ବଲିଉଡର ‘ଲେଡି ସୁପରଷ୍ଟାର’ କଙ୍ଗନା, ବିବାଦ ସତ୍ତ୍ୱେ ବଢ଼ୁଛି ଲୋକପ୍ରିୟତା

ମୁମ୍ବାଇ: ବିବାଦ ଏବଂ କଙ୍ଗନା ପରସ୍ପରର ପରିପୂରକ ବୋଲି କହିପାରିବା। ସେ ଫିଲ୍ମ ହେଉ ଅଥବା ତାଙ୍କର ମନ୍ତବ୍ୟ ସବୁବେଳେ ବିବାଦ ଘେରକୁ ଆସିଯାଇଥାଏ। ଆଗାମୀ ଦିନରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ‘ଜଜମେଣ୍ଟାଲ ହୈ କ୍ୟା’ ମଧ୍ୟ ବିବାଦୀୟ ହୋଇଥିଲା। ପ୍ରଥମେ ଫିଲ୍ମର ଟାଇଟଲ ‘ମେଣ୍ଟାଲ ହେ କ୍ୟା’ ଥିବା ବେଳେ ପରେ ଏହାକୁ ବଦଳାଯାଇଛି। ତେବେ କଙ୍ଗନାଙ୍କ ଜୀବନୀକୁ ଯଦି ଅନୁଧ୍ୟାନ କରାଯାଏ, ଅନେକ ଘାତ ପ୍ରତିଘାତ ସହି ସେ ବଲିଉଡରେ ନିଜ ସ୍ବତନ୍ତ୍ର ସ୍ଥାନ ନିରୂପଣ କରିଛନ୍ତି। ଷ୍ଟାର କିଡ୍‌ ହୋଇ ନ ଥିବାରୁ ପ୍ରାରମ୍ଭିକ ସମୟରେ ନିଜକୁ ପ୍ରମାଣିତ କରିବାକୁ ଅନେକ ଚେଷ୍ଟା କରିଛନ୍ତି ସେ। ଏକଦା ନିଜର କେଶ ଏବଂ ଶରୀରକୁ ନେଇ ତାଙ୍କୁ ତିରସ୍କୃତ କରାଯାଉଥିବା ବେଳେ ଏବେ ସେ ନାରିକେନ୍ଦ୍ରିକ ସିନେମାର ପ୍ରମୁଖ ପୁରୋଧା ପାଲଟିଛନ୍ତି। କୁହାଯାଏ କଙ୍ଗନା ଯେଉଁ ଫିଲ୍ମରେ ଅଭିନୟ କରନ୍ତି ତାହା ହିଟ୍‌ ସାବ୍ୟସ୍ତ ହୁଏ। ତାଙ୍କ ନାମରେ ଫିଲ୍ମ ଚାଲେ। କାରଣ କଙ୍ଗନା ଅଭିନୀତ ଅନେକ ଫିଲ୍ମରେ କୌଣସି ଲିଡ୍‌ ହିରୋ ନଥାନ୍ତି। ଏଣୁ ତାଙ୍କୁ ଶ୍ରୀଦେବୀଙ୍କ ପରେ ବର୍ତ୍ତମାନର ଶ୍ରେଷ୍ଠ ଅଭିନେତ୍ରୀ, ଯିଏ ନିଜ ଦମ୍‌ରେ ଫିଲ୍ମ ହିଟ୍‌ କରିବାରେ ସକ୍ଷମ ତାଲିକାରେ ସ୍ଥାନ ପାଇଛନ୍ତି। ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବଢ଼ି ବଢ଼ି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାବର୍ଷ ରିଲିଜ୍‌ ହେବ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ଭାକସିନ୍‌ ଓ୍ବାର’

ମୁମ୍ବାଇ: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ’ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା। ଫିଲ୍ମଟି ଅଳ୍ପ ଦିନରେ ଭଲ ଆୟ ମଧ୍ୟ କରିଥିଲା।...

