Posted inUncategorized

ବସୁଛି ବୈଠକ, ହେଉନି ସମାଧାନ: ହଳଦିଆପଦର ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପ୍ରସଙ୍ଗ ବିଧାୟକ, ଏମ୍‌ପି – ବସ୍‌ମାଲିକ ସଂଘ ଆଲୋଚନା

ବ୍ରହ୍ମପୁର ଅଫିସ,୧୫ା୮-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦରରେ ନିର୍ମିତ ନୂତନ ବସ୍‌ ଟର୍ମିନାଲ ଉଦ୍‌ଘାଟନକୁ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଛି ା ତଥାପି ଟର୍ମିନାଲରୁ ବସ୍‌ ଚଳାଚଳ ତଥା କାର୍ଯ୍ୟକ୍ଷମ କରିବାରେ ପ୍ରଶାସନ ବିଫଳ ହୋଇଛି ା ବାରମ୍ବାର ବୈଠକ ବସୁଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରୁନାହିଁ ା ଏନେଇ ବିଡିଏ ସମ୍ମିଳନୀ କକ୍ଷରେ ପ୍ରଶାସନିକ ଅଧିକାରୀ ଓ ବସ୍‌ମାଲିକ ସଂଘ କର୍ମକର୍ତ୍ତାଙ୍କ ମଧ୍ୟରେ ଜୁଲାଇ ୧୬ରେ ଆଲୋଚନା ହୋଇଥିବା ବେଳେ ବୁଧବାର ପୁଣି ଏକ ଆଲୋଚନା ବୈଠକ ସର୍କିଟ ହାଉସ୍‌ରେ ଅନୁଷ୍ଠିତ ହୋଇଥିଲା ା ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ ପଣ୍ଡା ଘରୋଇ ବସ ମାଲିକ ସଂଘ ସହ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତରରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ପୂର୍ବ ବୈଠକରେ ପ୍ରଥମେ ସରକାରୀ ବସ୍‌ ତଥା ଓଏସ୍‌ଆରଟିସି ଓ ଇଣ୍ଟର ଷ୍ଟେଟ ବସ୍‌ଗୁଡିକୁ ଟର୍ମିନାଲରୁ ଚଳାଚଳ ଆରମ୍ଭ କରିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା ା କିନ୍ତୁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବା ସଂଘ କର୍ମକର୍ତ୍ତାମାନେ ଅଭିଯୋଗ କରିଥିଲେ ା ବସ୍‌ମାଲିକଙ୍କ ସହ ଆଲୋଚନା ବିନା ହଳଦିଆପଦରରେ ଟର୍ମିନାଲ ନିର୍ମାଣ ସହ ଉଦ୍‌ଘାଟନ କରାଯାଇଛି ା ଏହା ବ୍ୟତୀତ ନୂତନ ଟର୍ମିନାଲକୁ ବସ୍‌ଯାତାୟାତ କରିବାକୁ ମୌଳିକ ସୁବିଧା ନ ଥିବା ସଂଘ କର୍ମକର୍ତ୍ତାମାନେ ବିଧାୟକ, ଏମ୍‌ପିଙ୍କୁ ଅବଗତ କରାଇଥିଲେ ା ସଂଘ ପକ୍ଷରୁ ବହୁବାର ଟର୍ମିନାଲକୁ ବସ୍‌ ଚଳାଚଳ ନିମିତ୍ତ ଫ୍ଲାଏ ଓଭର ତଥା ଅଣ୍ଡରପାସ୍‌ କରିବାକୁ ଦାବି କରାଯାଇଥିଲେ ମଧ୍ୟ ଏଯାଏ ନିର୍ମାଣ ହୋଇ ନାହିଁ। ଯାତାୟାତ ନିମିତ୍ତ ରାସ୍ତା ସୁବିଧା ନ ହେବା ପର୍ଯ୍ୟନ୍ତ ଘରୋଇ ବସ୍‌ ନୂତନ ଟର୍ମିନାଲକୁ ଯାତାୟାତ କରିବା ଅସମ୍ଭବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ା ହଳଦିଆପଦର ନୂତନ ସିଟି ବସ୍‌ଷ୍ଟାଣ୍ଡକୁ ସହର ମଧ୍ୟଦେଇ ଆଞ୍ଚଳିକ ବସ୍‌ଗୁଡିକୁ ଯାତାୟାତ କରିବାକୁ ଲାଗୁଥିବା ଅଧିକ ସମୟ ଏବଂ ସେହି ସମୟରେ ସୃଷ୍ଟି ହେବାକୁ ଥିବା ଟ୍ରାଫିକ ସମସ୍ୟା ସମାଧାନ ନେଇ ମଧ୍ୟ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସେମାନେ କହିଥିଲେ ା ଏଥିସହ ବର୍ତ୍ତମାନ କାର୍ଯ୍ୟକ୍ଷମ ହେଉଥିବା ସିଟି ବସ୍‌ଷ୍ଟାଣ୍ଡରେ ମଧ୍ୟ ଥିବା ବିିଭିନ୍ନ ସମସ୍ୟା ଉପରେ ବସ୍‌ ମାଲିକମାନେ କହିଥିଲେ ା ବର୍ତ୍ତମାନର ସିଟି ବସ୍‌ଷ୍ଟାଣ୍ଡ ଦୀର୍ଘ ୬ ମାସ ଧରି ଅନ୍ଧକାର ମଧ୍ୟରେ ରହିଛି ା ଏଥିସହ ଷ୍ଟାଣ୍ଡରେ ଯାତ୍ରୀଙ୍କ ଆନୁଷଙ୍ଗିକ ସୁବିଧା ନ ଥିବା ସେମାନେ ସୂଚାଇଥିଲେ ା କେବଳ ଆଲୋଚନା ନ କରି ଏହାର ସମାଧାନର ରାସ୍ତା ବାହାର କରିବାକୁ ମାଲିକମାନେ ଯୁକ୍ତି ବାଡିଥିଲେ ା ବୈଠକରେ ବିଜେଡି ଜିଲା ଉପସଭାପତି ସଞ୍ଜିତ କୁମାର ପାଣିଗ୍ରାହୀଙ୍କ ସମେତ ଗଞ୍ଜାମ ଜିଲା ବସ୍‌ମାଲିକ ସଂଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଦାରିଙ୍ଗବାଡ଼ିରେ ଶଟ୍‌ଡାଉନ କଡ଼ାକଡ଼ି ପାଳନ, ଦୋକାନ ବଜାର ବନ୍ଦ

ଦାରିଙ୍ଗବାଡ଼ି,୪।୭(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କନ୍ଧମାଳ ଜିଲାରେ ପ୍ରଶାସନ ପକ୍ଷରୁ ସପ୍ତାହକୁ ଶନିବାର ଏବଂ ରବିବାର ଶଟ୍‌ଡାଉନ ଘୋଷଣା କରାଯାଇଛି। ଏଥିସହ ବାହାର...

ମନ୍ତ୍ରୀ, ବିଧାୟକଙ୍କ ସମେତ ଭାଜପା ରାଜ୍ୟ ସଭାପତିଙ୍କୁ କରୋନା

ଭୁବନେଶ୍ୱର ୧୫।୯(ବ୍ୟୁରୋ):ରାଜ୍ୟର ଏକାଧିକ ନେତା ଓ ମନ୍ତ୍ରୀ ବର୍ତ୍ତମାନ କରୋନା ସଂକ୍ରମଣର ଶୀକାର ହେଉଛନ୍ତି। ଲଗାତର ଭାବେ ଏହିଭଳି ଖବର ସାମ୍ନାକୁ ଆସୁଥିବା ବେଳେ ସୋମବାର...

ଡାକ୍ତର ନିଯୁକ୍ତି ଦାବି ନେଇ ଅନଶନରେ ବସିଲେ ସ୍ଥାନୀୟ ଲୋକେ

ବରଗଡ଼ ଅଫିସ,୧୯ା୬: ବରଗଡ଼ ଜିଲା ବିଜେପୁର ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ପଦବୀ ଖାଲ ପଡ଼ିଛି । ଫଳରେ ଏଠାରେ ସ୍ବାସ୍ଥ୍ୟସେବା...

ନେପାଳ ଯୁବକଙ୍କୁ ଲଣ୍ଡା କରାଇ ମୁଣ୍ଡରେ ଲେଖିଲେ ‘ଜୟ ଶ୍ରୀରାମ’

କାଠମାଣ୍ଡୁ,୧୭।୭:ନିଜ ଗାଦିକୁ ନେଇ ଲାଗି ରହିଥିବା ଅସ୍ଥିରତାକୁ ଘୋଡ଼ାଇବା ପାଇଁ ଭାରତ ବିରୋଧରେ ଅଯଥା ବିଷ ଓଗାଳୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ସେ...

ମିସ୍‌ବା ପାକିସ୍ତାନ ଦଳର ମୁଖ୍ୟ କୋଚ୍‌

ଲାହୋର,୪।୯(ଏଏଫ୍‌ପି): ପାକିସ୍ତାନ ବୁଧବାର ପୂର୍ବତନ ଅଧିନାୟକ ମିସ୍‌ବା ଉଲ ହକ୍‌ଙ୍କୁ ମୁଖ୍ୟ କୋଚ୍‌ ଓ ମୁଖ୍ୟ ଚୟନକର୍ତ୍ତା ପଦରେ ନିଯୁକ୍ତ କରିଛି। କ୍ରିକେଟ ପାଗଳ ଦେଶ...

ବେଆଇନ ବାଲି ପରିବହନ ଉପଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଘସିପୁରା,୧୫।୧୨(ଡି.ଏନ.ଏ.)-ବୈତରଣୀ ନଦୀର ଏକ ଘାଟରୁ ବେଆଇନ ଭାବେ ବାଲିପରିବହନକୁ ନେଇ ସ୍ଥାନୀୟ ଗ୍ରାମବାସୀ ଆନନ୍ଦପୁର ଉପଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ବାରମ୍ବାର ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ...

ବୈତରଣୀରେ ବନ୍ୟା: କେତେ ଲୋକ ପ୍ରଭାବିତ, କିପରି ଯୋଗା ଯାଉଛି ପ୍ରଶାସନିକ ସହାୟତା ଜାଣନ୍ତୁ

ଭଦ୍ରକ ଅଫିସ,୨୯।୮: ଲଗାଣ ବର୍ଷାରେ ଭଦ୍ରକ ଜିଲାର ୧୧୮ଟି ପଞ୍ଚାୟତର ୧ଲକ୍ଷ ୫୬ ହଜାର ୧୧୩ ଲୋକ ପ୍ରଭାବିତ ହୋଇଥିବା ପ୍ରଶାସନର ପ୍ରାଥମିକ ଆକଳନରୁ ଜଣାପଡ଼ଛି...

Coronavirus Update

Archives

Model This Week

Why Dharitri