ବନୀକରଣ ପାଇଁ ଅଣ୍ଟା ଭିଡ଼ିଲେ କୁନି ଚିତ୍ରଶିଳ୍ପୀ:  ବିହନ ପିଣ୍ଡୁଳା ଜରିଆରେ ଚନ୍ଦକା ଜଙ୍ଗଲ ହେବ ସବୁଜିମା

ପୁରୁଣା ଭୁବନେଶ୍ୱର, ୨୪। ୭ (ଡି.ଏନ.ଏ.): ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍‌-୨ ଠାରେ ଥିବା ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ର କୁନି ଶିଳ୍ପୀମାନେ ବନୀକରଣ ପାଇଁ ଏକ ନିଆରା ପ୍ରୟାସ କରି ଚର୍ଚ୍ଚାକୁ ଆସିଛନ୍ତି। ଦିନକୁଦିନ ମାନବୀୟ ହସ୍ତକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ସବୁଜିମା ଉଜୁଡି ଯାଉଛି। ଏହାକୁ ବଜାୟ ରଖିବାକୁ ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ମାର୍ଗଦର୍ଶନରେ ବିଦ୍ୟାର୍ଥୀମାନେ ନିଆରା ବିହନ ପିଣ୍ଡୁଳା ବା ସିଡ୍‌ସ ବଲ୍‌ ତିଆରି କରୁଛନ୍ତି। ଏହି ସିଡ୍‌ସ ବଲ୍‌କୁ ଚନ୍ଦକା-ଡ଼ମପଡ଼ା ହସ୍ତୀ ଅଭୟାରଣ୍ୟର ଟାଙ୍ଗରା ଭୂଇଁରେ ନିକ୍ଷେପ କରାଯିବ। ଏଥିରୁ ଗଜା ବାହାରି ଜଙ୍ଗଲ ସୃଷ୍ଟି ହେବ। ଏହି ପ୍ରକ୍ରିୟାରେ ୫୦ ପ୍ରତିଶତ ଗଛ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି।
କୁନି ଚିତ୍ରଶିଳ୍ପୀମାନେ ମାଟି, ଗୋବର ଖତ ସହିତ ପଣସ, ତେନ୍ତୁଳି, ଆତ ଆଦି ମଞ୍ଜିକୁ ଗୋଳାଇ ବିହନ ପିଣ୍ଡୁଳା ବା ସିଡ୍‌ସ ବଲ ମାନ ତିଆରି କରୁଛନ୍ତି। ଚିତ୍ରଶାଳା ପକ୍ଷରୁ ବଲ ତିଆରି ପାଇଁ ଆବଶ୍ୟକ ସରଞ୍ଜାମ ଓ ପ୍ରଶିକ୍ଷଣ ଦିଆଯାଇଛି। ଏହି ବଲଗୁଡ଼ିକୁ ଜଙ୍ଗଲର ଖାଲି ଜାଗାଗୁଡ଼ିକରେ ନିକ୍ଷେପ କରାଯିବ। ଏଥିରେ ଜୈବିକ ସାର ମିଶିଥିବାରୁ କୀଟପତଙ୍ଗ, ମୂଷା, ଗୁଣ୍ଡୁଚିମୂଷା ଓ ଅନ୍ୟାନ୍ୟ ବନ୍ୟ ଜନ୍ତୁ ଏହାକୁ ନଷ୍ଟ କରିପାରିବେ ନାହିଁ। ବର୍ଷାଋତୁରେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା କମ୍‌ ଖର୍ଚ୍ଚରେ ପ୍ରଭାବୀ ବନୀକରଣ ହୋଇପାରିଥାଏ ବୋଲି ଜଣାଯାଇଛି। ଚାରା ରୋପଣରେ ୧୦ ପ୍ରତିଶତ ଚାରା ବଞ୍ଚୁଥିବା ବେଳେ ଏହି ପ୍ରକ୍ରିୟାରେ ୫୦ ପ୍ରତିଶତ ତିଷ୍ଠିଥାଏ। ପୁଣି ରୋପିତ ଚାରାଗୁଡ଼ିକର ୩ ବର୍ଷ ପାଇଁ ଯନତ୍ ନେବା ବାବଦକୁ ୨ରୁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ନିକ୍ଷେପିତ ସିଡ୍‌ସ ବଲ୍‌ରୁ ଅଙ୍କୁରିତ ଚାରା ଆପେ ଆପେ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଯାଏ ଏହି ଜିଲାରେ ସ୍କୁଲ୍‌ ଛୁଟି ଘୋଷଣା, ବନ୍ଦ ରହିବ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର,୨୨।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ଆଜି ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ବନ୍ଦ…

ଦିଲ୍ଲୀ ଲଜ୍ଜା: ମନ୍ଦିର ନିକଟରେ ନାବାଳିକାଙ୍କୁ ଗଣବଳାତ୍କାର; ପୋଲିସ କର୍ମଚାରୀ ସାଜି ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୨।୯: ଦିଲ୍ଲୀର କାଲକାଜୀ ମନ୍ଦିର ନିକଟରେ ଜଣେ ୧୭ ବର୍ଷୀୟା ଯୁବତୀଙ୍କ ସହ ଗଣ-ବଳାତ୍କାରର ଏକ ଜଘନ୍ୟ ଘଟଣା ଘଟିଛି। ଏହି ଘଟଣାରେ ସମ୍ପୃକ୍ତ ତିନିଜଣ ଅଭିଯୁକ୍ତଙ୍କ…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ବାତିଲ ହେବ ଭାରତ-ଜାପାନ T20 ମ୍ୟାଚ? ପାଣିପାଗକୁ ନେଇ ବଢିଲା ଚିନ୍ତା

ନୂଆଦିଲ୍ଲୀ,୨୨।୯: ଭାରତ ଏବଂ ଜାପାନ ମଧ୍ୟରେ ଏକମାତ୍ର ଟି-୨୦ ମ୍ୟାଚ ମଙ୍ଗଳବାର (ସେପ୍ଟେମ୍ବର ୨୨) ଦିନ ଜାପାନର ସାନୋ ସ୍ଥିତ ସାନୋ ଇଣ୍ଟରନେସନାଲ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାର…

ଓଡ଼ିଶାରେ SIR ପରେ ୨୦.୫୭ ଲକ୍ଷ ଭୋଟରଙ୍କ ନାଁ ବାଦ୍‌, ପ୍ରକାଶ ପାଇଲା ଚୂଡ଼ାନ୍ତ ତାଲିକା

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟା ଶେଷ ହେବା ପରେ ଭୋଟର ତାଲିକାରୁ ମୋଟ ୨୦ ଲକ୍ଷ ୫୭ ହଜାର ୩୩୪ ଭୋଟରଙ୍କ…

ବୈଜ୍ଞାନିକଙ୍କ ବଡ଼ ଆବିଷ୍କାର, ଦୁଇ ସ୍ୱାଧୀନ ଅଙ୍ଗ ଭାବେ ବିକଶିତ ହୋଇଛି ମଣିଷର ମସ୍ତିଷ୍କ!

ନୂଆଦିଲ୍ଲୀ,୨୨।୯(ପି.ଟି.): ମନୁଷ୍ୟ ମସ୍ତିଷ୍କକୁ ସାଧାରଣତଃ ଏକ ଏକକ ଅଙ୍ଗ ବୋଲି ବିବେଚନା କରାଯାଉଥିବା ବେଳେ ଏହା ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଦୁଇଟି ସ୍ବାଧୀନ ଅଙ୍ଗ ଭାବରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଭୁବନେଶ୍ବର ଆସି ବଡ଼ ଘୋଷଣା କଲା CJP, ଓଡ଼ିଶା ସରକାରଙ୍କୁ….

ଭୁବନେଶ୍ୱର,୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ଯେଉଁ ତ୍ରୁଟି କରାଯାଇଛି ତାହାର ଜବାବ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?