ବସ୍ତିରେ ହୋଇନାହିଁ ସଂକ୍ରମଣ: ବିଏମ୍‌ସି

ଭୁବନେଶ୍ୱର, ୧୨ା୫(ବ୍ୟୁରୋ): କରୋନା ସଂକ୍ରମଣରେ ରୋକ୍‌ ଲଗାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନାନା ପଦକ୍ଷେପ ହାତକୁ ନେଇଛି। ବିଏମ୍‌ସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ସହରର ସମସ୍ତ ବସ୍ତି ଅଞ୍ଚଳକୁ ଆକ୍ଟିଭ୍‌ ସର୍ଭିଲାନ୍ସରେ ରଖାଯାଇଛି। ଲକ୍ଷଣ ଥିବା ସମସ୍ତ ବସ୍ତିବାସିନ୍ଦାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଏଯାବତ୍‌ ବସ୍ତି ଅଞ୍ଚଳରେ କୌଣସି ସଂକ୍ରମଣ ହୋଇ ନାହିଁ। ସ୍ବାସ୍ଥ୍ୟ ପରୀକ୍ଷା ଓ ବିଏମ୍‌ସି ଡାକ୍ତରୀ ଦଳର ରିପୋର୍ଟରେ କୌଣସି ବି ପଜିଟିଭ୍‌ ଆସିନାହିଁ। ଏଥିସହ ଅଙ୍ଗନଓ୍ବାଡି, ଆଶା କର୍ମୀମାନେ ଦୈନିକ ଘରକୁ ଘର ବୁଲି ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ବିଏମ୍‌ସି ଦାୟିତ୍ୱ ଦେଇଛି। ଥଣ୍ଡା, କାଶ, ଜ୍ୱର ରହୁଥିଲେ ତୁରନ୍ତ ତାଙ୍କ ନାମ ପଞ୍ଜୀକରଣ କରି ବିଏମ୍‌ସିକୁ ଅବଗତ କରିବା ପାଇଁ କୁହାଯାଇଛି। ସୂଚନା ମିଳିବାମାତ୍ରେ ଡାକ୍ତରୀ ଦଳ ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ବିଏମ୍‌ସି ନିଜର ଡାକ୍ତରୀ ଦଳକୁ ଭିନ୍ନ ଭିନ୍ନ ଜୋନ୍‌ ଦାୟିତ୍ୱ ଦେଇଛି। ଅଧିକ ସତର୍କତାର ସହ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ବିଏମ୍‌ସି ପରାମର୍ଶ ଦେଇଥିବା ସାହୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅନ୍ୟରାଜ୍ୟରେ ଅଧିକାଂଶ ପଜିଟିଭ୍‌ ବସ୍ତି ଅଞ୍ଚଳରୁ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏଭଳି ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ ବିଲ୍‌ ପାରିତ

ଭୁବନେଶ୍ୱର,୧୩।୩(ବ୍ୟୁରୋ): ହଟ୍ଟଗୋଳ ମଧ୍ୟରେ ଶୁକ୍ରବାର ବିଧାନସଭାରେ ଓଡ଼ିଶା ବୃତ୍ତିଗତ ଶିକ୍ଷାନୁଷ୍ଠାନ (ରେଗୁଲେଶନ ଅଫ୍‌ ଆଡ୍‌ମିଶନ ଆଣ୍ଡ ଫିକ୍ସେଶନ ଅଫ୍‌ ଫି) ସଂଶୋଧନ ବିଲ୍‌-୨୦୨୧ ବାଚନିକ ମତଦାନରେ...

‘ପିଏମ୍‌ ପୋଷଣ’ ଦ୍ବିତୀୟ କିସ୍ତି ପ୍ରଦାନ କରିବାକୁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୧୭।୩(ବ୍ୟୁରୋ):୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପିଏମ୍‌ ପୋଷଣ ଯୋଜନାର ଦ୍ବିତୀୟ କିସ୍ତି ଶୀଘ୍ର ପ୍ରଦାନ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ...

ଭୟ କରନାହିଁ , ଭାକ୍ସିନ୍‌ ନିଅ, ମାଗଣାରେ ବିୟର ପିଅ: ରାଷ୍ଟ୍ରପତି…

ଓ୍ବାଶିଂଟନ,୩।୬: କରୋନା ମହାମାରୀ ବିରୋଧରେ ପୃଥିବୀ ବ୍ୟାପୀ ଲଢ଼େଇ ଜାରି ରହିଛି। କରୋନା ଲଢ଼େଇରେ ଭାକ୍ସିନ୍‌ ଏକମାତ୍ର ବିକଳ୍ପ ସାବ୍ୟସ୍ତ ହୋଇଛି। ଏପରିସ୍ଥଳେ ଜନସାଧାରଣଙ୍କୁ ଭାକ୍ସିନ୍‌...

ନୂଆ ମୋଟର ଯାନ ନିୟମକୁ ନେଇ ଭୁବନେଶ୍ୱରରେ ହଙ୍ଗାମା: ପୋଲିସ ଗାଡ଼ି ସହ ୩ ସରକାରୀ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କଲେ ଉତ୍ତ୍ୟକ୍ତ ଲୋକେ

ଭୁବନେଶ୍ୱର,୭।୯(ବ୍ୟୁରୋ): ଭୁବନେଶ୍ୱର ରାଜମହଲ ଛକରେ ନୂଆ ମୋଟର ଯାନ ନିୟମକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ସରକାରୀ ଓ ପୋଲିସ ଗାଡିକୁ ଯାଞ୍ଚ...

ଅରୂପଙ୍କ ବିରୋଧରେ ଥାନାରେ ଏତଲା

ଭୁବନେଶ୍ବର, ୧୮ା୨(ବ୍ୟୁରୋ): ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ମହିଳା ଆଇଆଇସିଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ନେଇ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି।...

କୋଭିଡ୍‌ ନିୟମ ଉଲ୍ଲଂଘନ: ଅମାନିଆଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ଝାରସୁଗୁଡା ଅଫିସ,୨୫।୭: କରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଟକଣା ଜାରି କରାଯାଇଛି। ଜିଲାର ବିଭିନ୍ନ ସ୍ଥାନରେ କୋଭିଡ୍‌ କଟକଣାକୁ...

ସଶକ୍ତ ହେଉନି ସଡ଼କ

ବଇଣ୍ଡା,୩୧ା୭ ଗାଁ ରେ ମିଳୁନି ମୌଳିକ ସୁବିଧା। ବିଶେଷକରି ରାସ୍ତାକୁ ନେଇ ଦୂର ହେଉନି ଅସୁବିଧା। ବର୍ଷା ହେଲେ କାଦୁଅ ପଚ ପଚ ପଥ ଦେଇ...

ପ୍ରାର୍ଥତ୍ପତ୍ର ଦାଖଲ କଲେ ବିଶ୍ୱକେଶନ

ପୁରୀ ଅଫିସ,୨୭।୪: ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ସୋମବାର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଦଳୀୟ ସମର୍ଥକଙ୍କ ଗ୍ରହଣରେ ଆସି...

Advertisement
Archives

Model This Week