ବନ୍ୟପ୍ରାଣୀ, ବନ କର୍ମଚାରୀଙ୍କ ସୁରକ୍ଷା ଚିନ୍ତା

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଲକ୍‌ଡାଉନ୍‌ ଓ କରୋନା କଟକଣାରୁ ମୁକ୍ତ ରହିଛି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର କାର୍ଯ୍ୟ। ତେବେ ସଂକ୍ରମଣ ଭୟ ଥିବାରୁ ଚିନ୍ତା ବଢ଼ିଛି। କୋଭିଡ୍‌-୧୯ ଦ୍ୱାରା ସବୁକିଛି ପ୍ରଭାବିତ ହୋଇଥିବାବେଳେ ଏହି ମହାମାରୀର ମୁକାବିଲା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତବ୍ୟକ୍ତ କରିଛନ୍ତି। ଲକ୍‌ଡାଉନ୍‌ର ଦ୍ୱିତୀୟ ପର୍ଯ୍ୟାୟରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ମନ୍ତ୍ରୀ ବନ୍ୟପ୍ରାଣୀ ଓ ବନ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଦୂରତ୍ୱର ଅନୁପାଳନ କରି କାର୍ଯ୍ୟ କରିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି।
ଗୁରୁବାର ଅରଣ୍ୟ ଭବନଠାରେ ଭିଡ଼ିଓ କନ୍‌ଫରେନ୍ସିଂରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ କରୋନା ମୁକାବିଲାରେ ବିଭାଗୀୟ ଅଧିକାରୀଙ୍କ ଭୂମିକା, ଗ୍ରୀଷ୍ମ ଋତୁରେ ଜଙ୍ଗଲ ନିଆଁର ପ୍ରତିରୋଧ, ଚିଡ଼ିଆଖାନା ଓ ହରିଣପାର୍କରେ ଜୀବଜନ୍ତୁଙ୍କ ଯନତ୍, ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଆଲୋଚନା କରିଥିଲେ। ଏହାସହ କେନ୍ଦୁପତ୍ର ତୋଳିବା ଓ ନର୍ସରୀ ପରିଚାଳନା କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆର୍‌ସିସିଏଫ୍‌ ଏବଂ ଡିଏଫ୍‌ଓମାନଙ୍କ ସହ କଥା ହୋଇଥିଲେ। କ୍ଷେତ୍ରୀୟ ବନ କର୍ମଚାରୀଙ୍କୁ ପର୍ଯ୍ୟାପ୍ତ ସାନିଟାଇଜର, ମାସ୍କ, ଗ୍ଲୋଭସ୍‌ ଆଦି ଯୋଗାଇବା, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ, ଜିଲା ପ୍ରଶାସନକୁ କୋଭିଡ୍‌ ମୁକାବିଲାରେ ସହଯୋଗ କରିବା ପାଇଁ ୫ ଜଣ ବନରକ୍ଷୀଙ୍କୁ ସର୍ବଦା ପ୍ରସ୍ତୁତ ରଖିବା ଏବଂ ଭୁବନେଶ୍ୱରରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ୪୨ ଜଣ ବନପାଳଙ୍କୁ ନିୟୋଜିତ କରିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ଆର୍ଥିକବର୍ଷରେ ଲକ୍ଷ୍ୟଧାର୍ଯ୍ୟ ୧୬ କୋଟି ୧୩ ଲକ୍ଷ ଚାରା ମଧ୍ୟରୁ ଏପ୍ରିଲ ୩ ସୁଦ୍ଧା ୯ କୋଟି ୨୯ ଲକ୍ଷ ଉତ୍ପାଦନ ହୋଇଛି। ଅବଶିଷ୍ଟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ଅତିରିକ୍ତ ପ୍ରସ୍ତାବ ମନରେଗା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବା ନିମନ୍ତେ ପଞ୍ଚାୟତିରାଜ ବିଭାଗର ଅନୁମୋଦନ ଲୋଡ଼ାଯାଇଛି। ଜଙ୍ଗଲ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ, ବନମଣ୍ଡଳ ଓ ବନଖଣ୍ଡ ଅଧିକାରୀମାନଙ୍କର ମିଳିତ ଗୋଟିଏ ଦିନର ଦରମା ହିସାବରେ ସମୁଦାୟ ୮୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଥିଲା।
ବୈଠକରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ମୋନା ଶର୍ମା କୋଭିଡ୍‌-୧୯ ସମ୍ପର୍କିତ ସମସ୍ତ ସରକାରୀ ନିର୍ଦ୍ଦେଶନାମାକୁ ଠିକ୍‌ଭାବେ ଅନୁପାଳନ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। କନ୍‌ଫରେନ୍ସିଂରେ ପିସିସିଏଫ୍‌ ଏବଂ ବନବାହିନୀ ମୁଖ୍ୟ ଡ. ସନ୍ଦୀପ ତ୍ରିପାଠୀ, ପିସିସିଏଫ୍‌(କେନ୍ଦୁଲିଫ୍‌) ପ୍ରଭାକର ବେହେରା, ପିସିସିଏଫ୍‌(ବନ୍ୟପ୍ରାଣୀ) ହରିଶଙ୍କର ଉପାଧ୍ୟାୟ, ଓଡ଼ିଶା ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାବିତ୍ରୀ ରଥ ହେବେ ହାଇକୋର୍ଟ ବିଚାରପତି

କଟକ ଅଫିସ,୨୩।୧: ଓଡ଼ିଶା ହାଇକୋର୍ଟର ବିଚାରପତି ହେବେ ସାବିତ୍ରୀ ରଥ। ସୁପ୍ରିମକୋର୍ଟ କଲେଜିୟମ ମିଟିଂରେ ତାଙ୍କ ନିଯୁକ୍ତିକୁ ମଞ୍ଜୁରୀ ମିଳିଛି। ଏବେ ସେ ଓଡ଼ିଶା ହାଇକୋର୍ଟରେ...

ବ୍ୟାନର ଟାଙ୍ଗିଲେ ମାଓବାଦୀ, ରାଶନ ଦୋକାନୀଙ୍କୁ ଦେଲେ ଚେତାବନୀ

ପାଇକମାଳ,୨ା୬(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ପୁଣି ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ପାଇକମାଳ ଥାନା ଅନ୍ତର୍ଗତ ଭୁଲିଆବନ୍ଧ ନିକଟରେ...

ମୁକୁଳା ଡ୍ରେନ୍‌ ନେଉଛି ଜୀବନ

ଭୁବନେଶ୍ୱର,୨୦ା୫(ବ୍ୟୁରୋ): ଭୁବନେଶ୍ୱର, କଟକ ସମେତ ରାଜ୍ୟର ଛୋଟବଡ଼ ସହରରେ ଅନେକ ଡ୍ରେନ୍‌ ମୁକୁଳା ହୋଇ ପଡ଼ିଛି। ସ୍ବେରେଜ ଓ ଡ୍ରେନେଜ କାମ ବାହାନାରେ ଠିକାଦାରମାନେ ଦୀର୍ଘଦିନ...

ମେ‘ରେ ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର,୧।୫(ବ୍ୟୁରୋ): ଏପ୍ରିଲ ମାସ ଡ଼ହଡ଼ହ ଖରାରେ ସଝିଥିଲା ସାରା ଓଡ଼ିଶା । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ବେଳେ ମେ’ ମାସରେ...

୬୩ ଭାରତୀୟଙ୍କ ସମ୍ପତ୍ତି ମୂଲ୍ୟ ଦେଶ ବଜେଟରୁ ଅଧିକ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ମାତ୍ର ୬୩ଜଣ ଭାରତୀୟଙ୍କ ସମ୍ପତ୍ତିର ମୂଲ୍ୟ ଦେଶର ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ(୨୪ ଲକ୍ଷ ୪୨ ହଜାର ୨୦୦ କୋଟି ଟଙ୍କା) ଠାରୁ ଅଧିକ।...

ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୫ ମାଓବାଦୀ ମୃତ

ମାଲକାନଗିରି,୧୮।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତବର୍ତ୍ତୀ ଛତିଶଗଡ ଓ ତେଲେଙ୍ଗାନାର ୨ଟି ପୃଥକ ସ୍ଥାନରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇ ମହିଳା...

ମାସ୍କ ନ ପିନ୍ଧି ୬୦ଜଣ ଦେଲେ ଜରିମାନା

କୋଣାର୍କ,୪।୫(ଡି.ଏନ.ଏ.): କରୋନା ଲାଗି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ଏହାକୁ ଅବମାନନା କରିଥିବାରୁ ସୋମବାର କୋଣାର୍କର ୬୦ଜଣଙ୍କ ଜରିମାନା ଦେଇଛନ୍ତି। ଗୋପ ତହସିଲଦାର ପୃଥ୍ବୀରାଜ ମଣ୍ଡଳ,...

ହାତ ଟେକିଦେଲା ଭାଜପା

ଯାଜପୁର ଅଫିସ,୪ା୨: ଯାଜପୁର ସଦର ବ୍ଲକ୍‌ ୨୯ ନମ୍ବର ଜୋନ୍‌ରେ ଭାଜପା ପ୍ରାର୍ଥୀ ଭାସ୍କର ଜେନା ନିଜର ଅସୁସ୍ଥତା ଦର୍ଶାଇ ନିର୍ବାଚନରୁ ଓହରିଯିବା ପରେ ସେଠାରେ...

Advertisement
Archives

Model This Week