‘ଆର୍‌ଆର୍‌ଆର୍‌’ ଫିଲ୍ମ ପାଇଁ ଆଲିଆ ନେଇଛନ୍ତି ଏତିକି କୋଟି

ମୁମ୍ବାଇ: ଫିଲ୍ମ ‘ଆର୍‌ଆର୍‌ଆର୍‌’ ସମଗ୍ର ବିଶ୍ୱରେ ଜବରଦସ୍ତ ରେକର୍ଡ କରିଛି। ଏହି ଫିଲ୍ମଟି ପ୍ରଥମ ଦିନରେ ୨୫୭ କୋଟି ବ୍ୟବସାୟ କରିଥିଲା। ଏଥିରେ ଅତିଥି କଳାକାର...

୬ କୋଟିର ଏହି ବିଳାସପୂର୍ଣ୍ଣ କାର କିଣିଲେ ପ୍ରଭାସ!

ହୋଲି ଅବସରରେ ‘ବାହୁବଳୀ’ ଅଭିନେତା ପ୍ରଭାସଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଧୂମ୍‌ ମଚାଇବାରେ ଲାଗିଛି। ଶୁଣିବାକୁ ମିଳୁଛି ଯେ, ପ୍ରଭାସ ଲମ୍ବୋର୍ଗିନି...

ଆଡଭାନ୍ସ ବୁକିଂରେ ରେକର୍ଡ କଲା ‘ବ୍ରହ୍ମାସ୍ତ୍ର’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ପ୍ରଥମ ଥର ପାଇଁ ଆଲିଆ- ରଣବୀର ନଜର ଆସିବେ। ବର୍ତ୍ତମାନ ଏହି...

ଥିଏଟର ଗ୍ରୁପରେ କିରଣଙ୍କ ସହ ଦେଖା ହୋଇଥିଲା ଅନୁପମଙ୍କର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିରଣ ଖେର ତାଙ୍କର ୭୦ ତମ ଜନ୍ମଦିନ ପାଳନ କରିଛନ୍ତି । ୧୪ ଜୁନ ୧୯୫୨ରେ ସେ ପଞ୍ଜାବରେ ଜନ୍ମ ହୋଇଥିଲେ...

ହନିମୁନ୍‌ରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ବନ୍ଧୁଙ୍କ ଶଯ୍ୟାସଙ୍ଗିନୀ ହେବାକୁ ବାଧ୍ୟ କରିଥିଲେ ସ୍ବାମୀ, ମନା କରିବାରୁ…

ମୁମ୍ବାଇ: ସିଲ୍‌ଭର ସ୍କ୍ରିନ୍‌ରେ ରାଜ୍‌ କରୁଥିବା ବଲିଉଡ୍‌ ଅଭିନେତ୍ରୀମାନଙ୍କ ମଧ୍ୟରେ କରିସ୍ମା କପୁର ଅନ୍ୟତମ। ସେ ୯୦ ଦଶକରେ ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। କରିସ୍ମା...

ସୋନୁ ସୁଦ୍‌ଙ୍କ ନାମରେ ଓ୍ବେଲ୍ଡିଂ ଦୋକାନ ଖୋଲିଲେ କେନ୍ଦ୍ରାପଡ଼ାର ଯୁବକ: ଅଭିନେତା କହିଲେ ଏପରି..

ଭୁବନେଶ୍ୱର,୧୬।୮: ବଲିଉଡ୍‌ ଅଭିନେତା ସୋନୁ ସୁଡଙ୍କ ନାମରେ ଓଡ଼ିଆ ଯୁବକ ଖୋଲିଲେ ଓ୍ବେଲ୍ଡିଂ ଦୋକାନ। ଶନିବାର ଦୋକାନ ସମ୍ମୁଖରେ ସ୍ବାଧୀନତା ଦିବସ ପାଳନ ଅବସରରେ ସେ...

ପାଣିକୁ ଡରନ୍ତି ଆଲୟା!

ମୁମ୍ବାଇ: ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲୟା ଫର୍ଣ୍ଣିଚରୱାଲା ବଲିଉଡରେ ପାଦ ଦେଇ ନ ଥିଲେ ବି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ ଫଲୋଇଙ୍ଗସ୍ ବହୁ...

Advertisement
Archives

Model This Week