ବସ୍‌ଉଠ, ମାଡ଼ ଘଟଣା: ଏନ୍‌ଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ଉଲ୍ଲଂଘନକାରୀଙ୍କୁ ପୋଲିସ ପିଟିବା ସହ ବସ୍‌ଉଠ କରି ଦଣ୍ଡ ଦେଉଥିବା ଦେଖିବାକୁ ମିଳୁଛି। ଏହି ଘଟଣା ଏବେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚତ୍ଛି। ବୁଧବାର ଶହୀଦନଗରରେ ପୋଲିସ ୩ ଜଣ ବାଇକ୍‌ ଚାଳକଙ୍କୁ ରାସ୍ତା ଉପରେ ବସ୍‌ଉଠ କରିବା ସହ ତାତିଯାଇଥିବା ପିଚୁରାସ୍ତାରେ ବସାଇ ଦେଇଥିଲା। ଆଉ କେତେଜଣଙ୍କୁ ଆଣ୍ଠେଇବାକୁ ମଧ୍ୟ ପୋଲିସ ବାଧ୍ୟ କରିଥିଲା। ବଲାଙ୍ଗୀର ଓ ଭବାନୀପାଟଣା ଅଞ୍ଚଳରେ ସାଇକେଲରେ ଗ୍ରସେରି ନେଇ ଫେରୁଥିବା ଲୋକଙ୍କୁ ପୋଲିସ ଅମାନୁଷିକ ଭାବେ ମାଡ ମାରିଥିଲା। ଏହା ମାନବାଧିକାରର ଉଲ୍ଲଂଘନ ହୋଇଥିବାରୁ ଆଇନ୍‌ ସେବା ସଂସ୍ଥା କ୍ଲାପ୍‌ ସଭାପତି ଡ. ବିକାଶ ଦାସ ଏନ୍‌ଏଚ୍‌ଆରସ୍‌ରେ ଏକ ପିଟିଶନ ଦାଖଲ କରିଛନ୍ତି। ଡ. ଦାସ କହିଛନ୍ତି, ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି ଲୋକଙ୍କୁ ବାହାରକୁ ଯିବା ପାଇଁ ସରକାର ଅନୁମତି ଦେଇଛନ୍ତି। ତେଣୁ ଲୋକମାନେ ଘରୁ ବାହାରୁଛନ୍ତି। ମାତ୍ର ପୋଲିସ ସେମାନଙ୍କ କଥା ନ ଶୁଣି ଆମାନୁଷିକ ଭାବେ ମାଡ ମାରିବା ସହ ବସ୍‌ଉଠ କରୁଛି ା ପୋଲିସ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ, କିନ୍ତୁ ରାସ୍ତା ଉପରେ ବସ୍‌ଉଠ ବା ମାଡ ମାରିପାରିବ ନାହିଁ। ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ କରିବାକୁ ସେ କମିଶନଙ୍କୁ ଅନୁରୋଧ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଦିନ ବର୍ଷା, ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ: ବଜ୍ରପାତ ନେଇ ଆଜି ୯ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୯ା୧(ବ୍ୟୁରୋ): ରାଜ୍ୟରେ ପୁଣି ବର୍ଷା ହେବାର ସମ୍ଭାବନା। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

ଭଲ ପ୍ରଦର୍ଶନ କରୁଥିବା ବ୍ୟାଙ୍କ ପୁରସ୍କୃତ ହେବେ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୨(ବ୍ୟୁରୋ): ରାଜ୍ୟର କୃଷକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏସ୍‌ଜି) ଏବଂ ଏମ୍‌ଏସ୍‌ଏମ୍‌ଇକୁ ଋଣ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଥନୀତିର...

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଛୁଇଁଲା

ଭୁବନେଶ୍ୱର,୨୩।୪(ବ୍ୟୁରୋ) – ରାଜ୍ୟରେ ପୁଣି ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଁଚିଛି। ଏ ସମ୍ପର୍କରେ ଗୁରୁବାର ରାଜ୍ୟ...

ମିଳିଲାନି ଆଇସିୟୁ, ଚିକିତ୍ସାରେ ଅବହେଳା ଅଭିଯୋଗ; ମହିଳା କର୍ମଚାରୀଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା

ଭୁବନେଶ୍ୱର, ୧୧।୭(ବ୍ୟୁରୋ) କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ହସ୍ପିଟାଲରେ ଆଇସିୟୁ ବେଡ୍‌ ଫାଙ୍କା ନ ଥିବାରୁ ତାଙ୍କୁ ଓ୍ବାର୍ଡରେ ରଖି...

ବିଗ୍‌ବଜାର ପକ୍ଷରୁ ପ୍ଲାଷ୍ଟିକ ସଚେତନତା: ‘ପ୍ଲାଷ୍ଟିକ ଭରୋ-ରିସାଇକେଲ କରୋ’ ଆରମ୍ଭ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଫ୍ୟୁଚର ଗ୍ରୁପର ରିଟେଲ ଚେନ୍‌ ବିଗ୍‌ବଜାର ପକ୍ଷରୁ ଭୁବନେଶ୍ୱରରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ‘ପ୍ଲାଷ୍ଟିକ ଭରୋ-ରିସାଇକେଲ କରୋ’ଆରମ୍ଭ ହୋଇଛି। ୟୁନାଇଟେଡ ନେଶନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ...

ମୁଲତବୀ ଆଲୋଚନା ଏଣିକି ୯୫ ମିନିଟ

ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ସମୟ ନିର୍ଘଣ୍ଟ ପbନଃନିର୍ଦ୍ଧାରଣ ହୋଇଛି। ୯୦ମିନିଟ୍‌ ପରିବର୍ତ୍ତେ ଏଣିକି ମୁଲତବୀ ଆଲୋଚନା ୯୫ ମିନିଟ କରିବାକୁ ବାଚସ୍ପତି...

CORONAVIRUS UPDATE: ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୨୧୭ ଆକ୍ରାନ୍ତ, ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୬,୭୦୩କୁ ବୃଦ୍ଧି

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଜ୍ୟରେ ଆଉ ୨୧୭ କରେନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଗଞ୍ଜାମର ସର୍ବାଧିକ ୯୮ଜଣ ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧାରୁ ୧୮,...

ଜୁଲାଇ ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱର ୧ ନମ୍ବର ହାଟ ବନ୍ଦ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭୁବନେଶ୍ୱର ୧ ନମ୍ବର ହାଟକୁ ବନ୍ଦ କରାଯାଇଛି। ଶୁକ୍ରବାରଠାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ହାଟ ବନ୍ଦ କରାଯାଇଛି। ଉଭୟ ହୋଲ୍‌ସେଲ୍‌ ଓ ରିଟେଲ ବ୍ୟବସାୟୀଙ୍କ...

Advertisement
Archives

Model This Week