ...

ଘରେ ଥିବା କୋଭିଡ-୧୯ ରୋଗୀଙ୍କୁ ଏହି ମେଡିସିନ ଖାଇବାକୁ ପରାମର୍ଶ

ଭୁବନେଶ୍ୱର,୫ା୧୦(ବ୍ୟୁରୋ)-ରାଜ୍ୟରେ କୋଭିଡ-୧୯ ମହାମାରୀ ସଂକ୍ରାମକ ରୂପ ଧାରଣ କରିଛି। ୮୦ ପ୍ରତିଶତ ଆଂଶିକ ଲକ୍ଷଣ ଥିବା କୋଭିଡ ସଂକ୍ରମିତଙ୍କୁ ନିଜ ଘରେ ସଙ୍ଗରୋଧରେ ରହିବାକୁ ପସନ୍ଦ...

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ, କ୍ରୟ ସମନ୍ଧୀୟ ପ୍ରଶିକ୍ଷଣ ଶିବିର

ଲାଞ୍ଜିଗଡ,୨୭ା୪(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ସମନ୍ବିତ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ତାହାର କ୍ରୟ...

Advertisement
Archives

Model This Week