ବସନ୍ତଙ୍କ ମାୟାରେ ଶ୍ରୀଧର

ଶ୍ରୀଧର ମାର୍ଥା। ‘କଥା ଦେଲି ମଥା ଛୁଇଁ’ ପରେ ସେ କେତୋଟି ସିନେମାର ପ୍ରଯୋଜନା କରିସାରିଲେଣି। ପ୍ରଯୋଜକ ସାଜିବା ପୂର୍ବରୁ ସେ ବସନ୍ତଙ୍କ ମାୟାରେ ପଡ଼ିଯାଇଥିଲେ। ହେଲେ ସେ ବସନ୍ତ କିଏ? ସେ ହେଲେ ଓଡ଼ିଆ ସିନେମା ଜଗତର ଭୀଷ୍ମ ପିତାମହ ଭାବରେ ପରିିଚିତ ପ୍ରଯୋଜକ ବସନ୍ତ ନାୟକ। ଯେତେବେଳେ ଓଡ଼ିଆ ସିନେମା ଏକ ଘଡ଼ିସନ୍ଧି ସମୟରେ ଗତି କରୁଥିଲା ସେତେବେଳେ ବସନ୍ତ ପ୍ରଯୋଜନା କ୍ଷେତ୍ରରେ ପାଦ ଦେଇ ଏପରି ସିନେମା ନିର୍ମାଣ କରିଥିଲେ ଯାହା ଏ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିଛି। ଶ୍ରୀଧର ଫିଲ୍ମ ନିର୍ମାଣ ପୂର୍ବରୁ ବସନ୍ତଙ୍କ ଜୀବନାଦର୍ଶରେ ପ୍ରଭାବିତ ହୋଇଥିଲେ। ଏ ସମ୍ପର୍କରେ ସେ କହନ୍ତି, ‘ସେ ମୋ ପିତୃତୁଲ୍ୟ। ଫିଲ୍ମଟିଏ ପ୍ରଯୋଜନା କିପରି କରାଯାଏ ତାହାର କାଇଦା ତାଙ୍କୁ ଜଣାଥିଲା। ମୋ ସ୍କୁଲ କ୍ୟାରିୟରରୁ ମଁୁ
ତାଙ୍କୁ ଜାଣିଛି। ତାଙ୍କ ଦ୍ୱାରା ପ୍ରଯୋଜିତ ସମସ୍ତ ସିନେମା ମୁଁ ଦେଖିଛି, ଆଉ ସିନେମା ନିର୍ମାଣ ସମ୍ପର୍କରେ ଅନେକ କଥା ଶିଖିଛି। ମୋ ଜୀବନରେ ସେ ଏକ ଆଲୋକବର୍ତ୍ତିକା ସଦୃଶ। ମୁଁ ଜୀବନରେ କେବେ ବସନ୍ତ ନାୟକ ହୋଇପାରିବିନି, କିନ୍ତୁ ତାଙ୍କ ପରି ସୁନ୍ଦର ତଥା ଦର୍ଶକଙ୍କ ମନକୁ ଛୁଇଁଲା ପରି ସିନେମା ନିର୍ମାଣ କରିବାକୁ ନିଶ୍ଚୟ ଚେଷ୍ଟା କରିବି। ତାଙ୍କର ଜଣେ ଫ୍ୟାନ୍‌ ହୋଇଥିବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି। ସୂଚନାଯୋଗ୍ୟ, ଆମ ରାଜ୍ୟର ଏକ ସତ୍ୟ ଘଟଣା ଉପରେ ଆଧାରିତ ଏବଂ ଶ୍ରୀଧରଙ୍କ ପ୍ରଯୋଜିତ ତଥା ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତ ନିର୍ଦ୍ଦେଶକ ରାଜେଶ ଟଚରିଭରଙ୍କ ନିର୍ଦ୍ଦେଶିତ ‘ପାଟଣାଗଡ଼’ ରିଲିଜ ଅପେକ୍ଷାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଭୁଲ ନିଷ୍ପତ୍ତି ଯୋଗୁ ବରବାଦ ହୋଇଥିଲା କ୍ୟାରିୟର, ଏବେ ବିଗ୍‌ବସ୍‌ରେ ନଜର ଆସିବେ ‘ଗୋପି ବହୁ’

ବମ୍ବେ: ପୁଣିଥରେ ଟେଲି ପରଦାକୁ ଫେରୁଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଜିୟା ମାନେକ। ଷ୍ଟାରପ୍ଲସରେ ପ୍ରସାରିତ ‘ସାଥ ନିଭାନା ସାଥିୟା’ରେ ମୁଖ୍ୟ ଅଭିନେତ୍ରୀ ଭାବେ ସେ ନଜର...

ଜବରଦସ୍ତ ଆକ୍ସନ୍‌ରେ ଭରପୂର ଫିଲ୍ମ ‘ବିକ୍ରମ’

ଅଭିନେତା କମଲ ହାସନ ଆଜିକାଲି ଫିଲ୍ମ ‘ବିକ୍ରମ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ ସେ ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।...

ଆକ୍ସନ ନିଶାରେ ରାଜବୀର

ନବାଗତ ରାଜବୀର । ନୂଆ ଓଡ଼ିଆ ସିନେମା ‘ଅରୁନ୍ଧତୀ’ରେ ତାଙ୍କୁ ମିଳିଛି ଏକ ଚ୍ୟାଲେଞ୍ଜିଂ ଭୂମିକା। ଏଥିରେ ତାଙ୍କୁ କେବଳ ଆକ୍ସନ ନୁହେଁ, ରୋମାଣ୍ଟିକ ରୋଲ୍‌ରେ...

ଚମକୁଛନ୍ତି ତାରା

ମୁମ୍ବାଇ: ମଲ୍ଟିଟ୍ୟାଲେଣ୍ଟେଡ୍‌, ସୌନ୍ଦର୍ଯ୍ୟରେ ଭରପୂର ଓ ବଲିଉଡ୍‌ରେ ନୂଆ ନୂଅ ପାଦ ରଖିଥିବା ବୋଲ୍ଡ ଅଭିନେତ୍ରୀ ତାରା ସୁତାରିଆ ମଙ୍ଗଳବାର ୨୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି।...

ରଣବୀରଙ୍କ ଫିଲ୍ମ ‘୮୩’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ର ସିମ୍ବା ଷ୍ଟାର ଶନିବାର ନିଜର ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ସ୍ବତନ୍ତ୍ର ଦିବସରେ ରଣବୀର ସିଂହ ତାଙ୍କର ଅପ୍‌କମିଂ ଫିଲ୍ମ ‘୮୩’ର...

କ’ଣ ଏହି ଦୁଇ ଘଟଣାକୁ ନେଇ ଆଜି ବି ଅବିବାହିତ ସଲମାନ? ନିଜେ କହିଥିଲେ …

ବମ୍ବେ: କାହିଁକି ଅବିବାହିତ ଅଛନ୍ତି ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ। କେବେ ହାତକୁ ଦୁଇହାତ ହେବେ ସେ? ଅନେକ ଥର ଏହି ପ୍ରଶ୍ନ ଉଠିଥିଲେ ହେଁ...

କୋଟିଏ ଟଙ୍କାରୁ ଗୋଟିଏ ଜୀବନ ମୂଲ୍ୟବାନ: ସୋନୁ ସୁଦ

ମୁମ୍ବାଇ: ଅଭିନେତା ସୋନୁ ସୁଦ କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି। ଟୁଇଟରରେ ସୋନୁ ଖୁବ୍‌ ଆକ୍ଟିଭ୍‌...

ବାପା-ମା’ଙ୍କ ଛାଡପତ୍ର ଦିନ ଖୁସିରେ ପାଗଳ ହୋଇଯାଇଥିଲେ ଏହି ଅଭିନେତ୍ରୀ

ଯେକୌଣସି ଦାମ୍ପତ୍ୟ ଜୀବନରେ ଛାଡପତ୍ର ପରିସ୍ଥିତି ଆସିଲେ, ପିଲାମାନଙ୍କ ଉପରେ ଏହାର ସର୍ବାଧିକ ପ୍ରଭାବ ପଡିଥାଏ। କିନ୍ତୁ ଅଭିନେତ୍ରୀ ଶ୍ରୁତି ହାସନଙ୍କ ଏହାର ଭଲ ପ୍ରଭାବ...

Advertisement
Archives

Model This Week