ବମିଖାଲ ଫ୍ଲାଏଓଭର: ବନ୍ଦ ହେଉନି ରଙ୍ଗରୁଟ୍‌ରେ ଚଳପ୍ରଚଳ

ଭୁବନେଶ୍ୱର, ୧୫।୯(ବ୍ୟୁରୋ): ଭଲ କାମ କରି ପୁରସ୍କାର ନିଅ, ନହେଲେ ଦଣ୍ଡ ପାଅ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ସତ, ହେଲେ ପ୍ରକୃତରେ ପୋଲିସର ଇଚ୍ଛାଶକ୍ତିର ଅଭାବ ଥିବା ଭଳି ମନେହେଉଛି। ନୂଆ ମୋଟର ଯାନ ଆଇନ ଲାଗୁ ହେବାପରେ ବଡ଼ଧରଣର ଜରିମାନା ଓ ଧରପଗଡ଼ ଉପରେ ମୁଖ୍ୟମନ୍ତ୍ରୀ ୩ ମାସ କୋହଳ କରିଛନ୍ତି। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ମାତ୍ର ୫ଟି ଟ୍ରାଫିକ୍‌ ନିୟମ ଅବମାନନା ପାଇଁ ଜରିମାନା କଥା କହିଥିଲେ। କିନ୍ତୁ ପୋଲିସ ସମ୍ପୂର୍ଣ୍ଣ ଭାବେ ହାତବାନ୍ଧି ବସିପଡ଼ିଛି। ଫଳରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲୋକମାନେ ଯେଭଳି ସତର୍କ ହୋଇ ଟ୍ରାଫିକ୍‌ ନିୟମ ମାନିବା ଦେଖିବାକୁୁ ମିଳିଥିଲା, ତାହା ଏବେ ଆଉ ନାହିଁ। ଲୋକମାନେ ପୂର୍ବଭଳି ମନଇଚ୍ଛା ରାସ୍ତାକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। କିଏ ହେଲମେଟ୍‌ ପିନ୍ଧୁନି ତ କିଏ ରୁଙ୍ଗ୍‌ରୁଟ୍‌ରେ ଯାଉଛି। ଏହାକୁ ରୋକିବାକୁ କେହିନାହିଁ। ବିଶେଷ କରି ଉଦ୍‌ଘାଟନ ପରଠାରୁ ବମିଖାଲ ଫ୍ଲାଏଓଭର ଉପରେ ଗୁରୁତର ସମସ୍ୟା ସୃଷ୍ଟି କରୁଥିବା ରଙ୍ଗରୁଟ୍‌ ଚଳପ୍ରଚଳକୁ ରୋକାଯାଇପାରିଲା ନାହିଁ। ଟ୍ରାଫିକ୍‌ ନିୟମକୁ ମାନି ଚଳୁଥିବା ସ୍ଥାନୀୟ ଅଞ୍ଚଳର ଲୋକେ ଆଶା ରଖିଥିଲେ, ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏହି ରଙ୍ଗରୁଟ୍‌ ଚଳପ୍ରଚଳ ବନ୍ଦ ହେବ, କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ।

ବମିଖାଲ ଫ୍ଲାଏଓଭରକୁ ଓ୍ବାନ୍‌ ଓ୍ବେ କରାଯାଇଛି। ଅର୍ଥାତ୍‌ ତାହା ଉପରେ ରସୁଲଗଡ଼ରୁ ଶହୀଦନଗର କିମ୍ବା ବମିଖାଲ କେହି ଯାଇପାରିବେ ନାହିଁ। ସେହିପରି ଫ୍ଲାଏଓଭରରେ ଶହୀଦନଗରରୁ ଆସୁଥିବା ଲୋକେ ବମିଖାଲକୁ ଯାଇପାରିବେ ନାହିଁ କି ବମିଖାଲରୁ ରସୁଲଗଡ଼ ମଧ୍ୟ କେହି ସେଥିରେ ଯାଇପାରିବେ ନାହିଁ। କିନ୍ତୁ ଏହାକୁ ଅଧିକାଂଶ ଲୋକେ ଖାତିର କରୁନାହାନ୍ତି। ପ୍ରତିଦିନ ଶହ ଶହ ବାଇକ ଦ୍ରୁତଗତିରେ ଫ୍ଲାଏଓଭର ଉପରେ ରଙ୍ଗ୍‌ ରୁଟ୍‌ରେ ଚଳପ୍ରଚଳ କରୁଛି। କେବଳ ବାଇକ ନୁହେଁ, ୪ଚକିଆ ଯାନ ମଧ୍ୟ ଯାଉଛି। ଯେଉଁମାନେ ହେଲମେଟ ପିନ୍ଧି ନିୟମ ମାନି ଯାଉଛନ୍ତି, ସେମାନେ ରଙ୍ଗରୁଟ୍‌ରେ ଯାଉଥିବା ଯାନଗୁଡ଼ିକୁ ଭୟ କରି ଧୀରେ ଧୀରେ ଯାଉଛନ୍ତି। ବୋଧହୁଏ ଏହି ଫ୍ଲାଏଓଭର ଭୁବନେଶ୍ୱରରେ ଏକମାତ୍ର ସ୍ଥାନ, ଯେଉଁଠି ନିୟମ ମାନି ଯାଉଥିବା ଲୋକେ ସତର୍କ ହୋଇଯିବାକୁ ପଡ଼ୁଛି। କାରଣ ଅନେକ ସମୟରେ ଦୁର୍ଘଟଣାର ଆଶଙ୍କା ଥାଏ।
ସାମାଜିକ କର୍ମୀ ବାସୁଦେବ ଭଟ୍ଟ କୁହନ୍ତି, ପ୍ରଥମତଃ ବମିଖାଲ ଫ୍ଲାଏଓଭର ଭବିଷ୍ୟତକୁ ଦେଖି କରାଯାଇ ନାହିଁ। ଆଜିକାଲି ରାଜଧାନୀରେ ଟ୍ରାଫିକ ସମସ୍ୟା ଯେଉଁଭଳି ଭାବେ ଦେଖାଯାଉଛି ସେ କ୍ଷେତ୍ରରେ ଏହି ଫ୍ଲାଏଓଭର ନିର୍ମାଣ ବାବଦ ଟଙ୍କା ପାଣିରେ ପଡ଼ିଲା ଭଳି ହୋଇଛି। କାରଣ ଏହା ସଂକୀର୍ଣ୍ଣ ଓ ଅଜବ ଭାବେ ତିଆରି ହୋଇଛି। ତ୍ରୁଟି ଘୋଡ଼ାଇବାକୁ ତାହାକୁ ଓ୍ବାନ୍‌ଓ୍ବେ କରାଯାଇଥିବାବେଳେ ତାହାକୁ ଅନେକେ ନ ମାନି ରଙ୍ଗ୍‌ରୁଟ୍‌ରେ ଯାତାୟାତ କରୁଛନ୍ତି। ତେଣୁ ଯଥାଶୀଘ୍ର ସେଠାରେ ଯାଞ୍ଚ ବ୍ୟବସ୍ଥା କରାଯିବା ଉଚିତ। ସେହିପରି ନୂଆ ନିୟମ ଅନୁଯାୟୀ ଉଲ୍ଲଂଘନକାରୀଙ୍କଠାରୁ ୧୦ଗୁଣା ଜରିମାନା ଆଦାୟ କରାଯିବା ଜରୁରୀ।

ଭୁବନେଶ୍ୱର ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀ କୁହନ୍ତି, ରାଜଧାନୀର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି। ତେବେ ସେହି ସ୍ଥାନକୁ ଆମେ ଅଧିକ ଗୁରୁତ୍ୱ ଦେବୁ। ଫ୍ଲାଏଓଭରରେ ରଙ୍ଗ୍‌ରୁଟ୍‌ରେ ଏବଂ ବିନା ହେଲ୍‌ମେଟ୍‌ରେ କେହି ଯାଉଥିଲେ ସେ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମିଳା ପ୍ରଥମ ମହିଳା ବାଚସ୍ପତି

ଭୁବନେଶ୍ୱର,୨୨ା୯: ପ୍ରଥମ ମହିଳା ବାଚସ୍ପତି ଭାବେ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ ଶୁକ୍ରବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ କେହି ନାମାଙ୍କନପତ୍ର ଭରି ନ ଥିବାରୁ...

ଗାଡ଼ି ଜାଳିଦେଲେ ମାଓବାଦୀ

ମାଲକାନଗିରି,୮ା୮(ଡି.ଏନ.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲାରେ ନିର୍ମାଣ କାର୍ଯ୍ୟ ପାଇଁ ଯାଉଥିବା ୨ଟି ଗାଡ଼ିକୁ ମାଓବାଦୀ ଜାଳି ଦେଇଛନ୍ତି। ସୂଚନା ଅନୁଯାୟୀ ଛତିଶଗଡ଼ର କିଷ୍ଟାରାମ...

ବାଇକ୍‌ ଷ୍ଟଣ୍ଟ୍‌କୁ ନେଇ ଆକ୍ରମଣ ଘଟଣାରେ ଆଉ ୩ ଗିରଫ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ବିପଜ୍ଜନକ ଭାବେ ବାଇକ୍‌ ଷ୍ଟଣ୍ଟ୍‌ କରି ଧୂଳି ଉଡ଼ାର ପ୍ରତିବାଦ କରିଥିବା ଯୁବତୀଙ୍କୁ ଗାଳିଗୁଲଜ ଓ ତାଙ୍କ ବାପାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଆଉ...

୧୭ ଜିଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୪ା୪(ବ୍ୟୁରୋ): ସମୁଦ୍ର ପତ୍ତନରୁ ୯ କି.ମି. ଉପରେ ଦକ୍ଷିଣରୁ ପଶ୍ଚିମକୁ ଏକ ବାୟୁ ପବାହିତ ହେଉଛି। ଏଥିସହିତ ମରାଠାୱାଡା, ଆଭ୍ୟନ୍ତରୀଣ କର୍ନାଟକ ଏବଂ ତାମିଲନାଡୁ ଉପକୂଳରେ...

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବଲାଙ୍ଗୀର ଅଫିସ,୧୦।୫ : ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ବାଇଁ । ଜଙ୍ଗଲ ବିଭାଗ ଅଧିନରେ କାମ...

ଏଣିକି ସବୁଦିନ ଦାରୁଦିଅଁ ଦର୍ଶନ

ପୁରୀ ଅଫିସ,୧୧।୨: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଥିବା କଟକଣାକୁ କୋହଳ କରାଯାଇଛି। ବୁଧବାର ଏନେଇ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (ଏସ୍‌ଓପି) ଜାରି ହୋଇଛି। ନୂତନ...

ଜୟପୁରରୁ ଭୁବନେଶ୍ୱରକୁ ଉଡ଼ିବ ଦ୍ୱିତୀୟ ବିମାନ

ଭୁବନେଶ୍ୱର, ୨୭।୧୨ (ବ୍ୟୁରୋ) – ଖୁବ୍‌ଶୀଘ୍ର ଜୟପୁର ବିମାନବନ୍ଦରରୁ ଭୁବନେଶ୍ୱରକୁ ଆଉ ଏକ ବିମାନ ଉଡିବ। ଯାତ୍ରୀଙ୍କ ଚାହିଦା ଓ ଦାବିକୁ ଦୃଷ୍ଟିରେ ରଖି ଇଣ୍ଡିଆ...

୨୦୨୦ ପର୍ଯ୍ୟଟନ ଫୋକସରେ ପଶ୍ଚିମ-ଦକ୍ଷିଣ ଓଡ଼ିଶା

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ୨୦୧୯-୨୦ ବର୍ଷରେ ଓଡ଼ିଶାକୁ ଯେପରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିହେବ ସେଥିଲାଗି ସ୍ବତନ୍ତ୍ର ପ୍ଲାନ୍‌ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ବିଶେଷକରି...

Advertisement
Archives

Model This Week