ବସ୍‌ରୁ ଓହ୍ଲାଇ ଘରକୁ ପଳାଇଲେ ପ୍ରବାସୀ

କଟକ ଅଫିସ୍‌,୧୨ା୫: ପ୍ରବାସୀ ଫେରନ୍ତାଙ୍କ ରହଣି ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ତଥାପି ଅନେକ ଫେରନ୍ତା ସରକାରୀ ନିୟମକୁ ମାନୁନାହାନ୍ତି। ବସ୍‌ରେ ଫେରିବା ବେଳେ ରାସ୍ତାରେ ଓହ୍ଲାଇ ଏଣେତେଣେ ବୁଲାବୁଲି କରୁଛନ୍ତି। ଏପରିକି ନିଜ ଘରକୁ ଚାଲିଯାଉଛନ୍ତି। ସୋମବାର ଭୋର୍‌ରେ କେତେଜଣ ପ୍ରବାସୀ କଟକ ଓଏମ୍‌ପି ଛକରେ ଓହ୍ଲାଇ ଫେରାର୍‌ ହୋଇଯାଇଥିବା ଜଣାପଡ଼ିଛି। ଏହା କଟକ ଜିଲା ପ୍ରଶାସନର ଚିନ୍ତା ବଢ଼ାଇଛି।
ସୋମବାର ଭୋର୍‌ରେ ତାମିଲନାଡୁରୁ ଆସିଥିବା ଏକ ବସ୍‌ରୁ କେତେଜଣ ପ୍ରବାସୀ ଓହ୍ଲାଇଥିଲେ। ସେମାନେ ଏଣେତେଣେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ବସ୍‌ରେ କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ଜିଲାର ଲୋକେ ଥିଲେ। ଏହି ଘଟଣା ନେଇ ଜଗତସିଂହପୁର ଜିଲାପାଳଙ୍କ ପକ୍ଷରୁ ଟୁଇଟ୍‌ କରାଯାଇଛି ଯେ, ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀ ଏବଂ ବସ୍‌ର ପଞ୍ଜୀକରଣ କରାଯାଉଛି। କିନ୍ତୁ ଏମାନେ ବିନା ପଞ୍ଜୀକରଣରେ ଆସିଥିଲେ। ୧୪ଜଣ ବସ୍‌ରୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ୩ଟି ଅଟୋରେ ୮ଜଣ ଚାଲିଯାଇଥିଲେ। ଏମାନେ ସମସ୍ତ ନିୟମ ଉଲ୍ଲଂଘନ କରିଛନ୍ତି। ଅନ୍ୟ ୬ଜଣଙ୍କୁ କଟକ ଜେକେବିକେ କଲେଜସ୍ଥିତ କ୍ବାରାଣ୍ଟାଇନ୍‌ ସେଣ୍ଟର୍‌ରେ ରଖାଯାଇଛି। ଜଗତସିଂହପୁର ଜିଲା ନୋଡାଲ୍‌ ଅଫିସର୍‌ ଏନେଇ ସେଣ୍ଟର୍‌ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ ପ୍ରଥମେ ସେଠାରେ ରଖିବା ପରେ ଜିଲାକୁ ଅଣାଯାଉଛି।
ନିୟମିତ ବ୍ୟବଧାନରେ ବାହାର ଜିଲାର ପ୍ରବାସୀ ଫେରନ୍ତାମାନେ ବସ୍‌ରୁ କଟକ ସହରରେ ଓହ୍ଲାଉଥିବାରୁ ଜିଲା ପ୍ରଶାସନ ଚିନ୍ତାରେ ପଡ଼ିଯାଇଛି। ଏ ନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବାହାର ଜିଲାର ପ୍ରବାସୀଙ୍କୁ କିପରି ତାଙ୍କ ଜିଲାକୁ ପଠାଯିବ ସେନେଇ ଆଲୋଚନା ହୋଇଥିଲା। ଜେକେବିକେ କଲେଜସ୍ଥିତ କ୍ବାରାଣ୍ଟାଇନ୍‌ ସେଣ୍ଟର୍‌ରେ ପ୍ରବାସୀଙ୍କ ସଂଖ୍ୟା ବଢ଼ୁଛି। ତେଣୁ ଗୋପାଳପୁର ଏଲ୍‌ଆଣ୍ଡଟି କେନ୍ଦ୍ରରେ ଏଭଳି ସୁବିଧା କରାଯିବ। ସଦର ଉପଜିଲାପାଳ ଶୁଭ୍ରାଂଶୁ ମିଶ୍ର ଏହାର ଦାୟିତ୍ୱରେ ରହିବେ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଉପଜିଲାପାଳ ମିଶ୍ରଙ୍କ ସମେତ କଟକ ଡିସିପି ଅଖିଳେଶ୍ୱର ସିଂ, ସିଏମ୍‌ସି କମିଶନର ଅନନ୍ୟା ଦାସ, ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ, ଡିଆର୍‌ଡିଏ ପିଡି ଅବଦଲ ଅଖତର୍‌, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସତ୍ୟବ୍ରତ ଛୋଟରାୟ, ଜିଲା ଶ୍ରମ ଅଧିକାରୀ ବନମାଳି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଇଦାନରେ ୨୦୪ ପ୍ରାର୍ଥୀ

