ବଧୂହତ୍ୟା ଅଭିଯୋଗ

ପଦ୍ମପୁର,୨୪।୫ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ରାଜଘରପୋଖରୀ ପଞ୍ଚାୟତ ସାନକୋରବାଟିଆ ଗ୍ରାମର ଉଷାରାଣୀ ଜେନା ନାମ୍ନୀ ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପୋଡ଼ି ମାରିଦେଇଥିବା ନେଇ ନାୟକାଣିଡିହୀ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା(ନଂ.୮୧/୧୯) ରୁଜୁକରି ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ, ସାନକୋରବାଟିଆ ଗ୍ରାମର ବିଜୟ ଜେନାଙ୍କୁ ବର୍ଷକ ତଳେ ଚାନ୍ଦବାଲିର ନବକିଶୋର ଜେନାଙ୍କ ଝିଅ ଉଷାରାଣୀ ବିବାହ କରିଥିଲେ। ବିଜୟ ବାହାରେ ରହି କାମ କରନ୍ତି। ବୁଧବାର ବିଳମ୍ବିତ ରାତିରେ କୌଣସି କାରଣରୁ ନିଅଁା ଲାଗି ଉଷାରାଣୀ ପୋଡ଼ି ଯାଇଥିଲେ। ଗୁରୁବାର ସକାଳୁ ଉଷାରାଣୀଙ୍କ ମୃତ୍ୟୁ ଖବର ପାଇ ତାଙ୍କ ବାପା ଆସି ପହଞ୍ଚିଥିଲେ। ତାଙ୍କ ଝିଅକୁ ପୋଡ଼ି ମାରିଦିଆଯାଇଥିବା ସେ ନାୟକାଣିଡିହୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଘଟଣାର ତଦନ୍ତ ଜାରି ରହିଥିବା ଥାନାଧିକାରୀ ରତିକାନ୍ତ ଗିରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୂନ୍ୟବ୍ରହ୍ମଙ୍କୁ ଆରାଧନା କଲେ ୫୦ ହଜାର ଶ୍ରଦ୍ଧାଳୁ

ଖଇରା,୨୮।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀସ୍ଥିତ ଐତିହାସିକ ଶୂନ୍ୟମଣ୍ଡପରେ ପଞ୍ଚୁକ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସମେତ ଆଖପାଖ ଜିଲାରୁ ୫୦ହଜାରରୁ...

ଏଟିଏମ୍‌ କାଟି ଅଖାରେ ପୂରାଇ ନେଇଗଲେ ୨୦ ଲକ୍ଷ

ବାହାନଗା, ୨୭ା୧୧(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବଜାର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ୍‌ ହୋଇଛି। ବଜାରଠାରୁ ଶହେ ମିଟର...

ପୁରୀ ଯାଉଥିଲେ ରାସ୍ତାରେ ଜାଣିଲେ ନିଆଁ ଲାଗି ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ସୁନାଗହଣା, ନଗଦ ଟଙ୍କା

ଔପଦା, ୨୭।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଗରୁଡ଼ହତା ଗ୍ରାମର ବସନ୍ତ ରାଉତ ଓ ତାଙ୍କ ସାନ ଭାଇ ଶ୍ରୀକାନ୍ତଙ୍କ ଘରେ...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ଶୁକ୍ରବାର ଏକ ୧୩ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଚତୁର୍ଭୁଜ ପାତ୍ର...

ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍‌, ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଛତ୍ରପୁର,୨୩ା୧୧(ଦିଲ୍ଲୀପ ସାମଲ): ମା’ ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ରାଜପଥରେ ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ୍‌ କରିଥିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଧରିଛି ପୋଲିସ। ଅଭିଯୁକ୍ତଙ୍କଠାରୁ...

ଗୁଣାତ୍ମକ ଶିକ୍ଷା ପାଇଁ ମିଳିବ ନିର୍ଭରଯୋଗ୍ୟ ବିଜୁଳି

ବାଲେଶ୍ୱର,୨୨।୧୧ (ମାନସ ବିଶ୍ୱାଳ): ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଏନଓଡିଏଲ) କେନ୍ଦୁଝର ଇଞ୍ଜିନିୟରିଂ କଲେଜ ଛାତ୍ରୀଛାତ୍ରଙ୍କ ଦୀର୍ଘଦିନ ଧରି ବିଦ୍ୟୁତ୍‌ ସରବରାହ ସମସ୍ୟାର ସମାଧାନ...

ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ଫାଣ୍ଡି ଆଗରେ ଦମ୍ପତିଙ୍କୁ ପିଟିଲେ

ନୀଳଗିରି, ୨୦।୧୧(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଈଶ୍ୱରପୁର ପଞ୍ଚାୟତ ବାହାବଳପୁର ଗାଁରେ ବାଡଘେରାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏ...

ଚିନ୍ତାରେ ଯାତ୍ରୀ, ଅଞ୍ଚଳବାସୀ

ଖଇରା,୨୦।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ପ୍ରମୁଖ ସଡ଼କ ପଥ ସୋର-କୁପାରୀ ପୂର୍ତ୍ତ ବିଭାଗ ରାସ୍ତାରେ ବହୁ ସଂଖ୍ୟକ ଚିପ୍ସ ଓ ପଥର ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri