ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

ଜୟପୁର,୧୭ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଦୌରାଜଜ୍‌ ବିମଳ ଚାନ୍ଦ ମଙ୍ଗଳବାର ଏକ ହତ୍ୟା ମାମଲାର ଶୁଣାଣି କରି ବନ୍ଧୁ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ବୋରିଗୁମ୍ମା ଥାନା ଖଇରିମୁଣ୍ଡି ଗ୍ରାମର ବଳରାମ ହରିଜନ (୨୫)ଙ୍କୁ ଆଜୀବନ ଜେଲ୍‌ ସହ ୨୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି ଅଦାଲତ। ଜରିମାନା ଅନାଦାୟସ୍ଥଳେ ଅଧିକ ୬ ମାସ ଜେଲଦଣ୍ଡ ପାଇଁ ନିର୍ଦ୍ଦେଶ ରହିଛି।

ମାମଲା ଅନୁଯାୟୀ, ବଳରାମ ଓ ତାଙ୍କ ବନ୍ଧୁ ବୁଦୁରାମ ହରିଜନ ଗତ ମାର୍ଚ୍ଚ ୨୮ ଅପରାହ୍ନରେ ବାଇକରେ ନିକଟସ୍ଥ ଜାମୁଣ୍ଡା ଗ୍ରାମକୁ ଯାଇଥିଲେ। ସେଠାରେ କୌଣସି କଥାକୁ ନେଇ ବଚସା ହେବା ପରେ ବଳରାମ ଠେଙ୍ଗାରେ ବୁଦୁରାମଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଗୁରୁତର ହୋଇଥିବା ବୁଦୁରାମଙ୍କୁ ପରିବାର ଲୋକେ ପ୍ରଥମେ ରାବଣାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ। ସେଠାରୁ ତାଙ୍କୁ ଜୟପୁର ଓ ପରେ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ତେବେ ୨୯ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ବୁଦୁରାମଙ୍କ ମୃତ୍ୟୁ ହୋଇଥିଲା। ଏନେଇ ମୃତକଙ୍କ ଦାଦା କୁଶ ହରିଜନ ବୋରିଗୁମ୍ମା ଥାନାରେ ଏତଲା ଦେବା ପରେ ପୋଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ୧୦ ଜଣଙ୍କ ସାକ୍ଷ୍ୟ ନିଆଯାଇଥିଲା। ସରକାରୀ ଓକିଲ ଶୈଳଜା ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଗର୍ଭବତୀ ଘଟଣା: ଅଭିଯୁକ୍ତ କୋର୍ଟ ଚାଲାଣ

ତୁମୁଡିବନ୍ଧ,୨୦ା୭(ଡି.ଏନ୍‌.ଏ.) -କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବେଲଘର ରାଙ୍ଗାପାରୁ ଏଜୁକେଶନ କମ୍ପ୍ଲେକ୍ସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ କୋର୍ଟ...

ଡାବୁଗାଁରେ ବନ୍ଦର ପ୍ରଭାବ: ଗାଡ଼ି ଚାଳଚଳ ବନ୍ଦ

୧୫।୨ (ଡି.ଏନ୍‌.ଏ.): ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ମଧ୍ୟ...

ଦୁର୍ନୀତିରେ ପରଜଙ୍ଗ ବ୍ଲକ ଜିଲାରେ ପ୍ରଥମ

ପରଜଙ୍ଗ,୨।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲାର ପରଜଙ୍ଗ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଥିବା ଅଭିଯୋଗ ଆଣିଛି ଭାଜପା। ଏହାର ପ୍ରତିବାଦରେ ଆଗାମୀ ଦିନରେ ବ୍ଲକ ଘେରାଉ କରାଯିବ...

ରଥଯାତ୍ରା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ: ପୁରୀ ଜିଲାପାଳ

ପୁରୀ ଅଫିସ୍‌,୨୨।୬: ସୁପ୍ରିମକୋର୍ଟରେ ଚାଲିଛି ରଥଯାତ୍ରାର ଶୁଣାଣି। ସକରାତ୍ମକ ଫଳାଫଳ ଆସିବ ବୋଲି ଭକ୍ତଙ୍କ ମହଲରେ ବେଶ୍‌ ଉତ୍ସାହ ଖେଳିଯାଇଛି। ତେଣୁ ସମୟ ବହୁତ କମ...

ରସୁଲପୁର ବ୍ଲକରେ ୩ୟ କରୋନା ଆକ୍ରାନ୍ତ ଚିହ୍ନଟ

ରସୁଲପୁର,୬।୫(ଡି.ଏନ୍‌.ଏ.): ଯାଜପୁର ଜିଲାର ରସୁଲପୁର ବ୍ଲକରେ ୩ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ଜଣକ ରାହାମ୍ବା ପଞ୍ଚାୟତ ସଦାନନ୍ଦପୁର ଗ୍ରାମର ବୋଲି ସୂଚନା...

ମୁଖ୍ୟମନ୍ତ୍ରୀଙ୍କ ତାରାତାରିଣୀ ଗସ୍ତ ଆଜି

ପୁରୁଷୋତ୍ତମପୁର/ଛତ୍ରପୁର,୧୮ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଯୋଗଦେବେ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କର ୧ଘଣ୍ଟା ୧୦...

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଝାରସୁଗୁଡା ଅଫିସ,୨।୪: ଛତିଶଗଡ଼ ରାୟଗଡ଼ ଜିଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ ମର୍ଡର ମାମଲାରେ ରାୟ ଶନିବାର ପ୍ରକାଶ ପାଇଛି। ରାୟଗଡ ଅତିରିକ୍ତ ଜିଲା...

ଖୁଣ୍ଟରୁ ପଡ଼ି ବିଦ୍ୟୁତ୍‌ କର୍ମଚାରୀ ଗୁରୁତର, ଭୁବନେଶ୍ୱର ସ୍ଥାନାନ୍ତର

ଦାରିଙ୍ଗବାଡ଼ି,୨୫।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ସିମନବାଡ଼ି ଘାଟିରେ ବିଦ୍ୟୁତ୍‌ ମରାମତିବେଳେ ଶୁକ୍ରବାର ଅପରାହ୍ନରେ ଜଣେ କର୍ମଚାରୀ ଖୁଣ୍ଟରୁ ଖସିପଡ଼ି ଗୁରୁତର ହୋଇଛନ୍ତି। ସେହେଲେ କବିଚନ୍ଦ୍ର...

Advertisement
Archives

Model This Week