ବର୍ଷା ଅଭାବ, ଅଟକି ଯାଇଛି ରୁଆବିହୁଡା କାମ

ବିଜେପୁର, ୨୨।୭ (ଡି.ଏନ.ଏ) ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ବରଗଡ ଜିଲା ବିଜେପୁର ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଗଲାଣି । ଏଠାକାର ଚାଷୀ ବର୍ଷାଜଳ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ୧୧୦ ଖଣ୍ଡ ରାଜସ୍ବ ଗ୍ରାମରୁ ବଡବ୍ରାହ୍ମଣୀ ରାଜସ୍ବ ସର୍କଲର ମାତ୍ର ୧୦ ଖଣ୍ଡ ଗ୍ରାମର ଚାଷ ଜମିକୁ ହୀରାକୁଦ କମାଣ୍ଡ ଏରିଆର ପାଣି ମାଡିଥାଏ। ଚଳିତ ବର୍ଷ ମୌସୁମୀ ବିଳମ୍ବିତ ହୋଇଥିଲେ ସୁଦ୍ଧା ଧାନ ବୁଣାବୁଣି କରିବାକୁ ପାଗ ଅନୁକୂଳ ରହିଥିଲା । ତେଣୁ ପାଣିପାଗ ବିଭାଗର ପୂର୍ବାନୁମାନକୁ ନେଇ ଚାଷୀମାନେ ଧାନ ବୁଣାବୁଣି କରିଥିଲେ । ଏବେ ବେଉଷଣ ପାଇଁ ଜମିରେ ପାଣି ନାହିଁ । ଶ୍ରାବଣରେ ବୈଶାଖର ତାତି ଅନୁଭୂତ ହେଉଥିବାରୁ ବହୁ ସ୍ଥାନରେ ଜମି ଫାଟି ଗଲାଣି । ଧାନ ଗଛ ଗୁଡିକ ପାଣି ଅଭାବରୁ ହଳଦିଆ ଦେଖାଗଲାଣି। ଚାଷୀ ଯେଉଁ ଧାନପହ୍ଲା ପକାଇଥିଲା ତାହା ମଧ୍ୟ ମରିବାକୁ ବସିଲାଣି । ବର୍ଷା ଅଭାବରୁ ଜମି କାଦୁଅ ହୋଇ ପାରୁ ନ ଥିବାରୁ ପହ୍ଲାରୁଆ କାମ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଜୁଲାଇ ଦ୍ୱିତୀୟ ସପ୍ତାହ ସୁଦ୍ଧା ଧାନ ବେଉଷଣ କାମ ଶେଷ ହେଉଥିବା ବେଳେ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ହୋଇଛି ।
ଏବର୍ଷ କୃଷି ବିଭାଗ ବିଜେପୁର ବ୍ଲକରେ ୨୭, ୪୦୦ ହେକ୍ଟର ଜମିରେ ଧାନ ଓ ଅଣଧାନ ଫସଲ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛି । ସେହିପରି ମିଲେଟ ମିଶନ ମାଧ୍ୟମରେ ୨୦୦ ହେକ୍ଟରରେ ମକା, ମାଣ୍ଡିଆ, ବାଜରା ଏବଂ ୧୫୦ ଏକରରେ ଜୈବିକ ସାର ପ୍ରୟୋଗକରି ଚାଷ କରିବାକୁ ଯୋଜନା କରିଛି । ବେନିଆଚାଲର ଚାଷୀ ସତ୍ୟବାନ ଡନସନା କୁହନ୍ତି, ଚଳିତ ବର୍ଷ ୧୦ ଏକର ଜମିରେ ଧାନ ଚାଷ କରିବାକୁ ଲାଉମୁଣ୍ଡା ସେବା ସମବାୟ ସମିତିରୁ ୯୬ ହଜାର ଟଙ୍କା ଋଣ କରିଛି। ପାଗ ଅନୁକୂଳ ଥିବାରୁ ଟ୍ରାକ୍ଟର ମାଧ୍ୟମରେ ଗତ ମାସରେ ୯ ଏକର ଜମିରେ ଧାନ ବୁଣିଥିଲି । ଧାନ ଗଛ ଗୁଡିକ ବେଉଷଣ କରିବାର ହୋଇଗଲାଣି । ହେଲେ ପାଣି ଅଭାବରୁ ବେଉଷଣ କାମ ହୋଇପାରୁନାହିଁ । ବରଂ ଧାନ ଗଛ ଗୁଡିକ ଖରା ଯୋଗୁ ପାଚି ହଳଦିଆ ହେବା ସହ ପୋଡିବାକୁ ବସିଲାଣି । ଆଗାମୀ ଏକ ସପ୍ତାହ ମଧ୍ୟରେ ଭଲ ବର୍ଷାଟିଏ ନ ହେଲେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। ପହଣ୍ଡିର ଚାଷୀ ନିମାଇଁ ଚରଣ ସାହୁ କୁହନ୍ତି, ଜୁଲାଇ ଶେଷ ସୁଦ୍ଧା ରୁଆ ବିହୁଡା କାମ ଶେଷ ହେବା କଥା । ହେଲେ ବର୍ଷା ଅଭାବରୁ ଏହି କାମ ଅଟକି ଯାଇ ଚାଷ କାର୍ଯ୍ୟ ପଛେଇ ଗଲାଣି । ମୁଗ, ବିରି, ଚିନାବାଦାମ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ପନିପରିବା ଫସଲର ଫୁଲକଷି ବର୍ଷା ଅଭାବରୁ ଝଡି ଯାଉଛି । ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଲକ୍ଷ୍ମୀପ୍ରସାଦ ପଟେଲଙ୍କୁ ପଚାରିବାରୁ ଜୁଲାଇରେ ୨୪୦ ମିମି ବର୍ଷାର ଆବଶ୍ୟକତା ରହିଛି । ହେଲେ ବର୍ତ୍ତମାନ ସୁଦ୍ଧା ୧୯୭ ମିମି ବର୍ଷା ହୋଇଛି । ଚାଷକାର୍ଯ୍ୟ ପଛେଇ ନାହିଁ ବରଂ ବର୍ଷା ପାଣି ଅଭାବରୁ ରୁଆ ବିହୁଡା ହୋଇ ପାରୁନାହିଁ । ଆଗାମୀ ୫ରୁ ୭ ଦିନ ମଧ୍ୟରେ ଭଲ ବର୍ଷାଟିଏ ନ ହେଲେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି । ଚଳିତ ମାସ ୩୧ ସୁଦ୍ଧା ଋଣୀ, ଅଣଋଣୀ ଚାଷୀଙ୍କୁ ଶତ୍ସ୍ୟବୀମା କରିବାକୁ ସଚେତନତା ସୃଷ୍ଟି କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍କନ ବିରୋଧରେ ପଦକ୍ଷେପ ନିଆଯିବ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର (ବ୍ୟୁରୋ)/ପୁରୀ ଅଫିସ, ୪।୨: ମୁମ୍ବାଇରେ ଅନୁଷ୍ଠିତ ଅଦିନିଆ ରଥଯାତ୍ରାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷକରି ମହାପ୍ରଭୁଙ୍କ ଲୀଳାସ୍ଥଳ ଶ୍ରୀକ୍ଷେତ୍ରରେ ଏହାର...

କାଠ ସଂଗ୍ରହ ବେଳେ ଜଙ୍ଗଲରେ ମହିଳାଙ୍କୁ ବଳାତ୍କାର

ଅମରପାଲି,୧୨ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ କୁମରକେଲି ଅଞ୍ଚଳର ଜଣେ...

କରୋନା ମୁକାବିଲା: ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ରାଜ୍ୟରେ କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭରୁ ସତର୍କତା ଅବଲମ୍ବନ କରାଯାଇଛି। ସାମାଜିକ ଦୂରତା ନିୟମକୁ ପାଳନ କରିବା ପାଇଁ ବିଧାନସଭା ବଜେଟ...

ବିମାନ, ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌: ସବିଶେଷ ଜାଣନ୍ତୁ

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିମାନ ଏବଂ ରେଳ ଯାତ୍ରୀଙ୍କ ପାଇଁ ଗାଇଡ୍‌ଲାଇନ୍‌ କରାଯାଇଛି। ଏ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ବୁଧବାର ସୂଚନା ଦେଇଛନ୍ତି।...

ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ୍‌ ଲୋକାର୍ପିତ

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ଓଡ଼ିଶା ସରକାରୀ ମୁଦ୍ରଣାଳୟର ଇ-ବାଣିଜ୍ୟ ପୋର୍ଟାଲ ମଙ୍ଗଳବାର ଅପରାହ୍ନରେ ଲୋକାର୍ପିତ ହୋଇଛି ା କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ...

କଅଁଳ କାନ୍ଧରେ ପରିବାର ବୋଝ: ସହାୟତାର ହାତ ବଢାଇଲେ ଅଭିନେତ୍ରୀ ବର୍ଷା

ଭୁବନେଶ୍ୱର, ୯।୪(ବ୍ୟୁରୋ): ନାଁ ଅମିତ ପୃଷ୍ଟି। ବୟସ ମାତ୍ର ୧୪। ଘର ନୟାଗଡ଼ରେ। ପାଠ ପଢା, ଖେଳକୁଦ ବୟସରେ ଏବେ କାନ୍ଧେଇଛନ୍ତି ପରିବାରର ବୋଝ। ୩ବର୍ଷ...

ଡିସେମ୍ବର ୧ରୁ ବାଲୁକା କଳା, କୋଣାର୍କ ଉତ୍ସବ

କୋଣାର୍କ, ୧୨ା୧୧(ଡି.ଏନ୍‌.ଏ.): ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଅନୁପମ ସମାରୋହ କୋଣାର୍କ ଉତ୍ସବ-୨୦୨୧ ଆସନ୍ତା ଡିସେମ୍ବର ୧ରୁ ୫ତାରିଖ...

ଓଏଏସ୍‌ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ରାଜ୍ୟ ସରକାର ମଙ୍ଗଳବାର ବରିଷ୍ଠ ଓଏଏସ୍‌ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ରାଜ୍ୟ ନିର୍ବାଚନ କମିଶନରେ ସ୍ବତନ୍ତ୍ର ସଚିବ ଥିବା ବରିଷ୍ଠ ଓଏଏସ୍‌ ରଘୁରାମ...

Advertisement
Archives

Model This Week