ବର୍ଷାଦିନେ ଷ୍ଟ୍ରିଟ୍‌ଫୁଡ୍‌

ମୌସୁମୀ ଆସିଲେ ପ୍ରଥମେ ସମସ୍ତଙ୍କ ମନକୁ ଆସେ ଘରେ ବସି କେମିତି ଗରମ ଗରମ ଖାଦ୍ୟର ମଜାନେବା। ଗରମ ପକୁଡ଼ି ସାଙ୍ଗକୁ ଗରମ ଚା’ ହୋଇଗଲେ ବର୍ଷାଦିନିଆ ସନ୍ଧ୍ୟା ଆଉ ସକାଳର ମଜା ଆହୁରି ଜମିଯାଏ। ହେଲେ ଏହାପରେ ବି ମନ ଖୋଜେ ବାହାରର କିଛି ଚଟ୍‌ପଟା ଖାଦ୍ୟ। ବର୍ଷାଦିନେ ଷ୍ଟ୍ରିଟ୍‌ ଫୁଡ୍‌ ଖାଇବାକୁ ଡାକ୍ତର ମନାକଲେ ବି ମନ ମାନେନା। ବର୍ଷାପାଗର ମଜାନେବାକୁ ମନ ଖୋଜେ ଭଳିକି ଭଳି ସୁସ୍ବାଦୁ ଖାଦ୍ୟ। ତେବେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ବର୍ଷାଦିନେ ସବୁଠାରୁ ଅଧିକ ଜରୁରୀ ହୋଇଥିବା ବେଳେ ଚାଟ୍‌, ଗୁପ୍‌ଚୁପ୍‌, ଦହିବରା, ଫ୍ରୁଟ୍‌ ସାଲାଡ୍‌ କିମ୍ବା ରାସ୍ତାକଡ଼ ଫ୍ରୁଟ୍‌ ଜୁସ୍‌ ଭଳି ଖାଦ୍ୟଠାରୁ ଦୂରେଇ ରହିବା ଏହିଦିନେ ସବୁଠାରୁ ଭଲ। ନଚେତ୍‌ ଫୁଡ୍‌ ପଏଜନିଂ, ଝାଡ଼ାବାନ୍ତି ଭଳି ରୋଗରେ ପଡ଼ିବା ଆଶଙ୍କା ରହିଥାଏ। ହେଲେ ଷ୍ଟ୍ରିଟ୍‌ଫୁଡ୍‌କୁ ଭଲପାଉଥିବା ଲୋକଙ୍କ ପାଇଁ କିନ୍ତୁ ବର୍ଷାଦିନେ ରହିଛି କିଛି ଭିନ୍ନ ଅପ୍‌ସନ୍‌, ଯାହାକି କେବଳ ସୁସ୍ବାଦୁ ନୁହେଁ, ସ୍ବାସ୍ଥ୍ୟକର ମଧ୍ୟ। ବର୍ଷାଦିନେ ରାସ୍ତାକଡ଼ରେ ମିଳୁଥିବା ସେଭଳି କିଛି ଖାଦ୍ୟ ମଧ୍ୟରେ ରହିଛି ମକା ପୋଡ଼ା, ଗ୍ରୀଲ୍‌ଡ କିମ୍ବା ତନ୍ଦୁରି ଖାଦ୍ୟ, ମୋମୋ କିମ୍ବା ଗରମ ଗରମ ଭେଜ୍‌ ଓ ନନ୍‌ଭେଜ୍‌ ସୁପ୍‌ ଇତ୍ୟାଦି।

ମକାପୋଡ଼ା/ମକାସିଝା
ବର୍ଷାରେ ରାସ୍ତାରେ ଯାଉଥିବା ବେଳେ ରାସ୍ତାକଡ଼ରେ ବିକ୍ରି ହେଉଥିବା ପୋଡ଼ା ମକାର ବାସ୍ନା ଆମକୁ ଅଟକାଇ ଦିଏ। ଲୁଣ, ଲଙ୍କାଗୁଣ୍ଡ ସହ ଲେମ୍ବୁ ଲଗାଯାଇଥିବା ଗରମ ଗରମ ମକା ପୋଡ଼ାର ମଜା ସବୁବେଳେ ନିଆରା। ବର୍ଷାଦିନେ କୋଣ ଅନୁକୋଣରେ ମକା ବିକାଳିମାନଙ୍କୁ ଦେଖିବାକୁ ମିଳୁଥିବାବେଳେ ମକାରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ସ ଓ ହାଇ ଫାଇବର୍‌ ଆମକୁ ବର୍ଷାରେ ଫିଟ୍‌ ରଖିବାରେ ସାହାଯ୍ୟକରେ। ଏହାସହ ଅତ୍ୟଧିକ ତାପମାତ୍ରାରେ ଏହାକୁୁ ସିଝା ଏବଂ ପୋଡ଼ାଯାଉଥିବାରୁ ଏଥିରେ ବ୍ୟାକ୍ଟେରିଆଲ ଇମ୍ଫେକ୍ସନ ହେବାର ଆଶଙ୍କାମଧ୍ୟ ନ ଥାଏ। ତେଣୁ ସାଙ୍ଗମାନଙ୍କ ସହ ଏକାଠି ରାସ୍ତାକଡ଼ରେ ଛିଡା ହୋଇ ଗରମ ଗରମ ଚା’ ସହ ମକା ଖାଇବାର ମଜା ଏ ବର୍ଷାରେ ନିଶ୍ଚୟ ଉଠାନ୍ତୁ।

ଗରମ ପକୁଡ଼ିକୁ ମସଲା ଚା’
ପକୁଡ଼ି ଓ ଚା’ ମୌସୁମୀର ସବୁଠାରୁ ଫେଭରାଇଟ୍‌ ଫୁଡ୍‌ କହିଲେ ଅତ୍ୟୁକ୍ତି ହେବନାହିଁ। ଘରେ ହେଉ କି ବାହାରେ ଚା’ ସହ ପକୁଡ଼ି ଖାଇବାକୁ ସମସ୍ତେ ଭଲପାଆନ୍ତି। ତେବେ ବର୍ଷାରେ ପାଗକୁ ମାତ୍‌ ଦେବାକୁ ପକୁଡ଼ି ସହ ଟିକେ ମସଲା ଚା’ ହୋଇଗଲେ ଖଟି ଆହୁରି ଜମେ। ଗୁଜୁରାତି, ଲବଙ୍ଗ, ଡାଳଚିନି, ପାନମଧୁରୀ, ଗୋଲମରିଚ, ଜାଇଫଳ ଓ ଅଦା ପଡ଼ିଥିବା ମସଲା ଚା’ ବର୍ଷାରେ ଯେତିକି ଆରାମଦାୟକ ସେତିକି ସ୍ବାସ୍ଥ୍ୟ ଉପଯୋଗୀ ମଧ୍ୟ। ଏଥିରେ ଥିବା ମସଲା ଥଣ୍ଡାରୁ ଦୂରେଇ ରଖିବା ସହ ଇମ୍ୟୁନିଟି ବା ରୋଗ ନିରାକରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହାସହ ତନ୍ଦୁରୀ ଚା’ ମଧ୍ୟ ଆଜିକାଲି ବିଭିନ୍ନ ସ୍ଥାନରେ ଉପଲବ୍ଧ ହେଲାଣି। ଭୁବନେଶ୍ୱରରେ ୟୁନିଟ୍‌-୩ କେଶରୀ ହଲ୍‌ ନିକଟ ଏବଂ ଶହୀଦନଗର ଦୁର୍ଗାମଣ୍ଡପ ଅଞ୍ଚଳ ମସଲା ଚା’ ପାଇଁ ପ୍ରସିଦ୍ଧ ହୋଇଥିବାବେଳେ କିଟ୍‌ ରୋଡ୍‌ ଏବଂ ବମିଖାଲ କେନାଲ ରୋଡରେ ଥିବା ତନ୍ଦୁରି ଚା’ ବେଶ୍‌ ଲୋକପ୍ରିୟ।
ଗ୍ରୀଲ୍‌ଡ/ତନ୍ଦୁରି ଖାଦ୍ୟ
ବର୍ଷାଦିନେ ଗ୍ରୀଲ୍‌ଡ ଓ ତନ୍ଦୁରି ଖାଦ୍ୟ ଖାଇବାର ମଜା ନିଆରା। ବର୍ଷାରେ ଅଧିକ ଡିଫ୍‌ ଫ୍ରାଇଡ୍‌ ଫୁଡ୍‌ ଏସିଡିଟି ଓ ବଦହଜମୀ ଭଳି ସମସ୍ୟା ସୃଷ୍ଟି କରୁଥିବା ବେଳେ ଏହିଦିନେ ଗ୍ରୀଲ୍‌ଡ ଓ ତନ୍ଦୁରୀ ଖାଦ୍ୟ ଏକ ଭଲ ଅପ୍‌ସନ୍‌। ଏଥିରେ କମ୍‌ ତେଲ ଓ ବଟର୍‌ ବ୍ୟବହାର ହେଉଥିବାରୁ ଏହା ସହଜରେ ହଜମ ହେବାସହ ଏଥିରେ ସଂକ୍ରମଣର ଆଶଙ୍କା ରହି ନ ଥାଏ। ହେଲେ ତନ୍ଦୁରି ହେଉ ଗ୍ରୀଲ୍‌ଡ ସର୍ବଦା ଗରମ ଗରମ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ଏହାବ୍ୟତୀତ କମ୍‌ ମସଲା ଓ କମ୍‌ ଲୁଣ ବ୍ୟବହୃତ ଖାଦ୍ୟ ଖାଆନ୍ତୁ। ଭୁବନେଶ୍ୱରର ରାମମନ୍ଦିର ନିକଟରେ ଥିବା ଖାଓଗଳି ତନ୍ଦୁରି ଓ ଗ୍ରୀଲ୍‌ଡ ଖାଦ୍ୟ ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ କିଟ୍‌ ରୋଡ୍‌ରେ ମଧ୍ୟ ଏହା ବହୁଳଭାବେ ଉପଲବ୍ଧ।


ମୋମୋ/ସୁପ୍‌
ଷ୍ଟିମର୍‌ରୁ ବାହାରିଥିବା ଗରମ ଗରମ ମୋମୋ ଓ ତା’ ସହ ଚଟପଟା ଚଟଣି, ପ୍ରାୟତଃ ସମେସ୍ତ ଏହାକୁ ଭଲପାଆନ୍ତି। ଏହାସହ ବର୍ଷାରେ ଫୁଡ୍‌ଷ୍ଟଲରେ ମିଳୁଥିବା ଚିକେନ୍‌, ମଟନ୍‌ ସୁପ୍‌ ଓ ଭଳିକି ଭଳି ଭେଜ୍‌ ସୁପ୍‌ ପିଇବା ବର୍ଷାରେ ହିତକର। ଏହା ଥଣ୍ଡା ଓ ସଂକ୍ରମଣରୁ ମୁକ୍ତ ରଖିବା ସହ ଶରୀରକୁ ଗରମ ରଖିବାରେ ସାହାଯ୍ୟକରେ। ଆଜିକାଲି ତନ୍ଦୁରି ମୋମୋ ଭୁବନେଶ୍ୱରରେ ଏକ ଲୋକପ୍ରିୟ ଷ୍ଟ୍ରିିଟ୍‌ଫୁଡ୍‌ ହୋଇଛି।
-ରିପୋର୍ଟ: ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଇଲିଶ୍‌ ଦୁପଟ୍ଟା

ଫ୍ୟାଶନ୍‌ ଟ୍ରେଣ୍ଡ ଏବଂ ଷ୍ଟାଇଲ୍‌ ଦିନକୁ ଦିନ ବଦଳୁଛି। ଏହାକୁ ଆପଣେଇ ପାରିଲେ ଆପଣ ନିଜକୁ ଆହୁରି ଷ୍ଟାଇଲିଷ୍ଟ କରିପାରିବେ। ଆପଣ ଟ୍ରେଣ୍ଡରେ ଥିବା ଅଲଗା...

ବାସ୍ତୁ ଅନୁସାରେ  ଘରେ ରଖନ୍ତୁ ଏଭଳି ହାତୀ ମୂର୍ତ୍ତି

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ହାତୀଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିଲେ କ’ଣ ସବୁ ଉପକାର ହୋଇଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ… * ଶୟନକକ୍ଷରେ ଯୋଡ଼ା...

ଜାଣନ୍ତୁ ସଙ୍କଟ ଦୂରରେ – ପାଖରେ ଥିଲେ କ’ଣ କରିବେ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଙ୍କଟ ସମୟରେ ମନୁଷ୍ୟକୁ ରକ୍ଷା କରିବା ପାଇଁ ଅନେକ ପଦକ୍ଷେପ ବର୍ଣ୍ଣନା କରିଛନ୍ତି। ସଙ୍କଟ ସମୟରେ ଜଣେ ଜ୍ଞାନୀ ବ୍ୟକ୍ତି କଣ...

ଗର୍ଭବତୀ ମହିଳା ଅଦା ଚା’ ପିଇବା ହାନିକାରକ

ଗର୍ଭବତୀ ମହିଳାଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ହାଲ୍‌କା ବ୍ୟାୟାମ୍‌ ଦ୍ୱାରା ଜଣେ ମହିଳା ସୁସ୍ଥସବଳ ଶିଶୁକୁ ଜନ୍ମ ଦେଇଥାଏ। ଗର୍ଭଧାରଣ...

ଥରେ ନୁହେଁ ଏକାଧିକ ଥର ପ୍ରେମରେ ପଡ଼ିଥାନ୍ତି ଏହି ୩ ରାଶିର ପୁରୁଷ; ରୋମାଣ୍ଟିକ୍‌ ସତ୍ତ୍ୱେ ହୃଦୟ ଭାଙ୍ଗେ

ପ୍ରତ୍ୟେକ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବହାର ଏବଂ ପସନ୍ଦ-ନାପସନ୍ଦ ଭିନ୍ନ ଭିନ୍ନ। କିଛି ଶାନ୍ତ ସ୍ବଭାବର ହୋଇଥିବା ବେଳେ କିଛି ବହୁତ ରାଗି। ପ୍ରେମକୁ ନେଇ ମଧ୍ୟ...

ଆତ୍ମରକ୍ଷା

ଝିଅମାନଙ୍କ ପ୍ରତି ବଢ଼ୁଥିବା ସମସ୍ୟା ଓ ନିର୍ଯାତନାକୁ ଦୃଷ୍ଟିରେ ରଖି ଏବେ ଆତ୍ମରକ୍ଷା ବିଷୟରେ ଅଧିକ ସଚେତନ କରାଯାଉଛି । ଏହିସବୁ ଘଟଣାରୁ ରକ୍ଷା ପାଇବାକୁ...

ରାଶି ଅନୁସାରେ ଭାଇଙ୍କ ହାତରେ ବାନ୍ଧନ୍ତୁ ରାଖୀ

ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରାଖୀ ପୂର୍ଣ୍ଣିମା। ଏହିଦିନ ଭଉଣୀ ଭାଇ ହାତରେ ରେଶମର ଡୋରି ବାନ୍ଧି ଆଜୀବନ ସୁରକ୍ଷା ପ୍ରଦାନ କରିବାର ପ୍ରତିଶ୍ରୁତି...

ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ଭାତ, ୧/୪ କପ୍‌ ଛୋଟ ଛୋଟ କଟା ହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍‌ମା, ଗୋଟିଏ କଟା ପିଆଜ,...

Advertisement
Archives

Model This Week