Advertisement
Posted inଜାତୀୟ

ବନ୍ୟାରେ ଯବାନଙ୍କ କାମଦେଖି ସାଲ୍ୟୁଟ କଲେ କୁନିଝିଅ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୨।୯: ଚଳିତ ବର୍ଷ ବନ୍ୟାରେ ଦେଶର ଅଧାଭାଗ ବୁଡି ଯାଇଥିବା ବେଳେ ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି। ତେବେ ଏହି ସମୟରେ ଏକ ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ କୁନିଝିଅ ଯବାନଙ୍କୁ ସାଲ୍ୟୁଟ କରିବା ସହ କହିଛନ୍ତି, ‘ଆପଣ ବହୁତ ଭଲ କାମ କରୁଛନ୍ତି’। ଏହି ଭିଡିଓଟି ଏବେ ଭାଇରାଲ ହେବା ସହ କୁନିଝିଅଟିର ଚିନ୍ତାଧାରାକୁ ପ୍ରଶଂସା କରାଯାଉଛି। ଏହି ଭିିଡିଓଟି ମହାରାଷ୍ଟ୍ର ସାଙ୍ଗଲିର ଗାଓଁବାଗର ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ଗମ୍ଭିର ଥିବା ବେଳେ ଏପର୍ଯ୍ୟନ୍ତ ଏଠାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତ ସପ୍ତାହେ ତଳେ କୋହ୍ଲାପୁର, ସାଙ୍ଗଲି, ସତାରା, ଠାଣେ, ପୁଣେ, ନାସିକ, ପାଲଘର, ରତ୍ନାଗିରୀ, ରାୟଗଡ ଓ ସିନ୍ଧୁଦୁର୍ଗ ଜିଲାରେ ଲଗାଣ ବର୍ଷା ଫଳରେ ବନ୍ୟା ସୃଷ୍ଟି ହୋଇଛି। ଏଠାରେ ଉଦ୍ଧାର କାର୍ଯ୍ୟପାଇଁ ଏନ୍‌ଡିଆର୍‌ଏଫ୍‌, ନୌସେନା, ସେନା ଆଦିଙ୍କୁ ଉଦ୍ଧାର କାର୍ଯ୍ୟରେ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍‌ ବନ୍ଦ ହେବାରୁ ରାସ୍ତା ଉପରେ ବ୍ୟାୟାମ କଲେ ଲୋକେ

ମୁମ୍ବାଇ,୧୯।୩: ସବୁଆଡେ କରୋନା ଭାଇରସ ଭୟ। ଦିନକୁ ଦିନ ଏହା ବଢି ଚାଲି ଥିବାରୁ ଏହାକୁ ରୋକିବାକୁ ଯାଇ ସରକାର ବିଭିନ୍ନ ପ୍ରକାର କଟକଣା ଜାରି...

ଚିଦାମ୍ବରମ୍‌ଙ୍କ ଜାମିନ୍‌ର ନିଷ୍ପତ୍ତି ନେବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୧।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ ଇଡ଼ି ଏବଂ ସିବିଆଇ ପକ୍ଷରୁ ଖୋଜା ଚାଲିଛି। ଦିଲ୍ଲୀ...

ଦୈନିକ ସଂକ୍ରମଣ ୫୦ ହଜାର ତଳେ…

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

କୃଷକଙ୍କ ଦାବି: ମୋଦି ଆମ କଥା ଶୁଣନ୍ତୁ

ନୂଆଦିଲ୍ଲୀ,୧୪।୧୨: ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୯ ଦିନ ହେଲା ଦିଲ୍ଲୀରେ କୃଷକ ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀର ବିଭିନ୍ନ ସୀମାରେ ଡେରା...

ଜମ୍ମୁ-କଶ୍ମୀରରେ ଶାହଙ୍କ ଶାନ୍ତି ପ୍ରୟାସ: ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଶ୍ରୀନଗର,୪।୭: ଜମ୍ମୁ-କଶ୍ମୀରରେ ଶାନ୍ତି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆରମ୍ଭ କରିଛନ୍ତି ପ୍ରୟାସ। ଏହା ଅନ୍ତର୍ଗତ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନକୁ ସେ ଗୁରୁତ୍ୱ...

ଚାଇନାର ନୂଆ ଷଡ଼ଯନ୍ତ୍ର: ବ୍ରହ୍ମପୁତ୍ରରେ ନିର୍ମାଣ କରିବ ନଦୀବନ୍ଧ

ନୂଆଦିଲ୍ଲୀ,୯।୧୧: ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏପରିସ୍ଥଳେ ଚାଇନା ଅରୁଣାଚଳ ପ୍ରଦେଶ ନିକଟରେ ବ୍ରହ୍ମପୁତ୍ର ନଦୀର ନିମ୍ନ ଅବବାହିକାରେ ନଦୀବନ୍ଧ କରିବାକୁ...

ବିରିୟାନୀ ପାଇଁ ବିବାହ ଭୋଜି ପାଲଟିଲା ରଣକ୍ଷେତ୍ର

ବିଶାଖାପଟ୍ଟନମ୍‌,୧୯।୫: ଆନ୍ଧ୍ରପ୍ରଦେଶ ପଶ୍ଚିମ ଗୋଦାବରୀ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବିରିୟାନୀ ପରସାକୁ କେନ୍ଦ୍ର କରି ବର ପକ୍ଷ ଏବଂ କନ୍ୟା ଘର...

ନାବାଳକ ଥାଇ ମଦ ଲାଇସେନ୍ସ ନେଇଥିଲେ

ମୁମ୍ବାଇ,୨୧।୨(ଆଇଏଏନ୍‌ଏସ୍‌): ମୁମ୍ବାଇର ବିବାଦୀୟ ପୂର୍ବତନ ଏନ୍‌ସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖ୍‌ଡେଙ୍କ ବିରୋଧରେ ମହାରାଷ୍ଟ୍ର ପୋଲିସ ଜାଲିଆତି ଅଭିଯୋଗରେ ଏତଲା ଦାଏର କରିଛି। ଓ୍ବାଙ୍ଖ୍‌ଡେ ମିଥ୍ୟା...

Advertisement
Archives

Model This Week