ବରଗଡ଼ ଜିଲାପାଳ-ଏସ୍‌ପିଙ୍କ ନାମରେ ଜାଲ ଫେସବୁକ୍‌ ଆକାଉଣ୍ଟ: ମାମଲା ରୁଜୁ କରି ପୋଲିସର ତନାଘନା

ବରଗଡ଼ ଅଫିସ,୨୬।୫- ବରଗଡ଼ ଜିଲାରେ ସାଇବର୍‌ କ୍ରାଇମରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଅପରାଧୀମାନେ ଖୋଦ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଏସ୍‌ପି ପଦ୍ମିନୀ ସାହୁଙ୍କ ନାମରେ ଜାଲ ଫେସବୁକ ଆକାଉଣ୍ଟ ଖୋଲିବା ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି। ଜିଲାପାଳଙ୍କ ନାମରେ ଖୋଲାଯାଇଥିବା ଜାଲ ଫେସବୁକ ଆକାଉଣ୍ଟରେ ଜିଲାପାଳ ପ୍ରଧାନ ଏବଂ ଜିଲାପାଳ ଅଫିସର ଏକ ଫଟୋ ଦିଆଯାଇଛି । ଅନୁରୂପଭାବେ ଏସ୍‌ପିଙ୍କ ନାମରେ ଖୋଲାଯାଇଥିବା ଜାଲ ଫେସବୁକ ଆକାଉଣ୍ଟରେ ଏସ୍‌ପି ସାହୁଙ୍କ ଫଟୋ ସହିତ ଏସପିଙ୍କ କାର୍ଯ୍ୟାଳୟର ଏକ ମ୍ୟପ୍‌କୁ ଦିଆଯାଇଛି। ଏଭଳିଭାବେ ଜାଲ ଫେସବୁକ ଆକାଉଣ୍ଟ ଖୋଲି ସମ୍ପୃକ୍ତ ଅପରାଧୀମାନେ ଅନେକଙ୍କ ପାଖକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ପରେ କିଛି ଲୋକ ତାହା ଜାଲ ଆକାଉଣ୍ଟ ବୋଲି ଜାଣି ନ ପାରି ତାହା ଗ୍ରହଣ ମଧ୍ୟ କରିଛନ୍ତି। ତେବେ ଏହା ଜାଲିଆତି ବୋଲି ଜାଣିବା ପରେ ଲୋକେ ସେହି ଫେସବୁକ ଆକାଉଣ୍ଟରୁ ଅନଫ୍ରେଣ୍ଡ ହେବା ସହିତ ବ୍ଲକ କରୁଥିବା ସୂଚନା ମିଳିଛି। ଅପରପକ୍ଷେ ବରଗଡ଼ ଟାଉନ ଥାନାରେ ଏ ନେଇ ଏକ ମାମଲା (ନଂ-୧୮୭/୨୦୨୦) ରୁଜୁ ହୋଇଛି। ଏଥିସହ ଏହାର ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି। ତେବେ ଏପର୍ଯ୍ୟନ୍ତ ଅପରାଧୀଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୯ ଜୀବନ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୬୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୭୭ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ...

ଆଜି ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ: କ୍ୱାରାଣ୍ଟାଇନ୍‌ ସେଣ୍ଟରର ୧୧୯, ଲୋକାଲ କେସ୍‌ ୧୦

ଭୁବନେଶ୍ୱର,୩୧।୫(ବ୍ୟୁରୋ): ରବିବାର ରାଜ୍ୟରେ ସର୍ବାଧିକ ୧୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍‌ ୧୯ ଜିଲାର ଥିବା ବେଳେ କେନ୍ଦ୍ରାପଡ଼ାରୁ ସର୍ବାଧିକ ଆକ୍ରାନ୍ତ ଅଛନ୍ତି।...

ନିଜ ସର୍ଭିସ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କଲେ ସେକେଣ୍ଡ ଇନ୍‌ କମାଣ୍ଡର

ରାୟଗଡ଼ା,୨୫।୪(ସ୍ବ.ପ୍ର.)- ରାୟଗଡ଼ା ସହର ସ୍ଥିତ ସିଆରପିଏଫ ଚତୁର୍ଥ ବାଟାଲିୟନଠାରେ କାର୍ଯ୍ୟରତ ସେକେଣ୍ଡ ଇନ୍‌ କମାଣ୍ଡ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି। ସେ ନିଜ ସର୍ଭିସ ରାଇଫଲରୁ...

ଦୁର୍ବୃତ୍ତଙ୍କ କେମିକାଲ ମାଡ଼ରେ ମହିଳା ଗୁରୁତର

ଭବାନୀପାଟଣା,୭।୮(ସ୍ବ.ପ୍ର.): କେତେକ ଦୁର୍ବୃତ୍ତଙ୍କ କେମିକାଲ ମାଡ଼ରେ ଜଣେ ମହିଳା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା...

୩ ପୋଲିସ ଅଧିକାରୀଙ୍କ ସମେତ ୫ ଜଣଙ୍କ ନାଁରେ ହାଜତ ମୃତ୍ୟୁ ମାମଲା

ଗୋପାଳପୁର,୩୦ା୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଗତ ମେ ୩ରେ ରଙ୍ଗିପୁର ଗ୍ରାମର ଗଣେଶ ଡାକୁଆଙ୍କ ମୃତ୍ୟୁ ଘଟିଥିଲା। ଏହି ହାଜତ ମୃତ୍ୟୁ ଘଟଣାରେ ବ୍ରହ୍ମପୁର...

ଟ୍ରାଫିକ ନିୟମ ଭାଙ୍ଗିଲେ ନାବାଳକ: ୬ହଜାର ଜରିମାନା ଦେଲେ ବାପା

କଟକ ଅଫିସ,୨।୧୨:  ପୁଣି ଥରେ ଆରମ୍ଭ ହୋଇଛି ସଂଶୋଧିତ ମୋଟର ଯାନ ଆଇନର ୧୦ଟି ନିୟମ। ଏ ନେଇ କଟକରେ ଜୋରଦାର ଧରପଗଡ ଆରମ୍ଭ ହୋଇଛି।...

କରୋନା ପାଇଁ ସତର୍କ, ସଚେତନ ରହିବାକୁ ପରାମର୍ଶ

ବିନିକା,୮ା୫(ଡି.ଏନ୍‌.ଏ.)-ଶୁକ୍ରବାର ବିଶ୍ୱ ରେଡକ୍ରସ ଦିବସ ଅବସରରେ ବିନିକା ଓ ଡୁଙ୍ଗୁରୀପାଲି ବ୍ଲକ୍‌ ଶିକ୍ଷା ବିଭାଗ ଅଧୀନ ବିଭିନ୍ନ ବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା।...

କଟକ @୧୫୪୬: ବେହେରା ସାହିରେ ମାଡ଼ିଲା କରୋନା; ଆଜି ଚିହ୍ନଟ ହେଲେ…

କଟକ ଅଫିସ,୮।୮: ବେଳକୁ ବେଳ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର କଟକରୁ ଆଉ ୭୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

Advertisement
Archives

Model This Week