ବନ ଅଧିନିୟମ ସଂଶୋଧନକୁ ବିରୋଧ

ବ୍ରହ୍ମପୁର ଅଫିସ,୯ା୯-ଭାରତୀୟ ବନ ଅଧିନିୟମ ୧୯୨୭ ପ୍ରସ୍ତାବିତ ସଂଶୋଧନକୁ ଆଦିବାସୀ ଭାରତ ମହାସଭା ବିରୋଧ କରିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି ହୋଇଛି ।
ନ ହେଲେ ଏହାର ପ୍ରତିବାଦରେ ସେପ୍ଟେମ୍ବର ୩୦ରେ ଭଞ୍ଜନଗରରେ ଆଦିବାସୀଙ୍କ ବିଶାଳ ସମାବେଶ ହେବ। ସରକାରଙ୍କ ଅନ୍ୟାୟର କଡ଼ା ଜବାବ ଦିଆଯିବ। ମହାସଭା ଜିଲା କମିଟି ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଭାରତ ମହାସଭା ଜାତୀୟ ସଂଯୋଜକ ସୌରା ଯାଦବ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭୋଜଲାଲ ନେତାମ ଗଞ୍ଜାମ ଗସ୍ତରେ ଆସି ରବିବାର ଜିଲା କମିଟି କର୍ମକର୍ତ୍ତା ଏବଂ ବିଭିନ୍ନ ସଂଗଠନର ଆଦିବାସୀ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। କେତେକ ଆଦିବାସୀ ଅଧ୍ୟୁଷିତ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।
ଓଡ଼ିଶାରେ ଆଦିବାସୀଙ୍କ ଉପରେ ପୋଲିସର ଦମନଲୀଳା ଚାଲିଥିବା ଏବଂ ଜଙ୍ଗଲ ଜମିରୁ ଉଚ୍ଛେଦ ପାଇଁ ଷଡ଼ଯନ୍ତ୍ର ଅବ୍ୟାହତ ରହିଥିବା ଦୁଇ ଜାତୀୟ ନେତାଙ୍କୁ ଅବଗତ କରାଯାଇଥିଲା। ସେମାନଙ୍କୁ ମୌଳିକ ସୁବିଧା ସରକାର ଓ ପ୍ରଶାସନ ଯୋଗାଉ ନ ଥିବା ଅଭିଯୋଗ କରାଯାଇଥିଲା । କେତେକ କ୍ଷେତ୍ରରେ ମିଥ୍ୟା ମାମଲା ପୋଲିସ ରୁଜୁକରି ଆଦିବାସୀଙ୍କୁ ଗିରଫ ଏବଂ ମହିଳାଙ୍କୁ ଅଶୋଭନୀୟ ଆଚରଣ କରୁଥିବା ରାଷ୍ଟ୍ରୀୟ ନେତାଙ୍କୁ କୁହାଯାଇଥିଲା ।
ଗଞ୍ଜାମ କଳା ପରିଷଦରେ ହୋଇଥିବା ବୈଠକରେ ଭଞ୍ଜନଗର ଉପଖଣ୍ଡରେ ନିରୀହ ଆଦିବାସୀଙ୍କ କାଜୁ ଫସଲ ମାଫିଆମାନେ ଜବରଦସ୍ତ ଲୁଟି ନେଉଥିବା ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବା ଦର୍ଶାଇ କ୍ଷୋଭ ପ୍ରକାଶ କରାଯାଇଥିଲା। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କର୍ପୋରେଟ ସଂସ୍ଥାକୁ ସୁହାଇବା ପାଇଁ ଖଣି ଖାଦାନ, ଜମି ଓ ଜଙ୍ଗଲ ଜମି ଟେକି ଦେଉଥିବା ଜାତୀୟ ନେତାଦ୍ୱୟ ଅଭିଯୋଗ କରିଥିଲେ। ଫଳରେ ଆଦିବାସୀ ଓ ଅନୁସୂଚିତ ଜାତି ପରିବାରଙ୍କ ସର୍ବନାଶ ହେଉଛି । କେନ୍ଦ୍ର ରାଜ୍ୟ ସରକାରଙ୍କ ଆଦିବାସୀ ମାରଣ ନୀତି ବନ୍ଦ ନ ହେଲେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାର ଚେତାବନୀ ଦିଆଯାଇଛି । ମହାସଭା ରାଜ୍ୟ ସଂଯୋଜକ ତଥା ଜିଲା ସମ୍ପାଦକ ଟୁନା ମଲିକ, ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପସଭାପତି ତ୍ରିନାଥ ମଲିକ ଓ ବିଷ୍ଣୁ ପ୍ରସାଦ ମଲିକ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପ ପ୍ରଧାନଶିକ୍ଷକ ପିଲାଙ୍କୁ ଡରାଇବା ଘଟଣା : ବଦଳିଲେ ୩ ଶିକ୍ଷକ

