ବନ୍ତ ତହସିଲଦାରଙ୍କ ଭିଡିଓ ଭାଇରାଲ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ/ ବନ୍ତ (ସ୍ବ.ପ୍ର), ୨୬।୫: କର୍ଫ୍ୟୁ କଟକଣା ସମୟରେ ବନ୍ତ ତହସିଲଦାର ଲୁଗା ଦୋକାନୀଙ୍କୁ ଦୋକାନ ଖୋଲାଇ ଶାଢ଼ୀ କିଣୁଥିବା ଘଟଣାରେ ମଙ୍ଗଳବାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ ଘଟଣାର ତଦନ୍ତ ପାଇଁ ଉପଜିଲାପାଳ ପିତାମ୍ବର ସାମଲଙ୍କୁ ଦାୟିତ୍ୱ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୧୯ ତାରିଖରେ ସନ୍ଧ୍ୟା ୭ଟା ପରେ ତହସିଲଦାର ଆଗରପଡା ବଜାରରେ ଏକ ଲୁଗା ଦୋକାନକୁ ଖୋଲି ଲୁଗା ବାଛୁଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ସ୍ଥାନୀୟ ଲୋକେ ଉକ୍ତ ଦୋକାନର ସଟର ପକାଇ ଦେଇଥିଲେ। ଏହାପରେ ମହିଳା ତହସିଲଦାରଙ୍କୁ ନାନା ପ୍ରଶ୍ନ ପଚାରି ମୋବାଇଲରେ ରେକଡିଂ କରିଥିଲେ। ସୋମବାର ରାତିରୁ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଭିଡିଓ ଭାଇରଲ ହେବା ପରେ ଘଟଣାର ତଦନ୍ତ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ ପଦକ୍ଷେପ ନିଆଯିବ ବୋଲି ଧରିତ୍ରୀକୁ ସେ ସୂଚନା ଦେଇଛନ୍ତି। ଅପରପକ୍ଷେ ସ୍ଥାନୀୟ ଲୋକ ଏହି ଘଟଣା ସମ୍ପର୍କରେ ୫ଟି ସଚିବ, ଜିଲାପାଳ ଓ ଏସ୍‌ପିଙ୍କୁ ଟୁଇଟ କରି ଅଭିଯୋଗ କରିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର-ଝାରସୁଗୁଡା ବିମାନସେବା ଆରମ୍ଭ

ଭୁବନେଶ୍ୱର,୫।୬: ଭୁବନେଶ୍ୱରରୁ ଝାରୁସୁଗୁଡା ଓ ରାୟପୁରକୁ ବିମାନ ସେବା ବୁଧବାରରୁ ଆରମ୍ଭ ହୋଇଛି। ଭୁବନେଶ୍ୱରୁ ପ୍ରଥମ ବିମାନ ଉଡାଣ ଭରି ଝାରସୁଗୁଡାରେ ପହଞ୍ଚିଛି। ପୁଣି ଝାରସୁଗଡାରୁ...

ସର୍ଭେ ଓ ଅନୁସନ୍ଧାନ ବିଭାଗ କରୁଛି ଅବହେଳା

ଅନୁଗୋଳ ସହର, ୬।୨ – ଅନୁଗୋଳ ଜିଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତ କରଡ଼ାସିଙ୍ଗ ଗ୍ରାମରେ ପ୍ରସ୍ତାବିତ ହିଡ଼ିସିଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର ମନ୍ଥର କାର୍ଯ୍ୟ...

ମାର୍ଚ୍ଚ ୩୧ ପରେ ବନ୍ଦ ହେବ ବିଏସ୍‌-୪ ଯାନ ବିକ୍ରି

କଟକ ଅଫିସ୍‌,୧୪।୨: ଭାରତ ଷ୍ଟେଜ୍‌(ବିଏସ୍‌) ୪ ଯାନଗୁଡ଼ିକ ଆସନ୍ତା ମାର୍ଚ୍ଚ ୩୧ ପରଠୁ ବିକ୍ରି କିମ୍ବା ପଞ୍ଜୀକରଣ ହୋଇପାରିବ ନାହିଁ। ଗୁରୁବାର ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)...

ଦାନଗହୀର ଶଟ୍‌ଡାଉନ: ଘର ଦୁଆରେ ପହଞ୍ଚୁଛି ଅତ୍ୟାବଶ୍ୟକ ସାମଗ୍ରୀ

ପୁରୀ ଅଫିସ/ପିପିଲି,(ଡି.ଏନ.ଏ.)୬ା୪: ପୁରୀ ଜିଲା ପିପିଲି ବ୍ଲକ ଦାନଗହୀର ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ଅଧିକ ତତ୍ପର ହୋଇପଡିଛି।...

ବଂଶୀଧର ପ୍ରତିହାରୀ ପାଇଲେ ‘ଧର୍ମପଦ ପୁରସ୍କାର’

ଭୁବନେଶ୍ୱର,୭।୨(ବ୍ୟୁରୋ):ଲଳିତ କଳା ଏକାଡେମୀ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୨୨ ମସିହା ପାଇଁ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ...

କଡ଼ା ସୁରକ୍ଷାରେ ନିୟମଗିରିରେ ଚାଲିଛି ସାନି ମତଦାନ

ବିଷମ କଟକ,୨୩।୨(ଡି.ଏନ୍‌.ଏ): ରାୟଗଡ଼ା ଜିଲା ନିୟମଗିରିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସାନି ମତଦାନ ଚାଲିଛି। ତ୍ରିସ୍ତରୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଷମ କଟକ ବ୍ଲକର...

ଆଖି ବୁଜିଲା ଗୁଳିବିଦ୍ଧ ହାତୀ

ଭୁବନେଶ୍ୱର, (ବ୍ୟୁରୋ)/ନରସିଂହପୁର, ୩୦।୭ (ସ୍ବ.ପ୍ର.): ହାତୀ ମୃତ୍ୟୁକୁ ନେଇ ଯେଉଁଠି ଏସ୍‌ଆଇଟି ତଦନ୍ତ ଚାଲିଥିଲା, ସେଇଠି ହୋଇଥିଲା ହାତୀ ଶିକାର। ଶିକାରୀଙ୍କ ଗୁଳିରେ ଛଟପଟ ହେଉଥିଲା...

ଗାଧୋଇବା ବେଳେ ନଦୀରେ ବୁଡି ୩ ମୃତ

ଭଦ୍ରକ ଅଫିସ,୪।୪: ଭଦ୍ରକ ବ୍ଲକ ନାଳିଆ ନଦୀ ହରିପୁର ଘାଟରେ ମଙ୍ଗଳବାର ଗାଧୋଉଥିବା ବେଳେ ୩ ଜଣ ବୁଡିଯାଇଥିବା ସୂଚନା ମିଳିଛି। ସେମାନେ ହେଲେ ଭଦ୍ରକ...

Advertisement
Archives

Model This Week