ବନ୍ଦ ହୋଇପାରେ ବ୍ୟାଙ୍କ ସେବା

ନୂଆଦିଲ୍ଲୀ,୨୭। ୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ଏବେ ସାରା ଦେଶରେ କଟକଣା ଲାଗୁ କରୁଛନ୍ତି। ଏହି ସମୟରେ କିଛି ବଛାବଛା ବ୍ୟାଙ୍କ ଶାଖା ଲୋକଙ୍କୁ ବ୍ୟାଙ୍ଗିଙ୍ଗ ସେବା ପ୍ରଦାନ କରୁଛି। ଅତି ଆବଶ୍ୟକ ନ ହେଲେ ବ୍ୟାଙ୍କ ନ ଆସିବାକୁ ଲୋକଙ୍କୁ କୁହାଯାଇଛି। ଅନଲାଇନ କାରବାର ଉପରେ ଫୋକସ କରିବାକୁ ଲୋକଙ୍କୁ ପରାମର୍ଶ ରହିଛି। ସାରା ଦେଶରେ କାମ କରୁଥିବା ବ୍ୟାଙ୍କ କର୍ମଚାରୀମାନେ କରୋନା ଭୂତାଣୁ ସଂକ୍ରମଣର ଶିକାର ହେବା ନେଇ ଆଶଙ୍କା ରହିଛି। ବର୍ତ୍ତମାନ ବ୍ୟାଙ୍କ ଶାଖାଗୁଡିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି କେନ୍ଦ୍ରୀୟ ବ୍ୟାଙ୍କ ଏବଂ ପ୍ରମୁଖ ବ୍ୟାଙ୍କଗୁଡିକ ବିଚାର କରୁଥିବା ପ୍ରକ୍ରିୟା ସହ ଜଡିତ ୪ଜଣ ଉଚ୍ଚ ଅଧିକାରୀ କହିଛନ୍ତି।
ଦେଶର ଅଧିକାଂଶ ଲୋକ ଏବେ ମଧ୍ୟ ନଗଦ ଉପରେ ନିର୍ଭର କରୁଛନ୍ତି। ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ କରାଯାଇଥିବା ବେଳେ ବ୍ୟାଙ୍କ ଜରୁରୀ ସେବା ମଧ୍ୟରେ ରହିଥିବାରୁ ଶାଖାଗୁଡିକୁ ବନ୍ଦ କରାଯାଇନାହିଁ। ପ୍ରମୁଖ ସହରଗୁଡିକରେ କେବଳ ୫ କିମି ମଧ୍ୟରେ ଗୋଟିଏ ବ୍ୟାଙ୍କ ଶାଖା ଖୋଲା ରଖିବା ନେଇ ମଧ୍ୟ ବିଚାର କରାଯାଉଛି। ଏ ନେଇ ସରକାର ଏବେ ଯାଏ ବିଧିବଦ୍ଧ ଭାବେ କିଛି ସ୍ପଷ୍ଟ କରି ନ ଥିବା ଅଧିକାରୀ କହିଛନ୍ତି। ଦେଶର ୭୦% ଲୋକ ନଗଦ ଉପରେ ନିର୍ଭର କରୁଛନ୍ତି। ଅତି ଜରୁରୀ ସେବା ପାଇଁ ନିର୍ଦ୍ଧିଷ୍ଟ ଦିନ ଏବଂ କର୍ମଚାରୀଙ୍କୁ କମ୍‌ ରଖିବା ନେଇ ମଧ୍ୟ ବିଚାର କରାଯାଉଥିବା ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ଗ୍ରାମାଞ୍ଚଳର ଲୋକମାନେ ଡିଜିଟାଲ ନେଣଦେଣ ସହିତ ସକ୍ରିୟ ଭାବେ ଜଡିତ ନ ଥିବା ଯୋଗୁ ଏନେଇ ଗାଇଡଲାଇନ ଆସିପାରେ ବୋଲି ଶୁଣାଯାଉଛି। ସରକାର ଏହି ସମୟରେ ବ୍ୟାଙ୍କ ଖାତାରେ ସିଧାସଳଖ ଅର୍ଥ ପ୍ରଦାନ କରିବାକୁ ଥିବା ବେଳେ ଏ ନେଇ ଶାଖାରେ ଭିଡ ଲାଗିବ। ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ବ୍ୟାଙ୍କଗୁଡିକ ସେମାନଙ୍କ ସ୍ତରରେ ପ୍ରସ୍ତୁତି କରୁଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରତ ସାହୁଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୫।୧୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ମୁଖ୍ୟ ପ୍ରାୟୋଜକ ‘ରୁଚି ମସଲା’କୁ ବାଲିଯାତ୍ରା ଆୟୋଜନ ସମିତି ତଥା କଟକ ଜିଲା...

କ୍ରସ୍‌ ପକ୍ଷରୁ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର,୫।୧୨: ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ କ୍ରସ୍‌ ଲିମିଟେଡ୍‌ ପକ୍ଷରୁ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ବିଶେଷକରି...

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ଭୁବନେଶ୍ୱର,୫।୧୨: ଗତ କିଛି ସପ୍ତାହ ହେବ ଦଲାଲ ଷ୍ଟ୍ରିଟରେ ଉତ୍ସାହ ରହିଛି। ଫଳରେ ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ବଢାଇପାରିଛନ୍ତି। ଏପରିକି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)...

ବିଓବିର ନୂତନ ଉତ୍ପାଦ

ଭୁବନେଶ୍ୱର,୫।୧୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ର ନୂତନ ଉତ୍ପାଦ ‘ବିଓବି ପରିବାର ଆକାଉଣ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ବିଓବିର ସେଭିଙ୍ଗ୍‌ସ ଓ...

କର୍ମକ୍ଷେତ୍ର ଗଠନକୁ ବେଦାନ୍ତର ଗୁରୁତ୍ୱ

ଭୁବନେଶ୍ୱର,୫।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନିକଟରେ ପାଳିତ...

ଏଆଇଇଟିର ଦିନିକିଆ କର୍ମଶାଳା

ଭୁବନେଶ୍ୱର,୫।୧୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆରିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏଆଇଇଟି) ଭୁବନେଶ୍ୱର ପକ୍ଷରୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳିତ ହୋଇଯାଇଛି।...

ପହିଲାରୁ ବଢ଼ିବ ୪ ଚକିଆ ଯାନ ଦର

ଭୁବନେଶ୍ୱର,୫।୧୨: ଦେଶର ପ୍ରମୁଖ ୪ଚକିଆ ଯାନ ନିର୍ମାତା ଓ ଅଟୋମୋବାଇଲ୍ସ କମ୍ପାନୀଗୁଡିକ ୨୦୨୪ ଜାନୁୟାରୀରୁ ନୂଆ ଦର ଲାଗୁ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା...

କର୍ମଚାରୀଙ୍କ ଦରମା ଦେବା ପାଇଁ ଘର ବନ୍ଧା ପକାଇଲେ ବାଇଜୁ ରାଭେନ୍ଦ୍ରନ୍

ମୁମ୍ବାଇ,୪ା୧୨: ଆର୍ଥିକ ସଙ୍କଟ ମଧ୍ୟରେ ଥିବା ଭାରତୀୟ ଏଡୁଟେକ୍ ବାଇଜୁ ପ୍ରତିଷ୍ଠାତା ବାଇଜୁ ରାଭେନ୍ଦ୍ରନ୍ ବଡ଼ ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀଙ୍କ ଦରମା ଦେବା ପାଇଁ ବାଇଜୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri