ବର୍ଷକ ପରେ ପହଞ୍ଚିଲା ବିବାହ ଉପହାର ଟଙ୍କା

ଟିକ୍ରାପଡା,୩ା୫(ଡି.ଏନ.ଏ.)
ଡାକ ଯୋଗେ ପଠାଯାଇଥିବା ମନିଅର୍ଡର ଟଙ୍କା ପଠାଇବାର ବର୍ଷକ ପରେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିବା ଖବର ସମସ୍ତଙ୍କୁ ଚକିତ କରିଛି। ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ସଦର ମହକୁମାର ମହେନ୍ଦ୍ର ତ୍ରିପାଠୀ ୨୬ ଏପ୍ରିଲ ୨୦୧୯ରେ ବଲାଙ୍ଗୀର ଜିଲା ସଇଁନ୍ତଳା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ସଦର ମହକୁମାର ଧର୍ମେନ୍ଦ୍ର ମୁଦୁଲିଙ୍କ ପାଖକୁ ମନିଅର୍ଡର ଯୋଗେ ୪୦୦ଟଙ୍କା ପଠାଇଥିଲେ। ଯାହାର ମନି ଅର୍ଡର ନମ୍ବର ୦୮୯୪୫୫୫୨୬୦୧୮୬୭୦୧୦। ଉକ୍ତ ଟଙ୍କା ଦୀର୍ଘ ବର୍ଷକ ପରେ ୧ ମେ ୨୦୨୦ରେ ଧର୍ମେନ୍ଦ୍ରଙ୍କ ନିକଟରେ ପହଞ୍ଚିଛି। ମହେନ୍ଦ୍ର ବର୍ଷକ ତଳେ ସମ୍ପନ୍ନ ହୋଇଥିବା ବନ୍ଧୁ ଧର୍ମେନ୍ଦ୍ରଙ୍କ ବିବାହ ଉତ୍ସବରେ କୌଣସି କାରଣରୁ ପହଞ୍ଚି ନ ପାରି ଉକ୍ତ ଟଙ୍କା ଉପହାର ସ୍ବରୂପ ପଠାଇଥିଲେ। ଏ ନେଇ ସେ ତାଙ୍କୁ ଫୋନ କରି ଜଣାଇଥିଲେ। ହେଲେ ଏହି ଟଙ୍କା ଧର୍ମେନ୍ଦ୍ରଙ୍କ ପାଖରେ ପହଞ୍ଚି ନ ଥିଲା। ଏ ନେଇ ସ୍ଥାନୀୟ ପୋଷ୍ଟ ଅଫିସରେ ପଚାରିଲେ ମନି ଅର୍ଡର ଆସି ନ ଥିବା କହିଥିଲେ। ହେଲେ ବର୍ଷକ ପରେ ଉକ୍ତ ଟଙ୍କା ଦେବାକୁ ତାଙ୍କ ନିକଟକୁ ଆସିଥିବା ପୋଷ୍ଟ ପିଅନକୁ ପଚାରିବାରୁ ଭୁଲବଶତଃ ଉକ୍ତ ମନି ଅର୍ଡର ରହି ଯାଇଥିଲା ବୋଲି କହିଥିଲେ। ଏ ସମ୍ପର୍କରେ ଝିଙ୍କିଡୁଙ୍ଗୁରି ପୋଷ୍ଟମାଷ୍ଟର ରାଜ କିଶୋର ବାଙ୍କଙ୍କୁ ପଚାରିବାରୁ ଅସମ୍ପୂର୍ଣ୍ଣ ଠିକଣା ଯୋଗୁ ଏହି ମନି ଅର୍ଡର ଠିକ୍‌ ସମୟରେ ପହଞ୍ଚତ୍ ନ ପାରି ମୁଖ୍ୟ କ୍ଷେତ୍ରରୁ ଫେରି ଆସିଥିଲା ା ଏହି କାରଣରୁ ମନିଅର୍ଡର ପହଞ୍ଚତ୍ବାରେ ବିଳମ୍ବ ହେଲା ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri