ବର୍ଷାଦିନ ପୂର୍ବରୁ ହେଉ ରାସ୍ତା ନିର୍ମାଣ: ଜିଲାପାଳଙ୍କୁ ଭେଟିଲେ ଇଟାଗଡ଼ି ଗଁ। ଲୋକେ

ତିହିଡ଼ି, ୭।୬ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଇଟାଗଡ଼ି ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ଯେଉଁ ରାସ୍ତା ଅଛି ତାହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଫଳରେ ଗ୍ରାମବାସୀ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଗଁ। ଲୋକେ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି। ବର୍ଷାଦିନ ପୂର୍ବରୁ ଗଁ।କୁ ରାସ୍ତା ନିର୍ମାଣ ଲାଗି ସେମାନେ ଦାବି କରିଛନ୍ତି।
ପ୍ରକାଶ ଯେ, ଇଟାଗଡ଼ି ଗ୍ରାମକୁ ରାସ୍ତା ନ ଥିବା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଜିଲାପାଳ ଜ୍ଞାନରଞ୍ଜନ ଦାସ ଗତ ମାସ ୩୦ ତାରିଖରେ ଏହାର ତଦନ୍ତ କରି ରିପୋର୍ଟ ଦେବାକୁ ତିହିଡ଼ି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତିହିଡ଼ି ପଞ୍ଚାୟତ ସମିତି ପକ୍ଷରୁ ଏହାର ତଦନ୍ତ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଛି। ତେବେ ଜୟପୁରଠାରୁ ଇଟାଗଡ଼ି ପର୍ଯ୍ୟନ୍ତ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି। ଭଲ ରାସ୍ତା ତିଆରି ନ ହେଲେ ବର୍ଷାଦିନେ ମାଟି ରାସ୍ତାରେ ଚାଲିବା କଷ୍ଟକର ହୋଇପଡ଼ିବ। ଏପରିକି ଜରୁରୀ ପରିସ୍ଥିତିରେ ଦମକଳ କିମ୍ବା ଆମ୍ବୁଲାନ୍ସ ଉକ୍ତ ରାସ୍ତା ଦେଇ ଯାଇପାରିବ ନାହିଁ। ଯାହାଦ୍ୱାରା ଧନଜୀବନ ହାନି ଘଟିବାର ଆଶଙ୍କା ରହିଛି। ସ୍କୁଲ ପିଲାମାନେ ମଧ୍ୟ ରାସ୍ତାରେ ଯାତାୟାତ କରିବାରେ ସମସ୍ୟାର ସମ୍ମୁଖୀନ ହେବେ। ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ରାଶନ ସାମଗ୍ରୀ ଆଣିବା କଷ୍ଟସାଧ୍ୟ ହେବ। ଏହି ପରିପ୍ରେକ୍ଷୀରେ ଗଁ।ରେ ବସବାସ କରୁଥିବା ୨ ହଜାର ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାସ୍ତା ନିର୍ମାଣ କରାଯିବାକୁ ଗଣେଶ ପ୍ରସାଦ ରାଉତ, ଅଭିଷେକ ଖଟୁଆ, ଧନେଶ୍ୱର ଗଣ, ଜ୍ଞାନରଞ୍ଜନ ଦାସ ପ୍ରମୁଖ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଜିଲାପାଳ ଜ୍ଞାନରଞ୍ଜନ ଦାସ ରାସ୍ତା ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଗ୍ରାମବାସୀଙ୍କୁ କହିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁଠୁ ବଳିଯାଇଛି ଯନ୍ତ୍ରଣା

ଭଦ୍ରକ ଅଫିସ, ୨୧।୬ – ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ରାହାଞ୍ଜ ନିକଟରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାକୁ ଏହା ମଧ୍ୟରେ ୧୧ ମାସ...

ଖଇରା ମାଟିରେ ବ୍ରକୋଲି ଚାଷ

ଖଇରା,୧୭।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଅଧୀନ ଖଇରା ସଞ୍ଚୟିକା ମହାସଂଘର ସଦସ୍ୟମାନେ ସ୍ବାବଲମ୍ବୀ ହେବା ଲକ୍ଷ୍ୟରେ ଚଳିତବର୍ଷ ୨ଟି ସ୍ଥାନରେ ବ୍ରକୋଲି ଚାଷ ଆରମ୍ଭ ହୋଇଛି। ଖଇରା...

ଘରେ କେହି ନ ଥିବା ସୁଯୋଗରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ

ବସ୍ତା, ୫।୧୦(ସ୍ବ.ପ୍ର.): ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଜନୈକା ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏହି ଥାନା ଅଞ୍ଚଳର ଜନୈକା...

ଧାାନ କିଣାରେ ଅନିୟମିତତା ନେଇ ସମିତି ସିଲ୍‌

ସୋର,୨୩।୨(ଡି.ଏନ.ଏ.): ସୋର ଉତ୍ତରେଶ୍ୱର ସେବା ସମିତିକୁ ରବିବାର ମଧ୍ୟାହ୍ନରେ ସିଲ୍‌ କରାଯାଇଛି। ଧାନକିଣାରେ ଅନିୟମିତତା ନେଇ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଠାରେ ଅଭିଯୋଗ...

ଲକ୍ଷାଧିକ ଟଙ୍କାର ଚୋରା ଶାଳ ଚୌକାଠ ସହ ପିକ୍‌ଅପ ଜବତ

ପାଟଣା,୧୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ସଦର ବ୍ଲକ ଡୁମୁରିଆରୁ ବୁଧବାର ବିଳମ୍ବିତ ରାତିରେ ଏକ ପିକଅପ୍‌ ଭ୍ୟାନ ଯୋଗେ ୧୩୧ ଖଣ୍ଡ...

‘ନିର୍ଭୟ’ର ସଫଳ ଉତ୍‌କ୍ଷେପଣ

ବାଲେଶ୍ୱର ଅଫିସ,୧୧।୮: ବାଲେଶ୍ୱର ଜିଲାର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ବୁଧବାର ଦୂରଗାମୀ ସବ୍ନିକ କ୍ରୁଜ ମିସାଇଲ ନିର୍ଭୟର ପରୀକ୍ଷଣ କରାଯାଇଛି ।...

ଧରମପୁରରେ ଚଢ଼ାଉ: ପଚାଶ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର କାଠ ଜବତ

ହାଟଡ଼ିହୀ,୧୮।୫(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହଦଗଡ଼ ବନଖଣ୍ଡ ଅନ୍ତର୍ଗତ ଢେଙ୍କା ପଞ୍ଚାୟତ ଧରମପୁର ଗ୍ରାମରେ ଶନିବାର ଚଢ଼ାଉ କରାଯାଇ ମୂଲ୍ୟବାନ କାଠ ଜବତ ହୋଇଛି।...

ଗୋଟିଏ ଦିନରେ ୩ ଘରୁ ଚୋରି: ପୋଲିସ, ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ

ଚମ୍ପୁଆ, ୧୧ା୭(ଡି.ଏନ.ଏ)-ଦୁଇ ଦିନ ତଳେ ଚମ୍ପୁଆ ସଖି ପେଟ୍ରୋଲ ପମ୍ପ ନିକଟରୁ ତାଲାଭାଙ୍ଗି ହୋଇଥିବା ସିରିଜ ଚୋରିର ତଦନ୍ତ ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ଓ...

Advertisement
Archives

Model This Week