ଅନୁଗୋଳ ଅଫିସ,,୧୫।୩ ଅନୁଗୋଳ ଜିଲାରେ ପୌର ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି। ସୋମବାର ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସମୟ ସୀମା ଶେଷ ହେବା ପରେ...

ସକ୍‌ପିଟ୍‌ ନିର୍ମାଣରେ ଅନିୟମିତତା ଅଭିଯୋଗ

ଭଣ୍ଡାରିପୋଖରୀ,୨୨ା୫: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତରେ ସକ୍‌ପିଟ୍‌ ନିର୍ମାଣରେ ଅନିୟମିତତା ନେଇ ଅଭିଯୋଗ ହେଉଛି। ଜଳ ଓ ପରିମଳ ବିଭାଗର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ...

ମୁମ୍ବାଇରେ ପୁଣି ବଢ଼ୁଛି କରୋନା ମାମଲା: ମହାରାଷ୍ଟ୍ରକୁ ଚିଠି ଲେଖିଲା କେନ୍ଦ୍ର

ମୁମ୍ବାଇ,୧୬।୩: ସମଗ୍ର ଦେଶରେ ଏଚ୍‌୨ଏନ୍‌୩ ଇନ୍‌ଫ୍ଲୁଏଞ୍ଜା ଫ୍ଲୁ ବୃଦ୍ଧି ମଧ୍ୟରେ କରୋନା ଭାଇରସ୍‌ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୁଣି...

ପଞ୍ଚଭୂତରେ ବିଲୀନ ହେଲେ ଶାନ୍ତି ଦେବୀ

ଗୁଣପୁର,(ଡି.ଏନ୍‌.ଏ.)/ରାୟଗଡ଼ା ଅଫିସ, ୧୮।୧: ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୮ବର୍ଷ...

ପରପାରିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର,୨୫।୨(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଶୁକ୍ରବାର ସନ୍ଧ୍ୟାରେ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଶେଷ ନିଃଶ୍ୱାସ...

ଅଜ୍ଞାତବାସରେ ସମିତି ସଭ୍ୟ

ଗଞ୍ଜାମ,୧।୩(ଡି.ଏନ୍‌.ଏ.): ସରିଲା ନିର୍ବାଚନ ପ୍ରକାଶ ପାଇଲା ଫଳାଫଳ। ବର୍ତମାନ ଅଧକ୍ଷ ପଦ ପାଇଁ ଘୋଡ଼ା ବେପାର ଆରମ୍ଭ ହୋଇଛି। ନବନିର୍ବାଚିତ ପଞ୍ଚାୟତ ସମିତି ସଭ୍ୟମାନେ ବର୍ତ୍ତମାନ...

ବ୍ରାଜିଲ୍‌କୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ, ୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନ ପିଛା ୯୦ ହଜାରରୁ ଅଧିକରେ ପହଞ୍ଚିଛି।...

ଟିକାକରଣ ପ୍ରମାଣପତ୍ରରେ ପୁଣି ରହିବ ପ୍ରଧାନମନ୍ତ୍ରୀଙ୍କ ଫଟୋ…

ନୂଆଦିଲ୍ଲୀ, ୨୬।୩ : ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମାପ୍ତ ହେବା ସହିତ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ପୁଣି...

Advertisement
Archives

Model This Week