ବାଲିଗୁଡ଼ା,୪।୮(ଡି.ଏନ୍‌.ଏ.): ଜଣେ କାର୍ଯ୍ୟରତ ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ମଦ୍ୟପାନ କରି ଆସି ପାଠ ପଢ଼ିବାକୁ ଆସିଥିବା ଛାତ୍ରୀଛାତ୍ରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବାରୁ ପିଲାମାନେ ମଧ୍ୟାହ୍ନଭୋଜନ ସମୟରେ...

ଲକ୍‌ଡାଉନ୍‌ ସ୍ଥିତି: ତେଲେଙ୍ଗାନାରେ ଫସିଛନ୍ତି ୫୦ ଓଡ଼ିଆ ଶ୍ରମିକ

ବିନିକା,୨୬।୩(ଡି.ଏନ୍‌.ଏ.): କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ହାଇଦ୍ରାବାଦ ତେଲେଙ୍ଗାନାରେ ସୁବର୍ଣ୍ଣପୁର ଜିଲା ବିନିକା...

କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ବିକ୍ଷୋଭ

କଣ୍ଟାବାଞ୍ଜି, ୧୩ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସିପକାପଡ଼ା କଣ୍ଟେନ୍‌ମେଣ୍ଟ ଜୋନ୍‌ ଉଠାଇବା ପାଇଁ ସିଲ୍‌ ସ୍ଥାନରେ ଲୋକେ ବୁଧବାର ବିକ୍ଷୋଭ କରିଥିଲେ। ଏସ୍‌ଡିପିଓ ସରୋଜ କୁମାର...

ଟଁକା ଅଭାବ, ନାଁ ଲେଖାରୁ ବଁଚିତ୍‌ ଛାତ୍ର

ଜାମଟିକ୍ରା, ୧୯।୮ (ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଅଧୀନ ଜାମଟିକ୍ରା ଗାଁର ଝନେ ଗରିବ୍‌ ଛାତ୍ର ଟଁକା ଅଭାବୁ କଲେଜରେ ନାଁ...

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ୟାସ୍‌ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

ବାଲେଶର ଅଫିସ, ୨୯।୫: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାଲେଶ୍ୱର ନଗରର କାର୍ଯ୍ୟକର୍ତ୍ତାମାନଙ୍କ ଦାରା ସାର୍ଥା ଅଞ୍ଚଳରେ ପାଣି ଘେରରେ ଥିବା ଗ୍ରାମବାସୀଙ୍କୁ ଶୁଖିଲା ଖାଦ୍ୟ...

ଆମ୍ବୁଲାନ୍ସ ଅଧିକ ଚାର୍ଜ କଲେ ୧୧୨କୁ ଡାଏଲ କରିବାକୁ ଗଞ୍ଜାମ ଏସ୍‌ପିଙ୍କ ଅନୁରୋଧ

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): କୋଭିଡ୍‌ ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଜାରି ରହିଛି। ଏହି ସମୟରେ ବିଭିନ୍ନ ହସ୍ପିଟାଲକୁ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସଗୁଡ଼ିକ ଅଧିକ ଚାର୍ଜ...

ଅସହ୍ୟ ହେଲା ଅତ୍ୟାଚାର: ସ୍ବାମୀଙ୍କ ଉପରେ ଗରମ ପାଣି ଢ଼ାଳିଦେଲେ ସ୍ତ୍ରୀ

ଦିଗପହଣ୍ଡି/ପାଟପୁର,୨୬ା୧୧(ଡି.ଏନ୍‌.ଏ.)- ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଅତ୍ୟାଚାର ସହି ନ ପାରି ସ୍ବାମୀଙ୍କ ଉପରେ ସ୍ତ୍ରୀ ଗରମ ପାଣି...

କାର୍‌ ଚକା ଫାଟିଯିବାରୁ ବାଇକ୍‌ ସହ ମୁହାଁମୁହିଁ ଧକ୍କା: ଶାଶୁଙ୍କ ଜୀବନ ଗଲା, ଜ୍ୱାଇଁ ଗୁରୁତର

ଦିଗପହଣ୍ଡି,୫ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ବଜାର ନିକଟରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌ ଦ୍ରୁତ ଗତିରେ ଆସୁଥିବା...

Advertisement
Archives

Model This Week