ବର୍ଷା ଆସିଲେ ଡରୁଛନ୍ତି ୧ ନମ୍ବର ୱାର୍ଡ଼ବାସୀ

ନୟାଗଡ଼ ଅଫିସ,୧୬।୭- ବର୍ଷା ଆସିଲେ ଡରୁଛନ୍ତି ନୟାଗଡ଼ ୧ ନମ୍ବର ଓ୍ବାର୍ଡବାସୀ। ସୋମବାର ଅପରାହ୍ନରେ ଦୁଇଘଣ୍ଟା ବର୍ଷାରେ ପୁଣି କଲବଲ ହୋଇଛନ୍ତି ସେମାନେ। ପାଣି ନିଷ୍କାସନର ବ୍ୟବସ୍ଥା ନ ଥିବାରୁ ବର୍ଷାଜଳ କେଉଁଆଡ଼େ ନ ଯାଇ ସେଠାରେ ଜମି ରହିଥିଲା। ଫଳରେ ଓ୍ବାର୍ଡବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କାହା ଘର ଭିତରେ ବର୍ଷାପାଣି ପଶିଯାଇଥିଲା ତ ଆଉ କାହା ବାରଣ୍ଡାରେ ନର୍ଦ୍ଦମା ପାଣି ଭାସୁଥିଲା। ବର୍ଷା ଓ ନର୍ଦ୍ଦମା ପାଣି ଏକାକାର ହୋଇ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଥିଲା। ପରେ ନୟାଗଡ଼ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚତ୍ ଜେସିବି ସାହାଯ୍ୟରେ ଡ଼୍ରେନ୍‌ ସଫା କରିବା ସହିତ ପାଣି ବାହାରିବା ପାଇଁ ବନ୍ଦୋବସ୍ତ କରିଥିଲେ।
ଗତ ଶନିବାର ଅପରାହ୍ନରେ ହୋଇଥିବା ୨ ଘଣ୍ଟା ବର୍ଷାରେ ନୟାଗଡ ମ୍ୟୁନିସିପାଲିଟିର ୧ ନମ୍ବର ୱାର୍ଡ଼ ବେହାଲ ହୋଇଯାଇଛି। ସେହି ସମୟରେ ଅଧିକାଂଶ ବ୍ୟକ୍ତିଙ୍କ ଘରେ ପାଣି ପଶି ବୁଡ଼ିଯାଇଥିବାର ଦେଖିବାକୁ ମିଳିଥିଲା। ପରେ ମୋଟର ଲଗାଯାଇ ପାଣି କଢ଼ାଯାଇଥିଲା। ଏହିଭଳି ଅସ୍ଥାୟୀ ସମାଧାନ ହେଉଥିବାରୁ ଆଗାମୀ ଦିନରେ ବର୍ଷା ହେଲେ ପୁନର୍ବାର ଏହି ସମସ୍ୟା ମୁଣ୍ଡ ଟେକିବ। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ୱାର୍ଡ଼ବାସୀ ଦାବି କରିଛନ୍ତି। ଫଳରେ ବର୍ଷାକୁ ୧ ନମ୍ବର ୱାର୍ଡ଼ବାସିନ୍ଦା ଡରୁଛନ୍ତି ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷେ ଉକ୍ତ କଲୋନୀରେ ସରକାରୀ ଜାଗା ନ ଥିବାରୁ କେଉଁପଟେ ବର୍ଷାଜଳ ନିଷ୍କାସନ କରାଯିବ, ତାହା ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ତୁରନ୍ତ ଏହାର ସମାଧାନ କରାଯିବ ବୋଲି ମ୍ୟୁନିସିପାଲିଟି ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରୀ ହତ୍ୟା ଘଟଣାର ତଦନ୍ତ ଜୋର୍‌ଦାର: ହତ୍ୟାକାରୀଙ୍କୁ ଧରାଇଲେ ମିଳିବ ୧ ଲକ୍ଷ

ନୟାଗଡ଼ ଅଫିସ,୬ା୧୨: ନୟାଗଡ଼ ସଦର ଥାନା ଯଦୁପୁରର ପରୀ ହତ୍ୟା ଘଟଣାରେ ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌(ଏସ୍‌ଆଇଟି) ତଦନ୍ତ ଜୋର୍‌ଦାର କରିଛି। ହତ୍ୟା ଘଟଣାର ଗୁମର ଖୋଲିବାକୁ...

୨ ନକଲି ପରୀକ୍ଷାର୍ଥୀ ଗିରଫ: ୧୪ ଜଣ ଏକ୍ସପେଲ୍‌

ନୟାଗଡ଼ ଅଫିସ/ରଣପୁର,୨୭ା୨(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକର ଏକ ମାଟ୍ରିକ ପରୀକ୍ଷା କେନ୍ଦ୍ରରୁ ବୁଧବାର ୨ ନକଲି ପରୀକ୍ଷାର୍ଥୀ ଗିରଫ ହୋଇଛନ୍ତି। ଏହାସହ ୧୪ ଜଣ...

ବିଡିଓ ଅନୁପସ୍ଥିତ: ଅଭିଯୋଗ ପାଇଁ ଆସି ଲୋକେ ନିରାଶ

ନୂଆଗାଁ,୨ା୭ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଲୋକେ ଅଭିଯୋଗ ଧରି ସୋମବାର ବିଡିଓଙ୍କୁ ଭେଟିବାକୁ ଆସିଥିଲେ। କିନ୍ତୁ ବିଡିଓ ଅନୁପସ୍ଥିତ ଥିବାରୁ...

ଚିକିତ୍ସାରେ ଅବହେଳାରୁ ବୃଦ୍ଧାଙ୍କ ମୃତ୍ୟୁ ଅଭିଯୋଗ

ନୟାଗଡ଼ ଅଫିସ,୧।୫: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୟାଗଡ଼ ବ୍ଳକ ଜୟପୁର ଗାଁର ମଞ୍ଜୁ ମହାରଣା(୬୦) ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ...

ସାହିରୁ ବାସନ୍ଦ ହୋଇଥିଲେ ବୋଲି କାନ୍ଧ ଦେବାକୁ ଆସିଲେନି କେହି: ୬ ଘଣ୍ଟା ପଡ଼ିରହିଲା ମୃତଦେହ

ନୟାଗଡ଼ ଅଫିସ,୧୧।୯-ସାହି ଲୋକେ ଏକ ପରିବାରକୁ ବାସନ୍ଦ କରିଥିଲେ। ଉକ୍ତ ପରିବାରର ସୁଖଦୁଃଖରେ ସାହିଲୋକେ ସାମିଲ ହେଉ ନ ଥିଲେ। ସେମାନଙ୍କୁ ମଧ୍ୟ ସାହିର ଭଲମନ୍ଦରେ...

ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ

ବୋଲଗଡ/ବେଗୁନିଆ,୨୫। ୧ (ଡି.ଏନ୍‌.ଏ.): ବୋଲଗଡ଼-ବେଗୁନିଆର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କର ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି।...

ବିଶୋଧନ ହେଲା ଖଣ୍ଡପଡ଼ା ସହର

ଖଣ୍ଡପଡା,୧୦ା୪(ସ୍ବ.ପ୍ର.): ଖଣ୍ଡପଡା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ମୁଖ୍ୟ ରାସ୍ତା, ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ପରିସରକୁ ବିଶୋଧନ କରାଯାଇଛି। ଅଗ୍ନିଶମ କର୍ମଚାରୀମାନେ ଗୁରୁବାର...

ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ନୂଆଗାଁ, ୧୧।୩ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର କଇଁଆ ସାହିରେ ମଙ୍ଗଳବାର ସ୍ବାମୀଙ୍କ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଲକ୍ଷ୍ମୀ...

Advertisement
Archives

Model This Week