ବରଡ଼ା ଛପର ତଳେ ବିଦ୍ୟାଳୟ

ଆଠମଲ୍ଲିକ, ୩୦ା୧୧(ଡି.ଏନ.ଏ.) – ପତ୍ରଫଡିରୁ ଆରମ୍ଭ ହୋଇ ଗ୍ରାମବାସୀଙ୍କ ଉଦ୍ୟମରେ ବରଡା ଛପର ଘରେ ପହଞ୍ଚିଥିବା ବିଦ୍ୟାଳୟର ବିକାଶ ଭୁଲିଯାଇଛି ପ୍ରଶାସନ। ଫଳରେ ବିନା ଶ୍ରେଣୀଗୃହରେ ଖୋଲାମେଲାରେ ବିପଦସଙ୍କୁଳ ଭାବେ ପାଠ ପଢୁଛନ୍ତି ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମା ୩ ନମ୍ବର ଓ୍ବାର୍ଡ ସିଦ୍ଧପୁର ଗ୍ରାମର ପିଲାମାନେ। ଅବସ୍ଥା ଏପରି କି ଘରଟିଏ ନ ଥିବାରୁ ଶୌଚାଳୟରେ ବିଦ୍ୟାଳୟର କାର୍ଯ୍ୟାଳୟ ଚାଲୁଛି। ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ସରକାର ସର୍ବାଧିକ ଉଦ୍ୟମ କରୁଥିବା କହୁଥିବାବେଳେ ଏହାର ବାସ୍ତବତାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଗ୍ରାମବାସୀ। ବାରମ୍ବାର ଅବଗତ କରାଇବା ସତ୍ତ୍ୱେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସେମାନେ ଅଭିଯୋଗ ଆଣିଛନ୍ତି।
୨୦୦୯ ଡିସେମ୍ବରରେ ସ୍ଥାପନ ହୋଇଥିଲା ସିଦ୍ଧପୁର ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ। ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ଥିବାବେଳେ ୨ ଜଣ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ସୂଚନା ମୁତାବକ, ଗ୍ରାମ ଫଡିରୁ ପ୍ରଥମେ ଏହି ବିଦ୍ୟାଳୟ ଆରମ୍ଭ ହୋଇଥିଲା। ସ୍କୁଲର ବିକାଶ ପାଇଁ ଗ୍ରାମବାସୀଙ୍କ ଉଦ୍ୟମରେ ନଡା, ବରଡ଼ା ଛପର କରି ଅସ୍ଥାୟୀ ଭାବେ ଶିକ୍ଷାଦାନର ବ୍ୟବସ୍ଥା ହୋଇଥିଲା। ହେଲେ ବିଦ୍ୟାଳୟ ସ୍ଥାପନକୁ ପ୍ରାୟ ୧୦ ବର୍ଷ ପୂରିଥିଲେ ହେଁ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ସେଠାରେ ଶ୍ରେଣୀଗୃହ ଖଣ୍ଡିଏ ନିର୍ମାଣ ହୋଇପାରି ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପାଠ ପଢାଯାଉଥିବା ସ୍ଥାନରେ କାନ୍ଥ କିମ୍ବା ପାଚେରିଟିଏ ନ ଥିବାରୁ ପିଲାମାନେ ଖୋଲାରେ ବସୁଛନ୍ତି। ଅନେକ ସମୟରେ ପାଠପଢା ସ୍ଥାନରେ ସାପ ଆଦି ପଶି ଯାଉଥିବାରୁ ପିଲାମାନଙ୍କ ମଧ୍ୟରେ ଭୟ ଲାଗି ରହୁଛି। ଗୋରୁ, ବୁଲା କୁକୁର ମଧ୍ୟ ସେଠାରେ ଚରାବୁଲା କରୁଛନ୍ତି। ସେହିପରି ଗୋଟିଏ ସ୍ଥାନରେ ପାଠପଢା ଏବଂ ରୋଷେଇ କରାଯାଉଛି। ବର୍ଷା ହେଲେ ଶିକ୍ଷାଦାନ କଷ୍ଟକର ହୋଇପଡୁଛି। ତେଣୁ ବର୍ଷାଦିନେ ପଲିଥିନ ଉପରେ ନିର୍ଭର କରିବାକୁ ପଡେ। ପାଖରେ ବଡ ବଡ ଗଛ ଥିବାରୁ ବଜ୍ରପାତର ଭୟ ମଧ୍ୟ ରହିଥାଏ। ସେହିପରି ଗୃହ ନ ଥିବାରୁ ଶୌଚାଳୟରେ ବିଦ୍ୟାଳୟ କାର୍ଯ୍ୟାଳୟ ଚାଲୁଛି। ସମସ୍ୟା ସମ୍ପର୍କରେ ଅବଗତ କରାଇବା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉ ନ ଥିବାରୁ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଅଭିଯୋଗ ପାଇ ଶୁକ୍ରବାର ଆଠମଲ୍ଲିକ ଉପଜିଲାପାଳ ରଜନୀକାନ୍ତ ବିଶ୍ୱାଳ ସ୍କୁଲ ପରିଦର୍ଶନରେ ଯାଇଥିଲେ। ଏ ସମ୍ପର୍କରେ ଉପଜିଲାପାଳ କୁହନ୍ତି, ଖୁବଶୀଘ୍ର ବିଦ୍ୟାଳୟ ପାଇଁ ଜାଗା ଯୋଗାଇ ଦିଆଯିବ। ଡିପିସିଙ୍କ ସହ ଆଲୋଚନା କରି ଟଙ୍କା ମଞ୍ଜୁର ପାଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଗ୍ରାସିମ୍‌କୁ ‘କଳିଙ୍ଗ ସିଏସଆର ଏବଂ ଇଏସଜି ଉତ୍କର୍ଷ ଜାତୀୟ ପୁରସ୍କାର-୨୦୨୫’

ଗଞ୍ଜାମ, ୨୩।୬ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଅବସ୍ଥିତ ପ୍ରତିଷ୍ଠିତ ଶିଳ୍ପ ସଂସ୍ଥା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜ୍‌କୁ ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ…

ମୃତ୍ୟୁ ପରେ ସାରା ଜୀବନ ପାଇଁ ଅମର ହୋଇଗଲେ ହରେକୃଷ୍ଣ ରାଉତ

ରାଜନଗର, ୨୨।୬( ଭାସ୍କର ରାଉତରାୟ) : ରାଜନଗର ବ୍ଲକ ଅନ୍ତର୍ଗତ ବାଲିସାହି ପାଟଣା ପଞ୍ଚାୟତର ଧାନଦିଆ ଗ୍ରାମର ବାସିନ୍ଦା ହରେକୃଷ୍ଣ ରାଉତ ଏକ ଅଟୋ ଧକ୍କାରେ ଗୁରୁତର…

କେସିଙ୍ଗା ଏନ୍‌ଏସିର ୧- ୨ ନମ୍ବର ୱାର୍ଡରେ ଜବରଦଖଲ ଉଚ୍ଛେଦ; ପ୍ରଥମେ ନିଜ ଘର ଭାଙ୍ଗିଲେ ନଗରପାଳ, କାର୍ଯ୍ୟକୁ ପ୍ରଶଂସା କଲେ…

କେସିଙ୍ଗା, ୨୩.୬ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ୧୯୬୫ ମସିହାରେ ଗଠିତ ହୋଇଥିଲା। କେସିଙ୍ଗା ଏନ୍‌ଏସି ଅନ୍ତର୍ଗତ ବଗାଡ଼ ଅଞ୍ଚଳର…

ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ଏଣିକି ଲମ୍ୱା ଲାଇନରୁ ମିଳିବ ମୁକ୍ତି, ଏଟିଏମ କାର୍ଡରେ ମିଳିବ……

ନୂଆଦିଲ୍‌ଲୀ,୨୩।୬: ସମଗ୍ର ଦେଶରେ ରାସନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ ନିକଟରେ ସରକାର କିଛି ଏମିତି ସୁବିଧା ଲାଗୁ…

ହାତ ମିଳାଇଲେ ଚାଇନା-ବାଂଲାଦେଶ; ବର୍ଡରରେ ବଢିଲା ଭାରତର ଚିନ୍ତା!

ନୂଆଦିଲ୍‌ଲୀ,୨୩।୬: ଦକ୍ଷିଣ ଏସିଆର ପ୍ରତିରକ୍ଷା ବଜାର (ଡିଫେନ୍ସ ମାର୍କେଟ)ରେ ଏବେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ପାକିସ୍ତାନକୁ ଅନୁସରଣ କରି ଏବେ ବାଂଲାଦେଶ ମଧ୍ୟ ଚାଇନାର ଲଢ଼ୁଆ…

ଧରିତ୍ରୀରେ ଖବର ପ୍ରକାଶ ପରେ ଅସହାୟ ପରିବାରକୁ ଭେଟିଲେ ନୀଳମାଧବ ସିଂ ଦେଓ: ପ୍ରଦାନ କଲେ ସହାୟତା….

ରିଷିଡା, ୨୩।୬ (ସୁଶାନ୍ତ ମଲ୍ଲିକ): କିଛି ଦିନ ତଳେ ଧରିତ୍ରୀ ଖବରକାଗଜରେ ଏକ ଅସହାୟ ପରିବାରର ଦୁଃଖଦ ଅବସ୍ଥା ସମ୍ପର୍କରେ ଖବର ପ୍ରକାଶିତ ହୋଇଥିଲା। କଳାହାଣ୍ଡି ଜିଲା …

TMCର କମାଣ କାହା ହାତରେ? ମମତା ଖେଳିଲେ ବଡ଼ ଗେମ୍‌! ସମସ୍ତେ କାବା…

ନୂଆଦିଲ୍ଲୀ,୨୩।୬: ତୃଣମୂଳ କଂଗ୍ରେସ (TMC)ରେ ବିଦ୍ରୋହ ପରେ ଏବେ ଦଳ ଉପରେ କାହାର ନିୟନ୍ତ୍ରଣ ରହିବ, ସେ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ଟିଏମସିର କମାଣ କାହା…

IPL ଇତିହାସର ସବୁଠାରୁ ବଡ଼ ଡିଲ୍‌: LSGରୁ ଅଲଗା ହେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୨୩।୬: ରିଷଭ ପନ୍ତ ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ଅଲଗା ହୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିଛନ୍ତି। ପନ୍ତଙ୍କ ନିଜ ପୂର୍ବ ଦଳକୁ ଫେରିବା ଏକ ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri