ବନ ବିଭାଗ ନୀରବ,ପଦା ହେଲାଣି ଜଙ୍ଗଲ

ଫୁଲବାଣୀ ଅଫିସ, ୩୧ା୧୨-କନ୍ଧମାଳ ଜିଲା ଫୁଲବାଣୀ ବନଖଣ୍ଡରେ କାର୍ଯ୍ୟରତ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ପଦାକୁ ଆସିଛି। ଜଙ୍ଗଲ ଜଗିବା ଦାୟିତ୍ୱରେ ଥିବା କର୍ମଚାରୀ ଏବଂ କାଠ ଚୋରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଫୁଲବାଣୀ ସହର ନାରାୟଣୀ ପାହାଡ ପଦା ହେବା ଘଟଣାରେ ପ୍ରମାଣିତ ହୋଇଛି। ବନଖଣ୍ଡ କାର୍ଯ୍ୟାଳୟ, ବନାଞ୍ଚଳ କାର୍ଯ୍ୟାଳୟର ମାତ୍ର ୧ କି.ମି. ଭିତରେ ନାରାୟଣୀ ମନ୍ଦିର ପାହାଡ ଅଞ୍ଚଳରେ ପ୍ରାୟ ୧୦ ଏକରରୁ ଊର୍ଦ୍ଧ୍ୱ ସ୍ଥାନକୁ ପଦା କରି ଦିଆଯାଇଛି। ଦିନରେ କାଠ କଟା ହେଉଥିବା ବେଳେ ବନ ବିଭାଗ କିପରି ଜାଣି ପାରିଲା ନାହିଁ ତାହା ସାଧାରଣରେ ପ୍ରଶ୍ନବାସୀ ସୃଷ୍ଟି କରୁତ୍ଛି। ଏପଟେ ଲକ୍ଷା ଧିକ ଟଙ୍କା ଖର୍ଚ୍ଚ କରାଯାଇ ଜଙ୍ଗଲ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରାଯାଉଛି। କିନ୍ତୁ ଏହା ଖାଲି ପ୍ରଚାରରେ ରହିଛି। ସବୁଠୁ ବଡ କଥା ହେଉଛି ନାରାୟଣୀ ପାହାଡରେ ମୂଲ୍ୟବାନ ଚନ୍ଦନ ଗଛ କାଟି ନିଆଯାଇଛି। ଜଙ୍ଗଲ ପଦା ହେବାପରେ କର୍ମଚାରୀ ସେଠାକୁ ଯାଇ ଏହା ସରକାରୀ ଜମି ବୋଲି ବ୍ୟାନର ଲଗାଇଛନ୍ତି। ଏହି ଘଟଣାରେ ଆଜି ପର୍ଯ୍ୟନ୍ତ କୌଣସି କର୍ମଚାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଗତ ସପ୍ତାହେ ପୂର୍ବରୁ ପାହାଡରେ ଗଛ କଟା ଅଭିଯାନ ଧୀରେ ଧୀରେ ଆରମ୍ଭ ହୋଇଥିଲା। ସେଠାରେ ଘର କରିବା ପାଇଁ କେତେକ ଲୋକେ ଜାଗା ଅକ୍ତିଆର କରିବା ଆରମ୍ଭ କଲେ। ଏପରିକି କିଛି ଲୋକଙ୍କୁ ବିକ୍ରି ମଧ୍ୟ କରାଗଲା। ଏସବୁ ଜାଣି ବନ ବିଭାଗ ଚୁପ୍‌ ବସିଥିଲା। ସ୍ଥାନୀୟ ଲୋକେ ଏନେଇ ବନ ବିଭାଗ ଓ ପୋଲିସରେ ଖବର ଦେବାପରେ ସମସ୍ତେ ତପତ୍ର ହୋଇ ଉଠିଥିଲେ। ଗୋଟିଏ ପଟେ ଗଛ କଟା ଚାଲିଥିବା ବେଳେ ବନ ବିଭାଗ ହର୍ବାଲ ମେଳାରେ ବ୍ୟସ୍ତ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବର୍ଷେ ମଧ୍ୟରେ ଏହି ପାହାଡ ଉପରେ ମଧ୍ୟ କିଛି ଘର ନିର୍ମାଣ ହୋଇଥିଲା। ଅଭିଯୋଗ ହେବା ପରେ ଯାଇ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଗଛ କଟାଯିବା ବିଷୟରେ ଫୁଲବାଣୀ ରେଞ୍ଜର ସଚିଦାନନ୍ଦ ସେଠୀ କହିଛନ୍ତି, କଟା ଯାଇଥିବା ଗଛ ଜବତ କରାଯାଇଛି। ଗଛ କିଏ କାଟିଛନ୍ତିି ତାହା ଜଣା ପଡୁ ନ ଥିବାରୁ କାହା ନାମରେ ମାମଲା ରୁଜୁ ହୋଇ ପାରିନି ବୋଲି ସେ କହିଛନ୍ତି। ଶନିବାର ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଚନ୍ଦନ ଗଛ କାଟିବା ଅଭିଯୋଗରେ ଗିରଫ କରିଛି। ଏ ନେଇ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କୁ ପଚାରିବାରେ ଗଛ କଟା ଯାଇଥିବା ସ୍ଥାନ ଜଙ୍ଗଲ କିସମ। ସେଠାରେ ଥିବା ଶାଳ ଗଛ କଟାଯାଇନାହିଁ। ଛୋଟ ଛୋଟ ଗଛ କଟାଯାଇଛି। ଏହା ସଂରକ୍ଷିତ ଜଙ୍ଗଲ ନୁହେଁ। ଏହି ସ୍ଥାନରେ ଖାଲି ଆମର ନୁହେଁ, ରାଜସ୍ବ ବିଭାଗ ଏବଂ ପୋଲିସର ଉତ୍ତର ଦାୟିତ୍ୱ ରହିଛି। ସମନ୍ବୟ ଅଭାବରୁ ଏସବୁ ହୋଇଛି। ଆଗାମୀ ଦିନରେ ଏସବୁ ଦିଗ ଉପରେ ଧ୍ୟାନ ଦିଆଯିବ ବୋଲି କହିଛନ୍ତିି।
ସୂଚନାଯୋଗ୍ୟ, ଦୁର୍ଗମ ଅଞ୍ଚଳ ବିଲାବାଡିକୁ ବିଦ୍ୟୁତ୍‌ ଯିବା ପାଇଁ କାମ କରୁଥିବା ସଂସ୍ଥା ଖୁଣ୍ଟ ପକାଇବା ପାଇଁ କିଛି ଗଛ କାଟିଥିଲା। ସେତେବେଳେ ବିଦ୍ୟୁତ୍‌ କର୍ମଚାରୀଙ୍କୁ ବିଭାଗ ଗିରଫ କରିଥିଲା। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ବି ପ୍ରକାଶ ପାଇଥିଲା। ଏଠି ସହର ଏବଂ ବନ ବିଭାଗ କାର୍ଯ୍ୟାଳୟ ପାଖରେ ଜଙ୍ଗଲ, ପାହାଡ ସଫା କରାଯାଉଛି। ସବୁ ଜାଣି ବନ ବିଭାଗ ଚୁପ୍‌ ବସିବା ପଛରେ କ’ଣ କାରଣ ରହିଛି ତାହା ସ୍ପଷ୍ଟ ବାରି ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଳିଆ ସେବାୟତଙ୍କୁ ସ୍ନାନଯାତ୍ରା ପାସ୍‌

ପୁରୀ ଅଫିସ,୨୩ା୬: ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଏଥିପାଇଁ ଆଜି ରାତିରୁ ଆରମ୍ଭ ହେବ ଶ୍ରୀଜିଉଙ୍କ ପହଣ୍ଡି ନୀତି। ତେବେ କୋଭିଡ କଟକଣା ପାଇଁ ଚଳିତବର୍ଷ ବିନା...

ମଧ୍ୟପ୍ରଦେଶ ଫେରିଯିବ ‘ସୁନ୍ଦରୀ’

ଭୁବନେଶ୍ୱର,  ୨୦।୧୨(ବ୍ୟୁରୋ):ସାତକୋଶିଆରୁ ମଧ୍ୟପ୍ରଦେଶ ଫେରିଯିବ ବାଘୁଣୀ ‘ସୁନ୍ଦରୀ’। ଯଥାଶୀଘ୍ର ଫେରାଇ ଦେବାକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି। ସାତକୋଶିଆ ବ୍ୟାଘ୍ର...

ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ

ବାଲେଶ୍ୱର ଅଫିସ, ୨୯।୫(ମାନସ ବିଶ୍ୱାଳ)-ବାଲେଶ୍ୱର ଜିଲା ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଦୀର୍ଘ ଦୁଇ ଦଶନ୍ଧି ଧରି ଗତିପଥ ବଦଳାଉଥିବାରୁ ସଦର ବ୍ଲକ ଅଧୀନ ଗୋପୀନାଥପୁର...

ନୂତନ ବିଡିଓଙ୍କ ଦାୟିତ୍ୱ ଗ୍ରହଣ

ଦାରିଙ୍ଗବାଡ଼ି,୧୬ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସମିତିରେ ନୂତନ ବିଡିଓ ଭାବେ ଅଭିମନ୍ୟୁ ବେହେରା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଟିକାବାଲି ତହସିଲଦାର...

ସମ୍ଭାବ୍ୟ ଝଡ଼, ଫସଲ ନଷ୍ଟ ଆଶଙ୍କାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧।୧୨: ସମ୍ଭାବ୍ୟ ସାମୁଦ୍ରିକ ଝଡକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଓ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ...

ଉନ୍ନୟନ ବିଭାଗ ଅଧୀନରୁ ହଟିପାରେ ବିଏମ୍‌ସି ହସ୍ପିଟାଲ

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଉନ୍ନୟନ ବିଭାଗ ଅଧୀନରୁ କଢାଯାଇପାରେ ରାଜଧାନୀର ଅନ୍ୟତମ ପୁରାତନ ତଥା ପ୍ରମୁଖ ହସ୍ପିଟାଲ ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍‌ସି ହସ୍‌ପିଟାଲର ପରିଚାଳନା ଦାୟିତ୍ୱ।...

ବଢ଼ୁଛି ତାତି: ୪୦ ଡିଗ୍ରୀ ଉପରେ ୧୬ ସହର

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ତାତି ବଢ଼ୁଛି। ଶୁକ୍ରବାର ୧୬ ଜିଲାରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ସେଥିରୁ ୩ଟି ଜିଲାରେ...

ଡିକିରୁ ମିଳିଲା ୨ଲକ୍ଷ, ପୋଲିସ ଏସ୍‌ଆଇ ଦେଇ ପାରିଲେନି ଉତ୍ତର

ଗୋଲାମୁଣ୍ଡା,୨୧।୭(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ପୋଲିସ ସବ୍‌ ଇନ୍ସପେକ୍ଟର। କଳାହାଣ୍ଡି ଜିଲା ଗୋଳାମୁଣ୍ଡା ଏସ୍‌ଆଇ ଉଗ୍ରସେନ ପଟେଲଙ୍କୁ ଭିଜିଲାନ୍ସ ଅଧିକାରୀ ଅଟକ ରଖି ପଚରାଉଚୁରା କରୁଛନ୍ତି। ମିଳିଥିବା...

Advertisement
Archives

Model This Week