ବନ୍ଧା ପଡିଛି ମଣିଷ ପଣିଆ: ଆହାରକେନ୍ଦ୍ର ଶେଷ ଠିକଣା

ଚାନ୍ଦବାଲି,୬ା୧୧(ଡି.ଏନ.ଏ.)-ଆଖିକୁ ଭଲ ଦେଖାଯାଉ ନ ଥିବା ଜଣେ ୯୦ ବର୍ଷର ବୃଦ୍ଧାଙ୍କୁ କେହି ଆଣି ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ଆହାର କେନ୍ଦ୍ର ବାରଣ୍ଡାରେ ସୋମବାର ସକାଳେ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଲୋଡିତ କରିଥିଲା। ଖବର ପାଇ ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ ସନ୍ଧ୍ୟାରେ ଆହାର କେନ୍ଦ୍ରରେ ପହଞ୍ଚି ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନ ଥିବାରୁ ତହସିଲଦାର ଆମ୍ବୁଲାନ୍ସ ମଗାଇ ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ମଙ୍ଗଳବାର ସ୍ଥାନୀୟ ଲୋକେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଏହି ବୃଦ୍ଧାଙ୍କୁ ଭେଟି ସହାୟତାର ହାତ ବଢାଇବା ସହ ବିସ୍କୁଟ, କମ୍ବଳ ଆଦି ଯୋଗାଇ ଦେଇଛନ୍ତି।
ବୃଦ୍ଧାଙ୍କ ଘର ଚାନ୍ଦବାଲିଠାରୁ ୪ କି.ମି. ଦୂର ମହୁଲିଆ ଗ୍ରାମରେ। ପୈତୃକ ଜମିବାଡି ଯାହାଥିଲା, ଅଭାବ ଅନଟନ ଯୋଗୁ ତାକୁ ବିକ୍ରି କରିଦେଇଛନ୍ତି। ତାଙ୍କର ଜଣେ ପୁଅ କେନ୍ଦ୍ରାପଡାରେ ବିବାହ କରି ଶ୍ୱଶୁର ଘରେ ରହୁଥିବାରୁ କନ୍ତଳା ସେଠାକୁ ଯାଇ କିଛି ଦିନ ରହିଥିଲେ। ପରେ ସେ ଗାଁକୁ ଫେରିଥିବା କୁହାଯାଉଛି। ତେବେ କିଏ ଆଣି ତାଙ୍କୁ ଆହର କେନ୍ଦ୍ରରେ ଅସହାୟ ଅବସ୍ଥାରେ ଛାଡିଗଲେ, ସେ ନେଇ ପ୍ରଶାସନ କୌଣସି ସୂଚନା ପାଇପାରି ନାହିଁ ା ସୋମବାର ଆହାର କେନ୍ଦ୍ର ବାରଣ୍ଡାରେ ସେ ବସି ରହିଥିବା ବେଳେ ହାତରେ ଧରିଥିଲେ ଖଣ୍ଡିଏ ବାଡି । ପାଖରେ ଥିଲା ଗୋଟିଏ ପାଣି ବୋତଲ । ଆହାର କେନ୍ଦ୍ରର ଜଣେ କର୍ମଚାରୀ ମଧ୍ୟାହ୍ନ ସମୟରେ କିଛି ଖାଦ୍ୟ ଆଣି ଖାଇବାକୁ ଦେଇଥିଲେ। ଅପରାହ୍ନ ଯାଇ ସନ୍ଧ୍ୟା ମାଡି ଆସିବାରୁ ବୃଦ୍ଧାଜଣଙ୍କ ଅଧିକ ଅସହାୟ ହୋଇପଡିଥିଲେ। ଚଲାବୁଲା କରି ଗାଁକୁ ଯିବା ସକାଶେ ଦେହରେ ଶକ୍ତି ନ ଥିବାରୁ ସେ କନ୍ଦାକଟା କରିଥିଲେ। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ତହସିଲଦାରଙ୍କୁ ଜଣାଇବାରୁ ସେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ପୋଲିସ ବ୍ୟସ୍ତ ଥିବା ଯୋଗୁ ଏଥିରେ ମୁଣ୍ଡ ଖେଳାଇ ପାରି ନ ଥିବା କୁହାଯାଉଛି। ଏହି ଅସହାୟ ବୃଦ୍ଧାଙ୍କୁ ପ୍ରଶାସନ ପକ୍ଷରୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି ତହସିଲଦାର ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନାଗଡ଼ରେ ଏନଫୋର୍ସ ଟିମର ଖାଦ୍ୟ ସାମଗ୍ରୀ ଯାଞ୍ଚ

ଜୁନାଗଡ଼,୧୮।୪(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ଏନଫୋର୍ସ ଟିମ ପକ୍ଷରୁଖାଦ୍ୟ ସାମଗ୍ରୀ ଯାଞ୍ଚ କରାଯାଇଛି। ଏହି ଟିମରେ ଧର୍ମଗଡ଼ ଉପଖଣ୍ଡ ଖାଦ୍ୟ ନିରାପତ୍ତା ବିଭାଗ,ଜୁନାଗଡ଼…

ସିବିଏସ୍‌ଇ ଦଶମ ପରୀକ୍ଷା: ପ୍ରଗତି କନ୍‌ସେପ୍ଟ ସ୍କୁଲ ଛାତ୍ରୀଛାତ୍ରଙ୍କ ସଫଳତା

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ)-ସିବିଏସ୍‌ଇ ଦଶମ ପରୀକ୍ଷାରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରଗତି କନ୍‌ସେପ୍ଟ ସ୍କୁଲର ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଛାତ୍ର ବବୁଲ କୁମାର ମେହେର ୯୭.୬୦%…

ନୂଆପଡ଼ାରେ ତିନିଦିନ ସ୍କୁଲ ବନ୍ଦ

ନୂଆପଡ଼ା,୧୮ା୪ (ମକାରୁ ବେମାଲ): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲା ପ୍ରଶାସନ ସମସ୍ତ ସ୍କୁଲକୁ ତିନିଦିନ ପାଇଁ ବନ୍ଦ ଘୋଷଣା କରିଛି।…

କେନ୍ଦୁପତ୍ର ତୋଳିବାକୁ ଯାଇଥିବାବେଳେ ୨ ଜଣଙ୍କୁ ଆକ୍ରମଣ କଲା ବାର୍‌ହା

ଦେବଗଡ଼,୧୮ା୪(ଶଶାଙ୍କ ଶେଖର ଝାଙ୍କର): ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ରିଆମାଳ ବ୍ଲକ ଜୟନ୍ତପାଲି ଗ୍ରାମର ଟୁନି ଭୋଇ ଓ ମଦନ ମୋହନ…

୨ ଯୁବତୀଙ୍କ ସହ ବାଇକ୍‌ରେ ଯାଉଥିଲେ ଯୁବକ, ସାମ୍ନାପଟୁ ଧକ୍କାଦେଲା ହାଇଓ୍ବା, ଆଉ ତା’ ପରେ…

ଥୁଆମୂଳ ରାମପୁର,୧୮ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଶ୍ରୀମସ୍କା ଛକଠାରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଗ୍ରାମ ଭିତରୁ ମୁଖ୍ୟ…

ଏକତରଫା ପ୍ରେମକୁ ନେଇ ତୁମୁଳକାଣ୍ଡ: ଝିଅର ବାପାଙ୍କୁ ଭୁଜାଲି ମାଡ଼ କରି…

ବାଲେଶ୍ୱର,୧୮ା୪(ବାଞ୍ଛାନିଧି ଦେ): ଏକତରଫା ପ୍ରେମକୁ ନେଇ ଝିଅର ବାପାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଝିଅର ବାପାଙ୍କୁ ଭର୍ତ୍ତି…

ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ପରଲୋକ

କେନ୍ଦୁଝର,୧୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରତିଷ୍ଠିତ ଭେଷଜ ବିଶେଷଜ୍ଞ ଡାକ୍ତର ପି.ସି ଦାସଙ୍କ ଶନିବାର ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ତାଙ୍କ…

୨୦ରୁ ୨୨ ବନ୍ଦ ରହିବ ଏହି ଜିଲାର ସମସ୍ତ ସରକାରୀ-ବେସରକାରୀ ସ୍କୁଲ, ଜିଲାପାଳ କହିଲେ ଆଗକୁ ଆହୁରି…

ସମ୍ବଲପୁର,୧୮ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଜାରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଛାତ୍ରୀଛାତ୍ରଙ୍କ ସୁରକ୍ଷା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri