ବଲିଉଡ୍‌ ଡିଭାଙ୍କ ହ୍ୟାଣ୍ଡବ୍ୟାଗ୍‌: ଯାହା ଉପରେ ସେମାନେ କରିଥାନ୍ତି ଲକ୍ଷାଧିକ ଖର୍ଚ୍ଚ

ଲୁକ୍‌କୁ ପରଫେକ୍ଟ କରେ ଏକ ମ୍ୟାଚିଂ ହ୍ୟାଣ୍ଡବ୍ୟାଗ୍‌। ଏହା ଗ୍ଲାମର୍‌କୁ ବି ବଢ଼ାଇଥାଏ। ସେଇଥିପାଇଁ ତ ବଲିଉଡ୍‌ର ଡିଭାମାନେ ଏହା ଉପରେ କରନ୍ତି ଅନେକ ଖର୍ଚ୍ଚ। ଆଉ ତାଙ୍କ ପାଖରେ ଥାଏ ଦାମୀ ହ୍ୟାଣ୍ଡବ୍ୟାଗ୍‌ର ଅନେକ କଲେକ୍ସନ। ଜାଣନ୍ତୁ ସେ ସମ୍ପର୍କରେ…

କରୀନା କପୁର- ବେବୋ କେବେବି ନିଜ ଲୁକ୍‌କୁ ନେଇ କମ୍ପ୍ରୋମାଇଜ୍‌ କରି ନ ଥାଆନ୍ତି। ସବୁବେଳେ ଷ୍ଟାଇଲିସ୍‌ ଆଉଟଫିଟ୍‌ ସହ ଟ୍ରେଣ୍ଡି ଆସେସରିଜ୍‌ ପେୟାର୍‌ କରନ୍ତି। ବିଭିନ୍ନ ଆସେସରିଜ୍‌ ଭିତରେ ହ୍ୟାଣ୍ଡବ୍ୟାଗ୍‌ ତାଙ୍କର ବହୁତ ପ୍ରିୟ। ତାଙ୍କ ପାଖରେ ଏହାର ଏକ ଭଲ କଲେକ୍ସନ ଅଛି। ଏହି କଲେକ୍ସନରେ ଅନେକ ଦାମୀ ବ୍ୟାଗ ବି ଅଛି, ଯେମିତିକି ହର୍ମେଶ୍‌ ବିର୍କିନ୍‌ ଏପ୍‌ସମ୍‌ ବ୍ୟାଗ୍‌। ଏହାର ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ୱ।

ସୋନମ କପୁର- ବଲିଉଡ୍‌ର ଜଣେ ଷ୍ଟାଇଲିଶ୍‌ ଡିଭା ହେଉଛନ୍ତି ସୋନମ। ସେ ଷ୍ଟାଇଲ୍‌ ଆଇକନ ଭାବେ ବି ପରିଚିତ। ତାଙ୍କ ପାଖରେ ଡିଓର୍‌, ପୋଲ କା, ହର୍ମେଶ୍‌ କେଲି ଭଳି ବ୍ରାଣ୍ଡର ୧୦୦ରୁ ଊର୍ଦ୍ଧ୍ୱ ହ୍ୟାଣ୍ଡବ୍ୟାଗ୍‌ର କଲେକ୍ସନ ଅଛି। ତାଙ୍କୁ ଚ୍ୟାନେଲ୍‌ ବ୍ରାଣ୍ଡର ବ୍ୟାଗ୍‌ ବହୁତ ଭଲ ଲାଗେ, ଯାହାର ମୂଲ୍ୟ ୪ ଲକ୍ଷରୁ ଅଧିକ।

ଶିଳ୍ପା ସେଟ୍ଟି- ଶିଳ୍ପା ହେଉଛନ୍ତି ଏମିତି ଜଣେ ସେଲିବ୍ରିଟି, ଯେକି ସବୁବେଳେ ଫ୍ୟାନ୍‌ଙ୍କ ପାଇଁ ନୂଆ ନୂଆ ଫ୍ୟାଶନ୍‌ ଟ୍ରେଣ୍ଡ ତିଆରି କରିଥାଆନ୍ତି। ତାଙ୍କ ଫ୍ୟାଶନ୍‌୍‌ର ଏକ ଅଂଶ ହେଉଛି ବିଭିନ୍ନ ପ୍ରକାରର ଦାମୀ ହ୍ୟାଣ୍ଡବ୍ୟାଗ୍‌। ସେ ବିଶେଷକରି ଡିଓର୍‌ ବ୍ରାଣ୍ଡ ବ୍ୟାଗ୍‌ ବ୍ୟବହାର କରନ୍ତି, ଯାହାର ମୂଲ୍ୟ ୩ ଲକ୍ଷରୁ ଊର୍ଦ୍ଧ୍ୱ।

ଦୀପିକା ପାଦୁକୋନ୍‌- କରୀନାଙ୍କ ଭଳି ଦୀପିକାଙ୍କୁ ବି ହର୍ମେଶ୍‌ ବିର୍କିନ୍‌ ଏପସମ୍‌ ବ୍ୟାଗ୍‌ ବହୁତ ପସନ୍ଦ। ଏହି ବ୍ୟାଗ୍‌ର ମୂଲ୍ୟ ୮ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥାଏ।

ପ୍ରିୟଙ୍କା ଚୋପ୍ରା- ପ୍ରିୟଙ୍କାଙ୍କର ବି ଦାମୀ ହ୍ୟଣ୍ଡବ୍ୟାଗ୍‌ର ଏକ ଭଲ କଲେକ୍ସନ ଅଛି। ସେ ସବୁବେଳେ କ୍ୱିର୍କି ଓ ଟ୍ରେଣ୍ଡି ଆସେସରିଜ୍‌ ବ୍ୟବହାର କରନ୍ତି। ତାଙ୍କୁ ଭାଲେଣ୍ଟିନୋ ଗାରାବାନି ରକ୍‌୍‌ଷ୍ଟଡ୍‌ ବ୍ୟାଗ୍‌ ବହୁତ ପସନ୍ଦ, ଯାହାର ମୂଲ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ୱ। ଏହା ବ୍ୟତୀତ ସେ ଅନ୍ୟ ବହୁ ଦାମୀ ବ୍ରାଣ୍ଡର ବ୍ୟାଗ୍‌ ବି ବ୍ୟବହାର କରନ୍ତି।

 

ଅନୁଷ୍କା ଶର୍ମା- ଅନୁଷ୍କାଙ୍କ ପ୍ରିୟ ବ୍ୟାଗ୍‌ କୌଣସି ଫ୍ୟାନ୍ସି ଲକ୍‌ଜ୍ୟୁରୀ ହ୍ୟାଣ୍ଡବ୍ୟାଗ୍‌ ନୁହେଁ। ବରଂ ଏକ କ୍ୱିର୍କି ଓ ଫନ୍‌ ବ୍ୟାକ୍‌ପ୍ୟାକ୍‌ ଅଟେ। ‘ଫେଣ୍ଡି’ ବ୍ରାଣ୍ଡର ଏହି ବ୍ୟାଗ୍‌ର ମୂଲ୍ୟ ୧୨ ଲକ୍ଷ।

ଆଲିଆ ଭଟ୍ଟ-ଆଲିଆଙ୍କୁ ‘ଟିଓଡି’ର ଫ୍ରିଞ୍ଜଡ୍‌ ବ୍ୟାଗ୍‌ ବହୁତ ପସନ୍ଦ, ଯାହାର ମୂଲ୍ୟ ୧ ଲକ୍ଷ ଟଙ୍କା। ନିଜ ଗ୍ଲାମର୍‌କୁ ବଢେଇବା ପାଇଁ ସେ ଆହୁରି ଅନେକ ସୁନ୍ଦର ଓ ଦାମୀ ବ୍ୟାଗ୍‌ କ୍ୟାରି କରିଥାଆନ୍ତି।

ଜ୍ୟାକଲିନ୍‌ ଫର୍ନାଣ୍ଡିଜ୍‌- ଜ୍ୟାକ୍‌ଲିନ୍‌ଙ୍କୁ ଗୁସି ବ୍ରାଣ୍ଡର ବ୍ୟାଗ୍‌ କ୍ୟାରି କରିବାକୁ ଭଲ ଲାଗେ। ଏହି ବ୍ୟାଗ୍‌ଗୁଡିକର ମୂଲ୍ୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଜିଲାରେ ସବୁ ସ୍କୁଲ ଛୁଟି, ଜିଲାପାଳ ନିର୍ଦ୍ଦେଶ ଦେଇ କହିଲେ…

କେନ୍ଦ୍ରାପଡା,୨୭ା୭(ଜଗନ୍ନାଥ ଧଳ): ବଙ୍ଗୋପସାଗରରେ ଲଘୁଚାପ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବ ଅନୁମାନଯେ ଆସନ୍ତା ସୋମବାର କେନ୍ଦ୍ରାପଡା ଜିଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।…

ଋଣ ନେଇ ଅପେକ୍ଷା କରିଛନ୍ତି ଗ୍ରାହକ, ମିଳୁନି ବିଦ୍ୟୁତ ସଂଯୋଗ, କାମ୍ପା ଇନ୍ଫ୍ରା ସୋଲାର କମ୍ପାନୀ ବିରୋଧରେ ଗ୍ରାହକଙ୍କ ଠକେଇ ଅଭିଯୋଗ

କେସିଙ୍ଗା,୨୭।୭(ତୁମେଶ୍ୱର ସାହୁ): କେନ୍ଦ୍ର ସରକାରଙ୍କ ସୋଲାର ଶକ୍ତି ପ୍ରୋତ୍ସାହନ ଯୋଜନା ମାଧ୍ୟମରେ, ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ବଳ୍ପ ଖର୍ଚ୍ଚରେ ବିଦ୍ୟୁତ ସୁବିଧା ଯୋଗାଇ ଦେବା ପାଇଁ, ଘରକୁ ଘର…

‘ମୁଁ ପୋଷ୍ଟ ଡିଲିଟ କରିବି ନାହିଁ’… ଦୃଢ଼ ଭାବରେ ଠିଆ ହେଲେ ଭାଜପା ଏମପିଙ୍କ ଝିଅ; ହଇଚଇ ସୃଷ୍ଟି କରିଥିଲା ଏହି ପୋଷ୍ଟ, ଏବେ ଇନଷ୍ଟାଗ୍ରାମ ଆକାଉଣ୍ଟ ନିଷ୍କ୍ରିୟ!

ନୂଆଦିଲ୍ଲୀ,୨୭।୭: NEET ପେପର୍‌ ଲିକ ପ୍ରସଙ୍ଗରେ ଛାତ୍ରମାନଙ୍କ ଦୀର୍ଘ ସମୟ ଧରି ଆନ୍ଦୋଳନ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷରେ ଚାପରେ ଆସି ଇସ୍ତଫା…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri