ବରିଷ୍ଠ ନାଗରିକ ଚିନ୍ତା: ସବୁ ଜିଲାରେ ନିର୍ମାଣ ହେବ ଜରାନିବାସ; ମାତାପିତାଙ୍କୁୁ ଅବହେଳା କରିବାରୁ ପୁତ୍ରକୁ ୨୫ ଦିନ ଜେଲ

ଭୁବନେଶ୍ୱର, ୨୭।୭(ବ୍ୟୁରୋ): ରାଜ୍ୟର ସମସ୍ତ ଜିଲାରେ ଜରାନିବାସ ସ୍ଥାପନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୯ଟି ଜିଲାରେ ସ୍ଥାପନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହି ଜିଲାଗୁଡ଼ିକ ହେଲା- ଖୋର୍ଦ୍ଧା, ସମ୍ବଲପୁର, କନ୍ଧମାଳ, କଟକ, ପୁରୀ, ଭଦ୍ରକ, ମାଲକାନଗିରି, ଗଞ୍ଜାମ ଏବଂ ନବରଙ୍ଗପୁର। ଏଥିପାଇଁ ୬୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୫ ଏକର ପରିମିତ ଜମିରେ ଏହା ନିର୍ମାଣ କରାଯିବ। ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ସକାଶେ ଏଭଳି ଜରାନିବାସ ନିର୍ମାଣ କରାଯାଉଛି। ଶନିବାର ପ୍ରଶ୍ନୋତ୍ତର ବେଳେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ମୌଷଧୀ ବାଗ୍‌ ଏକ ପ୍ରଶ୍ନରେ ପଚାରିଥିଲେ, ରାଜ୍ୟର ପ୍ରତ୍ୟେକ ବ୍ଲକରେ ଜରାନିବାସ ପ୍ରତିଷ୍ଠା ପାଇଁ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି। ମନ୍ତ୍ରୀ କହିଥିଲେ, ମାତାପିତା ଓ ବରିଷ୍ଠ ନାଗରିକ ଭରଣପୋଷଣ ଏବଂ କଲ୍ୟାଣ ଆଇନ ୨୦୦୭ର ଧାରା ୧୯ ଏବଂ ଓଡ଼ିଶା ବରିଷ୍ଠ ନାଗରିକ ନୀତି ୨୦୧୬ ଅନୁଯାୟୀ, ରାଜ୍ୟର ପ୍ରତ୍ୟେକ ଜିଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକଙ୍କ ରହିବା ପାଇଁ ଜରାଶ୍ରମ ନିର୍ମାଣ କରାଯିବ। କନ୍ଧମାଳ, ସମ୍ବଲପୁର ଓ ଖୋର୍ଦ୍ଧାରେ ଜରାନିବାସ ନିର୍ମାଣ କାର୍ଯ୍ୟ ଖୁବ୍‌ଶୀଘ୍ର ଶେଷ ହେବ। ଅନ୍ୟ ଜିଲାଗୁଡ଼ିକରେ ଭିତ୍ତିଭୂମି ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଏଥିସହିତ ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷା ଓ ଭରଣପୋଷଣ ଦେବା ଲାଗି ୨୦୦୯ରେ ଏକ ନୀତି ପ୍ରଣୟନ କରାଯାଇଛି। ମାତାପିତାମାନେ ନିଜର ଭରଣପୋଷଣ ପାଇଁ ସବ୍‌ଡିଭିଜନ ସ୍ତରରେ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏବଂ ଜିଲାସ୍ତରରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଆପିଲେଟ୍‌ ଅଥରିଟିରେ ଆବେଦନ କରିପାରିବେ। ଏଥିପାଇଁ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ୨୮୬ କେସ୍‌ ଦାଏର ହୋଇଛି। ଏଥିରୁ ୧୧୯ କେସ୍‌ର ଫଇସଲା କରାଯାଇଛି। ପୁରୀ ଜିଲାରେ ଆନନ୍ଦ ମହାପାତ୍ରଙ୍କୁ ତାଙ୍କ ପିତାଙ୍କ ଅଭିଯୋଗ କ୍ରମେ ଭରଣପୋଷଣ ଦେଉ ନ ଥିବାରୁ ୨ଟି ପର୍ଯ୍ୟାୟରେ ୨୫ ଦିନ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଛି। ବିଜେଡି ସଭ୍ୟ ଅନନ୍ତ ଦାସ, ସୁଧୀର ସାମଲ, ପ୍ରଦୀପ ଅମାତ, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ପ୍ରମୁଖ ଜରାନିବାସ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ। ଶିକ୍ଷିତ ପିଲାମାନେ ଦୂରଦୂରାନ୍ତରକୁ ଚାକିରି ପାଇଁ ଯାଇଥିବାରୁ ମା’ବାପା ହଇରାଣ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲାରେ ଓ ଭୁବନେଶ୍ୱରରେ ଜରାନିବାସ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କେତୋଟି ଜରାନିବାସ ଏନ୍‌ଜିଓ ମାଧ୍ୟମରେ ଚାଲିଛି। ବରିଷ୍ଠ ନାଗରିକଙ୍କ ଯତ୍ନ ପାଇଁ ଡାକ୍ତର, ଖାଦ୍ୟ, ପାନୀୟ ଆଦି ବ୍ୟବସ୍ଥା କରିବା ପାଇଁ ସଦସ୍ୟମାଦେ ଦାବି କରିଥିଲେ। ମନ୍ତ୍ରୀ କହିଥିଲେ ଯେ, ପ୍ରାଥମିକ ପର୍ଯ୍ୟାୟରେ ୯ ଜିଲାରେ ଜରାନିବାସ ସ୍ଥାପନ କରାଯାଇଛି। ପରବର୍ତ୍ତୀ ସମୟରେ ସମସ୍ତ ଜିଲାରେ ଏହା ନିର୍ମାଣ ହେବ। ଏଥିରେ ୧୫୦ରୁ ୨୦୦ ଲୋକ ରହିପାରିବେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟରେ ୪୪ଟି ଜରାନିବାସ ଚାଲୁ ରହିଛି ବୋଲି ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?