ବର୍ଷେ ପରେ ପ୍ରକାଶ ପାଇଲା ବିବିଏଲଏଲବି ପରୀକ୍ଷା ଫଳ

ବ୍ରହ୍ମପୁର ଅଫିସ,୨୭ା୬-ପ୍ରତିଶ୍ରୁତି ରଖିଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ା ଗତ ସୋମବାର ଗଞ୍ଜାମ ଆଇନ ମହାବିଦ୍ୟାଳୟର ବିବିଏଲଏଲବି ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟ ଘେରାଉ ବେଳେ ଦେଇଥିବା ପ୍ରତିଶ୍ରୁତି ପ୍ରକାରେ ବୁଧବାର ବିବିଏଲଏଲବି ପାଠ୍ୟକ୍ରମର ଚତୁର୍ଥ, ଷଷ୍ଠ, ଅଷ୍ଟମ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି ା
ଦୀର୍ଘ ଏକ ବର୍ଷେ ପୂର୍ବେ ତଥା ୨୦୧୮ ମେ ମାସରେ ଅନୁଷ୍ଠିତ ହୋଇଥିବା ଉପରୋକ୍ତ ସେମିଷ୍ଟର ଫଳ ପ୍ରକାଶ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ା ବଳକା ରହିଥିବା ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶନ ଦିଗରେ ପ୍ରତିଶ୍ରୁତି ପ୍ରକାରେ ସପ୍ତାହକ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ସିଦ୍ଧାର୍ଥ ଶଙ୍କର ପଣ୍ଡା ସୂଚାଇଛନ୍ତି। ସୂଚନାପ୍ରକାରେ, ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ବିବିଏଲଏଲବି ପାଠ୍ୟକ୍ରମରେ ଅଧ୍ୟୟନରତ ୨୦୧୩-୧୪ବ୍ୟାଚର ଅଷ୍ଟମ, ୨୦୧୪-୧୫ ବ୍ୟାଚର ଷଷ୍ଠ ଏବଂ ୨୦୧୫-୧୬ବ୍ୟାଚର ୪ର୍ଥ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି ା ଅଷ୍ଟମ ସେମିଷ୍ଟର ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ଜଣେ ଫେଲ ହୋଇଥିବା ବେଳେ ଚତୁର୍ଥ ଓ ଷଷ୍ଠ ସେମିଷ୍ଟର ପରୀକ୍ଷା ଦେଇଥିବା ସମସ୍ତ ପରୀକ୍ଷାର୍ଥୀ ପାସ କରିଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ା ତେବେ ୨୦୧୮ ମେରେ ହୋଇଥିବା ପରୀକ୍ଷାରେ ୧୦ ଜଣ ଚତୁର୍ଥ, ୮ ଜଣ ଷଷ୍ଠ, ୬ ଜଣ ଅଷ୍ଟମ ସେମିଷ୍ଟର ପରୀକ୍ଷା ଦେଇଥିଲେ ା
ଗଞ୍ଜାମ ଆଇନ ମହାବିଦ୍ୟାଳୟରେ ବିବିଏଲଏଲବି ପାଠ୍ୟକ୍ରମର ନିୟମିତ ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ବାରମ୍ବାର ଅବହେଳା କରାଯାଉଥିବା ପ୍ରତିବାଦରେ ଛାତ୍ରୀଛାତ୍ରମାନେ ଗତ ସୋମବାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଓ କୁଳସଚିବଙ୍କୁ ଘେରିଥିଲେ। ୨୦୧୫-୧୬ ବ୍ୟାଚ ବିବିଏଲଏଲବି ପାଠ୍ୟକ୍ରମର ୮ ସେମିଷ୍ଟର ପରୀକ୍ଷା ପରିବର୍ତ୍ତେ ମାତ୍ର ୫ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହୋଇଛି ା ସେଥିମଧ୍ୟରୁ ପ୍ରଥମ ତିନୋଟି ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି ା ଚତୁର୍ଥ ସେମିଷ୍ଟର ପରୀକ୍ଷାର ବର୍ଷେ ଓ ୫ମ ସେମିଷ୍ଟର ୭ମାସ ପରେ ବି ଫଳ ପ୍ରକାଶ ପାଉ ନ ଥିବା ସେମାନେ ଅଭିଯୋଗ କରିଥିଲେ ା ୨୦୨୦ରେ ଶିକ୍ଷା ସମାପ୍ତ ପୂର୍ବରୁ ସମସ୍ତ ସେମିଷ୍ଟର ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବାକୁ ସେମାନେ ଦାବି କରିଥିଲେ ା ଏନେଇ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଉଦ୍ଦେଶ୍ୟରେ କୁଳସଚିବ ଓ ପରୀକ୍ଷା ନିୟନ୍ତ୍ରକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ା କୁଳସଚିବ ରଞ୍ଜନ ବିଶ୍ୱାଳ ଓ ପରୀକ୍ଷା ନିୟନ୍ତ୍ରକ ଦାୟିତ୍ୱରେ ଥିବା ଡ. ସିଦ୍ଧାର୍ଥ ଶଙ୍କର ପଣ୍ଡା ତିନିଦିନ ମଧ୍ୟରେ ଚତୁର୍ଥ, ଷଷ୍ଠ, ଅଷ୍ଟମ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ କରାଯିବାକୁ ପ୍ରତିଶ୍ରୁତି ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗୀତ ଗାଇଲେ ଛତ୍ରପୁର ବିଇଓ

ଛତ୍ରପୁର,୧୭।୮(ଡି.ଏନ୍‌.ଏ.): ଭାରତର ବିକାଶକୁ ନେଇ ମୋ ସୁନା ଭାରତ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହୋଇଛି। ଏହି ଗୀତରେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ...

କରୋନାକୁ ହରାଇ ପୁଣିଥରେ କାର୍ଯ୍ୟରେ ଯୋଗଦେଲେ ଏହି ଯୋଦ୍ଧା: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା ଅଫିସ,୯।୭ : କର୍ତ୍ତବ୍ୟ ଆଗରେ ସବୁ କିଛି ହାର ମାନିଛି। ଏହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବାଣପୁରର ଜଣେ...

ନିୟମ ମାନିଲେନି: ବିଦ୍ୟାଳୟରେ ବଣ୍ଟାହେଲା ବହି

ଆର.ଉଦୟଗିରି,୨୪ା୪(ଡି.ଏନ୍‌.ଏ.)- ଆର.ଉଦୟଗିରି ବ୍ଲକ ଆର.ଉଦୟଗିରି ଗ୍ରାମ ଗୋପବନ୍ଧୁ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଅଭିଭାବଙ୍କୁ ବିଦ୍ୟାଳୟକୁ ଡକାଇ ଗୁରୁବାର ବହି ବାଣ୍ଟିଛନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ଥିବାବେଳେ...

ଅବହେଳିତ ବ୍ରହ୍ମପୁର ରେଳଷ୍ଟେଶନ : ମୌଳିକ ସୁବିଧାରୁ ବଞ୍ଚିତ ଯାତ୍ରୀ

ବ୍ରହ୍ମପୁର ଅଫିସ,୧୭ା୧୨-ବ୍ରହ୍ମପୁର ରେଳଷ୍ଟେଶନ ଉପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଯାତ୍ରୀମାନେ ନିର୍ଭର କରୁଛନ୍ତି। ପ୍ରତିଦିନ ଏହି ଷ୍ଟେଶନର ଉଭୟ ପଟୁ ଶତାଧିକ...

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ନେଇ ଚାଲିଛି ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୧।୧୨(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଗଞ୍ଜାମ ଜିଲା ଗସ୍ତ କରିବେ। ହିଞ୍ଜିଳି ଏବଂ ପୁରୁଷୋତ୍ତମପୁର ବ୍ଲକର ‘ମା ତାରାତାରିଣୀ’ଙ୍କ ପୀଠସ୍ଥଳୀରେ ଉପସ୍ଥିତ ରହି ବିଭିନ୍ନ...

୫ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଜି.ଉଦୟଗିରିି,୨୧ା୪(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ...

୨ ଦିନ ହେଲା ଗଞ୍ଜାମରେ ଟିକାକରଣ ବନ୍ଦ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାରେ ଦୁଇ ଦିନ ଧରି ଟିକାକାରଣ ବନ୍ଦ ରହିଛି ।...

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୨ ଜୀବନ

ପାରଳାଖେମୁଣ୍ଡି/ଆର୍‌.ଉଦୟଗିରି,୩୦ା୧୧(ଡି.ଏନ୍‌.ଏ.)-ଗଜପତି ଜିଲା ଅଡ଼ବା ଥାନା ବିରିକୋଟ ଗ୍ରାମ ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ...

Advertisement
Archives

Model This Week