ବରଯାତ୍ରୀ ସହ କନ୍ୟାଘରେ ପହଞ୍ଚିଲେ ମହାଦେବ:ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର, ୮ା୬ (ବ୍ୟୁରୋ): ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ବରାତିରେ ନଗର ପରିକ୍ରମା କରି କନ୍ୟାଘରେ ପହଞ୍ଚିଥିଲେ। ଏଥିସହ ଷଷ୍ଠୀ ତିଥିରେ ମାହେନ୍ଦ୍ର ମୁହୂର୍ତ୍ତରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ଜଗତଜନନୀ ମାତା ପାର୍ବତୀ ଓ ଶିବଙ୍କ ବିବାହ ସମ୍ପୂର୍ଣ୍ଣ ଲୋକାଚାର, ପରମ୍ପରା ଓ ରୀତିନୀତିରେ ହୋଇଥିଲା। ପଣ୍ଡିତଙ୍କ ମହାମନ୍ତ୍ର ପାଠ ସହ ବେଲପତ୍ର, କୁଶରଜୁ ଓ ପଦ୍ମମାଳାରେ ହସ୍ତବନ୍ଧନ ହୋଇଥିଲା। ମାତା ପାର୍ବତୀଙ୍କୁ କନ୍ୟାରୂପେ ପାଇ ସୌଭାଗ୍ୟ ଅର୍ଜନ କରିଥିବା ମାତାପିତା ହସ୍ତବନ୍ଧନରେ ଜଳ ଢ଼ାଳି କନ୍ୟାଦାନ କରିଥିଲେ। ସର୍ବପୁରାତନ ଶୈବପୀଠ ବାଲିବନ୍ଧାସ୍ଥିତ ସୋମନାଥ ବାବା, ନନ୍ଦପଡା ଶ୍ରୀଶ୍ରୀ ବମ୍‌ ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡା ଶ୍ରୀଶ୍ରୀ ଲୋକନାଥ ବାବା, ମୁଦିପଡା ଶ୍ରୀଶ୍ରୀ ଜାଗେଶ୍ୱର ବାବା ସ୍ବମନ୍ଦିର ସମ୍ମୁଖରେ ସ୍ବର୍ଣ୍ଣ, ରୌପ୍ୟ, ଅଳଙ୍କାରରେ ଆଭୁଷଣ ହୋଇ ବରବେଶରେ ସଜ୍ଜିତ ହୋଇଥିଲେ। ପଣ୍ଡିତମାନେ ସ୍ବତନ୍ତ୍ର ପୂଜାର୍ଚ୍ଚନା ସହ ୧୦୮ ମହାଆଳତି କରିଥିଲେ ା ହରିବୋଲ ହୁଳହୁଳି ଓ ଶଙ୍ଖନାଦରେ ଶୈବପୀଠ ଉଛୁଳି ପଡିଥିଲା ।
ବରାତିରେ ରଙ୍ଗିନ ଆତସବାଜିରେ ମୁକ୍ତାକାଶ ଚମକୁଥିଲା। ଦେବାଦେବୀଙ୍କ ବେଶରେ ସଜ୍ଜିତ ହୋଇ ଭକ୍ତମାନେ ବରାତିରେ ସାମିଲ ହୋଇଥିଲେ। ସେହିପରି ଐତିହାସିକ ଶୈବପୀଠ ବୁଢାରଜା ମହାଦେବ, ବଡବଜାର ଶ୍ରୀ ଶ୍ରୀ ଶୀତଳେଶ୍ୱର ବାବା, ଠାକୁରପଡା ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ବାବା, ଦୁର୍ଗାପାଲି ଶ୍ରୀ ଶ୍ରୀ ଗୁଡେଶ୍ୱର ବାବା, ସାଲିହାବଗିଚା, ସାକ୍ଷୀପଡା, ଫାଟକ, ସହର ଉପକଣ୍ଠସ୍ଥ ମାନେଶ୍ୱର ମାନଧାତା ବାବା, ସିନ୍ଦୂରପଙ୍କ ତାରକେଶ୍ୱର ବାବା, ଶଙ୍କରମଠ ବାବାଙ୍କ ମାତା ପାର୍ବତୀଙ୍କ ସହ ବିବାହ ସଂପୂର୍ଣ୍ଣ ହୋଇଛି ।
ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ଜଗତ ଜନନୀ ମାତା ପାର୍ବତୀ ବଧୂ ବେଶରେ ସଜେଇ ହୋଇ ଶିବଙ୍କୁ ଚାହିଁ ବସିଥିଲେ। ସେହିପରି କନ୍ୟା ପରିବାର ଓ ବନ୍ଧୁ ପରିଜନ ମଧ୍ୟ ରାତ୍ରି ଶେଷ ଭାଗରେ ମହାଦେବଙ୍କୁ ବାଟବରଣ କରି ବିବାହ ମଣ୍ଡପକୁ ନେଇଥିଲେ। ହୁଳହୁଳିି, ହରିବୋଲ, ଘଣ୍ଟ, ଶଙ୍ଖନାଦରେ ଗୁଞ୍ଜରିତ ହେଉଥିଲା ବିବାହ ମଣ୍ଡପା ବରାତିରେ ଘଣ୍ଟ, ଶଙ୍ଖ, ଢ଼ାକି ବାଜା, ଦୁଲଦୁଲି, ସଂପ୍ରଦା, ଝାଞ୍ଜ ଓ ଘୁମୁରା ବାଦ୍ୟ ସାମିଲ ହୋଇଥିଲା। ରାଜ୍ୟ ଓ ରାଜ୍ୟ ବାହାର କଳାକାରମାନେ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ। ପଶ୍ଚିମବଙ୍ଗ, ପଞ୍ଜାବ, ଆସାମ, ରାୟପୁର କଳାକାର ଆଧୁନିକ ଓ ପାରମ୍ପରିକ ନୃତ୍ୟ କରିଥିଲେ। ମହାଦେବଙ୍କ ବରବେଶ ଓ ବରାତିରେ ସାମିଲ ହେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡୋର ଷ୍ଟେପ୍‌ରେ ଟିକା

ଭୁବନେଶ୍ୱର, ୧୬।୫ – ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବରିଷ୍ଠ ନାଗରିକଙ୍କ ପାଇଁ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି ଘରକୁ ଘର ଟିକାକରଣ ଓ କୋଭିଡ୍‌ ଟେଷ୍ଟ...

ଶାଖା କେନାଲ ରାସ୍ତା ମଝିରେ ଗର୍ତ୍ତ

ମାହାଙ୍ଗା ୧୩ା୮(ସ୍ବ.ପ୍ର.): ମାହାଙ୍ଗା ବ୍ଲକ ଅନ୍ତର୍ଗତ ତଥା ନିଶ୍ଚିିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧୀନରେ ଥିବା ୮ ଏଫ୍‌ ଶାଖା କେନାଲ ବନ୍ଧ ଗ୍ରାମ୍ୟ...

ରାଜ୍ୟରେ ଅଭାବ ନାହିଁ ରେମ୍‌ଡେସିଭିର

ଭୁବନେଶ୍ୱର,୩୦।୪: ରାଜ୍ୟରେ ଦୈନିକ ୧୨ଶହ ରେମ୍‌ଡେସିଭିର ଆବଶ୍ୟକ ହେଉଛି। ବର୍ତ୍ତମାନ ୪୩ ହଜାର ଷ୍ଟକ ରହିଛି। ଶନିବାର ଆଉ ୨୧ ହଜାର ପହଞ୍ଚିବ। ଯେଉଁ ଅଭାବ...

୭ ବର୍ଷ ଦଣ୍ଡ ବ୍ୟବସ୍ଥା ନ ଥିବା ଅପରାଧର ଅଭିଯୁକ୍ତଙ୍କୁ ଗିରଫ କରନାହିଁ: ହାଇକୋର୍ଟ

କଟକ ଅଫିସ,୫।୫- ଅପରାଧୀଙ୍କୁ ଗିରଫ କରିବାକୁ ତରବର ନ ହେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯେଉଁ ଅପରାଧର ଦଣ୍ଡବିଧାନ ୭ ବର୍ଷ କିମ୍ବା...

CORONAVIRUS UPDATE: ରାଜ୍ୟରେ ପୁଣି ୧୦୬୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୨୯।୭(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୦୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯, ୧୭୫ରେ...

ବୃଦ୍ଧି ପାଉଛି ବେଆଇନ ନିଶା କାରବାର: ପୁଣି ପାଟଣାଗଡ଼ ଅଞ୍ଚଳରୁ ୨ହଜାର ବୋତଲ କଫ୍‌ ସିରପ୍‌ ଜବତ

ପାଟଣାଗଡ଼, ୪।୧୨(ଡି.ଏନ.ଏ.): ଗତ ୨ ତାରିଖରେ ପାଟଣାଗଡ଼ ପୋଲିସ ୧୬ ହଜାର କଫ୍‌ ସିରପ୍‌ ଜବତ କରିଥିବା ବେଳେ ବୁଧବାର ପୁଣି ପାଟଣାଗଡ ଅବକାରୀ ବିଭାଗ...

ଗୋଟିଏ ଟେବୁଲରେ ଏକାଠି ଖାଇଲେ ନବୀନ-ଶାହା-ମମତା-ଧମେନ୍ଦ୍ର: ଟୁଇଟ୍‌ କରି ଖୁସିବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅତିଥିମାନଙ୍କୁ ମଧ୍ୟାହ୍ନଭୋଜନରେ ଆପ୍ୟାୟିତ କରିଛନ୍ତି। ଗୋଟିଏ ଟେବୁଲରେ ନବୀନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା...

ଗ୍ରୀଲ୍‌ ଭାଙ୍ଗି ଟଙ୍କା, ସୁନା ଲୁଟ୍‌

ରାଇରଙ୍ଗପୁର,୨ା୧୦(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଧୀନ ବିକାଶନଗର ବସ୍ତି ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଗ୍ରୀଲ ଭାଙ୍ଗି ମଙ୍ଗଳବାର ଲକ୍ଷାଧିକ ଟଙ୍କାର ସୁନା ଗହଣା...

Advertisement
Archives

Model This Week