ବଳାତ୍କାର ପୀଡିତା ଅଧ୍ୟାପିକାଙ୍କ ମୃତ୍ୟୁଦେହ ଉଦ୍ଧାର ମାମଲା: ଘଟଣାସ୍ଥଳରେ ଏସ୍‌ପିଙ୍କ ତଦନ୍ତ

ରାଇରଙ୍ଗପୁର,୩ା୧୨(ଡି.ଏନ୍‌.ଏ.): ରାଇରଙ୍ଗପୁର ଅଞ୍ଚଳସ୍ଥିତ ଏକ କଲେଜର ଜଣେ ଅଧ୍ୟାପିକା ବଳାତ୍କାରର ଶିକାର ହୋଇ ପୋଲିସଠାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ଘଟଣାରେ ମୟୂରଭଞ୍ଜ ପୋଲିସ ସମାଲୋଚନାର ସରବ୍ୟ ହୋଇଛି। ତେବେ ସୋମବାର ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଅଧ୍ୟାପିକା ଆତ୍ମହତ୍ୟା କରିଥିବା ଘଟଣାସ୍ଥଳ (କଲେଜ ଛାତ୍ରୀନିବାସ)ରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି।
କଲେଜ ଛାତ୍ରୀନିବାସ ସୁପରିଟେଣ୍ଡେଣ୍ଟ, ସହକାରୀ ସୁପରିଟେଣ୍ଡେଣ୍ଟ ଛାତ୍ରୀନିବାସ ମାଟ୍ରନ୍‌, କଲେଜ ପ୍ରିନି୍ସପାଲଙ୍କ ସମେତ ଛାତ୍ରୀନିବାସ ଅନ୍ତେବାସୀମାନଙ୍କୁ ପୃଥକ ପୃଥକ ଭାବେ ସାକ୍ଷାତ କରି ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲା ସମ୍ପର୍କରେ ଏସ୍‌ପି ପୁରୁଷୋତ୍ତମ ଦାସ ତଦନ୍ତ କରିଥିଲେ। ଏହାବ୍ୟତୀତ ଅଧ୍ୟାପିକାଙ୍କ ଆତ୍ମହତ୍ୟା ମାମଲାକୁ ନେଇ କଲେଜ ପରିସରରେ ବିକ୍ଷୋଭ କରିଥିବା ବିକ୍ଷୋଭକାରୀ ଛାତ୍ରୀଛାତ୍ରଙ୍କୁ ଭେଟି ଆଲୋଚନା କରିଥିଲେ। ଏସ୍‌ପିଙ୍କ ତଦନ୍ତ ବେଳେ ରାଇରଙ୍ଗପୁର ପୋଲିସ ସର୍କଲ ଏସ୍‌ଡିପିଓ ସ୍ନେହାଶିଷ ସାହୁ ଏବଂ ସ୍ଥାନୀୟ ଟାଉନ୍‌ ଥାନା ଅଧିକାରୀ ଇନ୍ସପେକ୍ଟର ରଞ୍ଜନ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମାମଲାରେ ରବିବାର ୨ ଅଭିଯୁକ୍ତ ଦେବବ୍ରତ ମଣ୍ଡଳ ଓ ସୁଜିତ ମଣ୍ଡଳଙ୍କୁ ଗିରଫ କରିବା ପରେ ସୋମବାର କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ ନେଲା ୪ଜୀବନ: ଶବ ସଂସ୍କାର କରିବାକୁ ଯାଇଥିବା ୩ ମହିଳା ମୃତ

ପ୍ରକୃତି କୋପର ଶିକାର କିଏ କେତେବେଳେ ଯେ ହେବ ତାହା କେହି କଳନା କରି ପାରିବେ ନାହିଁ। କେହି କିଛି ଭାବିବା ପୂର୍ବରୁ ଅକାଳରେ ଚାଲିଯାଏ...

ଅନୁଭବଙ୍କ ବରବେଶ ଫଟୋକୁ ନେଇ ଚର୍ଚ୍ଚା

ବାରିପଦା ଅଫିସ,୧୭ା୧୨: ଓଡ଼ିଆ ସିନେ ତାରକା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ଏକ ବରବେଶ ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି।...

ବିଶ୍ୱ ହସ୍ତୀ ଦିବସ ପାଳିତ‘ସଚେତନତା ଦ୍ୱାରା ହାତୀଙ୍କ ସୁରକ୍ଷା ସମ୍ଭବ’

ବାରିପଦା ଅଫିସ,୧୩ା୮- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ପକ୍ଷରୁ ସୋମବାର ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇ ଯାଇଛି। ବାରିପଦା ବନଖଣ୍ଡ ଅଧିକାରୀ ସ୍ବୟଂ ମଲିକଙ୍କ...

ହାତୀ ପାଇଁ ଗଲା ଜୀବନ

ଚିତ୍ରଡ଼ା,୧୮।୯(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବନାଞ୍ଚଳରେ ହାତୀ ଆତଙ୍କ ଥମିବାର ନାଁ ଧରୁନି। ପୁଣି ହାତୀ ପାଇଁ ଜଣେ ବାଳକଙ୍କ ଜୀବନ ଯାଇଛି। ମୃତକ ହେଲେ...

ଦେବକୁଣ୍ଡ, ଭୀମକୁଣ୍ଡର ବିକାଶ ଲାଗି ସମୀକ୍ଷା

ବାରିପଦା ଅଫିସ/ଉଦଳା/ଠାକୁରମୁଣ୍ଡା/ରାଇରଙ୍ଗପୁର,୩ା୩(ଡି.ଏନ.ଏ.): ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ୨ ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି। ଗୁରୁବାର ହେଲିକେପ୍ଟର ଯୋଗେ ଉଦଳା ଉପଖଣ୍ଡ ଦେବକୁଣ୍ଡରେ ପହଞ୍ଚତ୍...

ମୟୁରଭଞ୍ଜରେ ୯ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଛୁଇଁଲା

ବାରିପଦା ଅଫିସ୍‌,୧୧।୬: ମୟୁରଭଞ୍ଜ ଜିଲାରେ ଗୁରୁବାର ୯ ଜଣ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨କୁ ବୃ୍‌ଦ୍ଧି ପାଇଛି।...

ଘାଟିରେ ୧୦୦ ଫୁଟ ତଳକୁ ଖସିଲା ଟ୍ରକ

ବାଙ୍ଗିରିପୋଷି,୩୧ା୭(ଡି.ଏନ୍‌.ଏ.)- ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରୁ କଲିକତା ଅଭିମୁଖେ ଯାଉଥିବା ଏକ ଆଇରନ ଗୁଣ୍ଡ ବୋଝେଇ ଟ୍ରକ ମଙ୍ଗଳବାର...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆ, ଧନୁତୀରରେ ଆକ୍ରମଣ; ଜଣେ ଗୁରୁତର

ଠାକୁରମୁଣ୍ଡା,୩୦ା୩(ଡି.ଏନ୍‌.ଏ.): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କ ଟାଙ୍ଗିଆ ଓ ଧନୁତୀର ଆକ୍ରମଣରେ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି ।...

Advertisement
Archives

Model This Week