Posted inଜାତୀୟ

ବଦ୍ରିନାଥରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଖସିଲା ପଥର ଖଣ୍ଡ

ଚାମୋଲି,୬।୮: ଉତ୍ତରାଖଣ୍ଡ ଚାମୋଲି ଜିଲାର ଲାମ୍ବାଗଡ଼ରେ ମଙ୍ଗଳବାର ସକାଳେ ଭୂସ୍ଖଳନ ହୋଇଛି। ଫଳରେ ପାହାଡ଼ରୁ ବଡ଼ ବଡ଼ ପଥର ଖଣ୍ଡମାନ ଖସି ରାସ୍ତାରେ ପଡ଼ିଥିଲା। ସେହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଉପରେ ବିଶାଳକାୟ ପଥର ଖଣ୍ଡ ପଡ଼ିବାରୁ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୯ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ବଦ୍ରିନାଥରୁ ତୀର୍ଥଯାତ୍ରୀଙ୍କୁ ନେଇ ବସ୍‌ଟି ଫେରୁଥିବା ବେଳେ ଲାମ୍ବାଗଡ଼ରେ ଭୂସ୍ଖଳନ ଯୋଗୁ ବିଶାଳକାୟ ପଥର ଖଣ୍ଡମାନ ବସ୍‌ ଉପରେ ପଡ଼ିଥିଲା। ଏଥିଯୋଗୁ ବସ୍‌ରେ ଥିବା ୧୪ଜଣ ଯାତ୍ରୀଙ୍କ ମଧ୍ୟରୁ ୯ଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ଘଟଣାସ୍ଥଳରେ ଏସ୍‌ଡିଆରଏଫ୍‌, ପୋଲିସ ଓ ପ୍ରଶାସନର ମିଳିତ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ବି କେତେକ ଯାତ୍ରୀ ବସ୍‌ ଓ ପଥର ଖଣ୍ଡ ତଳେ ଫଶିରହିଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁଷାରପାତରେ ଚାଲିଗଲା ୨ ଜୀବନ

ଶ୍ରୀନଗର,୨୪।୧୦: ଜମ୍ମୁ-କଶ୍ମୀରର ତୁଷାରପାତରେ ଫସି ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହ ୨ ଜଣ ଆହତ ମଧ୍ୟ ହୋଇଛନ୍ତି। ଶନିବାର...

ମୋଦି ବିରୋଧୀ ପୋଷ୍ଟର: ୧୫ ଗିରଫ

କରୋନା ମହାମାରୀ ନିୟନ୍ତ୍ରଣ ଓ ଟିକା ପରିଚାଳନାର ବିଫଳତାକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସମାଲୋଚିତ ହୋଇଛନ୍ତି। କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ...

ପଚରାଉଚରା ପାଇଁ ଥାନାକୁ ଡକାଇବା ବ୍ୟକ୍ତିଗତ ଅଧିକାରର ଉଲଂଘନ, ହାଇକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ, ୧୬।୭ : କାହାକୁ ଉପଦ୍ରବ କରୁଥିବା କହି ବର୍ଗୀକୃତ କରିବା। ପଚରା ଉଚରା ପାଇଁ ପୋଲିସ ଥାନାକୁ ଡକାଇବା ଅବା ସମ୍ପୃକ୍ତ ବ୍ୟକ୍ତି ଘରକୁ...

ଏଲ୍‌ଓସିରେ ପାକିସ୍ତାନୀ କ୍ୱାଡ଼କୋପ୍ଟର: ଗୁଳି କରି ଖସାଇଲେ ଭାରତୀୟ ଯବାନ

ଶ୍ରୀନଗର, ୨୪।୧୦: ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି।...

କେନ୍ଦ୍ରମନ୍ତ୍ରୀଙ୍କ ଭାଇଙ୍କୁ ବି ମିଳୁନି ବେଡ୍‌: କଲେ ଗୁହାରି…

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। କରୋନା ସଂକ୍ରମଣ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକର ବିଭିନ୍ନ ହସ୍ପିଟାଲରେ ଏବେ ବେଡ୍‌ର ଅଭାବ...

ହସ୍ପିଟାଲରେ ସିଦ୍ଧୁ

ଚଣ୍ଡିଗଡ,୨୩।୫: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପଟିଆଲା ଜେଲ୍‌ରୁ ତାଙ୍କୁ ରାଜେନ୍ଦ୍ର ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ମେଡିକାଲ...

୭୩ତମ ସ୍ବାଧୀନତା ଦିବସ ପାଇଁ କଡ଼ା ସୁରକ୍ଷା :ଲାଲକିଲ୍ଲାରୁ ଲାଲଚୌକ ଅଭେଦ୍ୟ

ନୂଆଦିଲ୍ଲୀ,୧୪ା୮: ଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରଙ୍ଗା ଉତ୍ତୋଳନ କରି ଦେଶବାସୀଙ୍କୁ ଉଦ୍‌ବୋଧନ ଦେଉଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଶ୍ରୀନଗର କେନ୍ଦ୍ରସ୍ଥଳ ଲାଲଚୌକରେ...

ଦିଲ୍ଲୀ ଅବକାରୀ ନୀତି ମନିଲଣ୍ଡରିଂ ମାମଲାରେ ଇଡିର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୨୭।୧୧(ପି.ଟି.): ଦିଲ୍ଲୀ ଅବକାରୀ ନୀତି ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର କୋର୍ଟରେ ପ୍ରଥମ ଚାର୍ଜଶିଟ୍‌ ଦାଖଲ କରିଛି। ଏଥିରେ ମଦ...

Advertisement
Archives

Model This Week