Posted inଜାତୀୟ

ବନ୍ୟା ପାଣିରେ ଆମ୍ବୁଲାନ୍ସକୁ ବାଟ ଦେଖାଇ ହିରୋ ପାଲଟିଲେ ୧୨ ବର୍ଷର ବାଳକ

ବେଙ୍ଗାଲୁରୁ,୧୫।୮: ଚଳିତ ବର୍ଷ ବନ୍ୟାରେ ବେହାଲ ହେଲାଣି କର୍ନାଟକ। ଯୁଆଡେ ଚାହିଁଲେ ପାଣି ଆଉ ପାଣି। ଏହି ସମୟରେ କର୍ନାଟକ ରାଇଚୁର ଜିଲାର ହିରେରାୟନକୁମ୍ପି ଗାଁରେ ଜଣେ ୧୨ ବର୍ଷ ବାଳକର ସାହସକୁ ଏବେ ସବୁଠି ପ୍ରଶଂସା କରାଯାଉଛି। ପାଣିରେ ବୁଡି ରହିଥିବା ଏକ ପୋଲ ଉପରେ ଗୋଟିଏ ଆମ୍ବୁଲାନ୍ସ ଫଶି ରହିଥିବା ବେଳେ ୧୨ ବର୍ଷର ବାଳକ ଭେଙ୍କଟେଶ ତାକୁ ବାଟ କଢାଇ ନେଇଥିଲେ। ଆମ୍ବୁଲାନ୍ସଟି ଯାଉଥିବା ସମୟରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଭେଙ୍କଟେଶ ସେହି ବନ୍ୟା ପାଣିରେ ଖେଳୁଥିଲେ। ଆଉ ଆମ୍ବୁଲାନ୍ସ ଡ୍ରାଇଭର ବାଡ ଭୁଲିଯାଇଥିବାରୁ ପିଲାଟିକୁ ସାହାଯ୍ୟ ମାଗିଥିଲେ। ତେବେ ଭେଙ୍କଟେଶ ଆଉ କିଛି ଚିନ୍ତା ନ କରି ତୁରନ୍ତ ସାହାଯ୍ୟ କରିବାକୁ ବାହାରି ଆସି ଆଗେ ଆଗେ ପାଣିରେ ପଶି ଆମ୍ବୁଲାନ୍ସଟିକୁ ବାଟ କଢାଇ ନେଇଥିଲେ।

ପୋଲ ଆରପଟେ ଥିବା ଲୋକ ଏହି ସମୟର ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିବା ସହ ଭେଙ୍କଟେଶଙ୍କୁ ସାହାସ ଯୋଗାଇ ଥିଲେ। ଏହାପରେ ସେଠାରେ ଥିବା ଜଣେ ବ୍ୟକ୍ତି ଭେଙ୍କଟେଶଙ୍କୁ ନେବା ପାଇଁ ପାଣି ଭିତରକୁ ଚାଲି ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଆମ୍ବୁଲାନ୍ସଟି ୬ଟି ରୋଗୀଣା ଶିଶୁଙ୍କ ସହ ଜଣେ ମୃତ ମହିଳାଙ୍କୁ ନେଇ ଯାଉଥିବା ସମୟରେ ବନ୍ୟା ପାଣିରେ ଫଶି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଣ୍ଡ ହେଲା ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା, ଅଳ୍ପକେ ବର୍ତ୍ତିଲା ଦେଶ

ନୂଆଦିଲ୍ଲୀ,୧୬ ।୯: ଦେଶରେ ହେବାକୁ ଯାଉଥିବା ଏକ ବଡ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ ହୋଇଛି । ଭିନ୍ନ ଭିନ୍ନ ସ୍ଥାନରୁ ଗିରଫ ହୋଇଥିବା ଆତଙ୍କବାଦୀମାନେ...

ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୫: ଭାଜପାକୁ ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ଏବେ ଠାରୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏ ନେଇ ଶୁକ୍ରବାର ଭିଡିଓ କନଫରେନ୍ସିଂ ଜରିଆରେ ଜୟପୁରଠାରେ...

ରାତିରେ ପଲଟିଗଲା ବାଜି: ଫଡ୍‌ନବିସ ମୁଖ୍ୟମନ୍ତ୍ରୀ, ଅଜିତ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୪ା୧୧: ହିସାବ ସରିଥିଲା… ଭାଗବଣ୍ଟା ଛିଣ୍ଡିଥିଲା ଶିବସେନା, ଏନ୍‌ସିପି ଓ କଂଗ୍ରେସ ମଧ୍ୟରେ। ରାତି ପାହିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ବିଧାୟକଙ୍କ ସମର୍ଥନପତ୍ର ଧରି...

ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଭେଟିଲେ ଅଯୋଗ୍ୟ ଘୋଷିତ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକର ଅଯୋଗ୍ୟ ଘୋଷିତ ବିଧାୟକ ଡ. ସୁଧାକର ଶନିବାର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କୁ ଭେଟିଛନ୍ତି। ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ...

ସହଜ ନୁହେଁ ୫% ଜିଡିପି: ୨୦୨୦ରେ ଭାରତକୁ ସଂଘର୍ଷ କରିବାକୁ ପଡ଼ିବ

ନୂଆଦିଲ୍ଲୀ,୨ା୧: ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫% ଖସିଛି। ମାନ୍ଦାବସ୍ଥା ଯୋଗୁ...

ସ୍ଥିତି ଅଣାୟତ୍ତ, ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା…

ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଥରିଲା ଦିଲ୍ଲୀ: ଆତଙ୍କିତ ହୋଇ ଘରୁ ବାହାରିଲେ ଲୋକେ

ନୂଆଦିଲ୍ଲୀ,୧୨।୪: ଦିଲ୍ଲୀରେ ରବିବାର ଅପରାହ୍ନ ୫ଟା ୪୫ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଜାତୀୟ ଭୂକମ୍ପ ଗବେଷଣା...

ସର୍ତ୍ତ ମାନିଲେ ନୀତୀଶଙ୍କ ସହ ମିଶିବି, କହିଲେ ପିକେ…

ପାଟନା, ୧୫।୯ : ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାର ଗୁମର ଖୋଲିଛନ୍ତି। ସେ କହିଛନ୍ତି ଯେ ନୀତୀଶଙ୍କୁ ଦୁଇ...

Advertisement
Archives

Model This Week