ବଦଳି ଆବେଦନପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ଦେବା ପାଇଁ ଲାଞ୍ଚ: ସାଉଥ୍‌କୋ ସହକାରୀ ଯନ୍ତ୍ରୀ ଗିରଫ

ବ୍ରହ୍ମପୁର ଅଫିସ,୧୮ା୫: ଜଣେ ଲାଇନ ମ୍ୟାନଙ୍କ ବଦଳି ଆବେଦନପତ୍ରକୁ ଛତ୍ରପୁର ସବ୍‌ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ଖଲ୍ଲିକୋଟ ସାଉଥକୋର ଜଣେ ସହକାରୀ ଯନ୍ତ୍ରୀ ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଶୁକ୍ରବାର ସକାଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ସେ ହେଲେ ବସନ୍ତ କୁମାର ପଟ୍ଟନାୟକ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏ ନେଇ ନଂ. ୧୦/୧୯ରେ ମାମଲା ରୁଜୁ କରାଯାଇ ବସନ୍ତଙ୍କୁ କୋର୍ଟଚାଲାଣ କରାଯାଇଛି ବୋଲି ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି। ବସନ୍ତଙ୍କ କାର୍ଯ୍ୟାଳୟରୁ କାଗଜପତ୍ର ଜବତ ହୋଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ କେଶପୁରସ୍ଥିତ ତାଙ୍କ ଭଡ଼ାଘର, ଶ୍ୱଶୁର ଘର ଓ ଅନୁଗୋଳରେ ଥିବା ପୈତୃକ ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଛି ବୋଲି ଏସପି ସ୍ବାଇଁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, କହ୍ନେଇପୁରର ବିବେକାନନ୍ଦ ନାୟକ ଖଲ୍ଲିକୋଟରେ ଲାଇନମ୍ୟାନ ଭାବେ କାମ କରୁଛନ୍ତି। ପାରିବାରିକ ସମସ୍ୟା ଥିବାରୁ ସେ ଗାଁ ପାଖ କେଶପୁରକୁ ଆପୋଷ ବୁଝାମଣାରେ ବଦଳି ପାଇଁ ନିର୍ବାହୀ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଆବେଦନପତ୍ର ସହକାରୀ ଯନ୍ତ୍ରୀ ପଟ୍ଟନାୟକଙ୍କୁ ଦେଇଥିଲେ। ଏହି ଆବେଦନପତ୍ରକୁ ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ ସେ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଲାଇନମ୍ୟାନ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ଅନୁଯାୟୀ ବିବେକାନନ୍ଦ ଶୁକ୍ରବାର ପୂର୍ବାହ୍ନ ୯ଟାରେ ସହକାରୀ ଯନ୍ତ୍ରୀ ପଟ୍ଟନାୟକଙ୍କୁ ଭେଟି ଟଙ୍କା ଦେବା ପାଇଁ ଫୋନ କରିଥିଲେ। ବିବେକାନନ୍ଦଙ୍କୁ ସେ ଜାତୀୟ ରାଜପଥ ନଂ.୧୬ ହରିଡ଼ାମୁଳ ବ୍ରିଜ ନିକଟକୁ ଆସିବା ପାଇଁ କହିଥିଲେ। ବିବେକାନନ୍ଦ ସେଠାରେ ପହଞ୍ଚତ୍ ୧୫ ହଜାର ଟଙ୍କା ଦେବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଏସପି ଶାନ୍ତନୁ କୁମାର ପାଢ଼ୀ, ଡିଏସପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଓ ତାଙ୍କ ଟିମ ଅତର୍କିତ ଚଢ଼ାଉ କରି ଉକ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ। ଗିରଫ ସହକାରୀ ଯନ୍ତ୍ରୀଙ୍କଠାରୁ ଏକ ଦାମୀ କାର ଓ ଏଲଆଇସି ବଣ୍ଡ ଜବତ କରାଯାଇଛି। ତାଙ୍କ ନାଁରେ ଚନ୍ଦକାରେ ଏକ ଫ୍ଲାଟ ରହିଛି। ଭୁବନେଶ୍ୱର ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ଥିବା ଲକ୍‌ର ଶନିବାର ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ପଞ୍ଚାୟତକୁ ହାଇସ୍ପିଡ୍‌ ଇଣ୍ଟରନେଟ୍‌

ଭୁବନେଶ୍ୱର,୧୪ା୧(ବ୍ୟୁରୋ):ପଞ୍ଚାୟତଗୁଡ଼ିକରେ ହାଇସ୍ପିଡ୍‌ ଇଣ୍ଟରନେଟ୍‌ ସଂଯୋଗ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ମେ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି ।...

ହାରିଲେ ଅଭିନେତ୍ରୀ, ଜିତିଲେ ଅଭିନେତା

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ସାଧାରଣ ନିର୍ବାଚନରେ ଓଲିଉଡ୍‌ ଜଗତରୁ କେତେଜଣ କଳାକାର ରାଜନୀତି ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଦଳୀୟ ଟିକେଟ ପାଇଥିଲେ ମାତ୍ର ୩ଜଣ। ଜନସମର୍ଥନ ହାତେଇବାକୁ...

ନାବାଳିକା ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ ଅଫିସ, ୨୫ା୧୨: ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ...

ବଦଳିଲେ ଭଦ୍ରକ, ଢେଙ୍କାନାଳ ଜିଲାପାଳ

ଭୁବନେଶ୍ୱର,୯।୮: ରାଜ୍ୟ ସରକାର ସୋମବାର ଆଇଏଏସ୍‌ ଏବଂ ଓଏଏସ୍‌ସ୍ତରରେ ଅଦଳବଦଳ କରିଛନ୍ତି। ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କୁ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି।...

ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ

କଳିଙ୍ଗନଗର,୧୭।୧୦(ଡି.ଏନ୍‌.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖ୍ୟ ଡାକ୍ତରଖାନା ପାଲଟିଥିବା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଶିଳ୍ପାଞ୍ଚଳରେ ଥିବା ୧୦ କାରଖାନାରେ ନିୟୋଜିତ ପ୍ରାୟ...

ଓଡ଼ିଶାକୁ ଲାଗିଥିବା ଛତିଶଗଡ଼, ଝାଡ଼ଖଣ୍ଡ ସୀମା ସିଲ୍‌

ସୁନ୍ଦରଗଡ଼, ୧୨।୪ : ରାଜ୍ୟର ସୁନ୍ଦରଗଡ଼ ଜିଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ସରକାରଙ୍କ ଚିନ୍ତା ବଢିଛି। ଛତିଶଗଡ଼ ଓ ଝାଡ଼ଖଣ୍ଡକୁ ଲାଗିଥିବା ଏହି...

ମହାପ୍ରଭୁଙ୍କୁ ଦର୍ଶନ କଲେ ବିଶ୍ୱଭୂଷଣ

ପୁରୀ ଅଫିସ, ୨୦ା୭: ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିବା ବିଶ୍ୱଭୂଷଣ ହରିଚନ୍ଦନ ଶୁକ୍ରବାର ଅପରାହ୍ନରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପ୍ରାୟ ଅଧଘଣ୍ଟା...

ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ବେଳେ ସିରିଜ ଦୁର୍ଘଟଣା: ପୋଲିସ ପହଞ୍ଚିବା ପୂର୍ବରୁ ଅପହରଣକାରୀ ଫେରାର; ୨ କାର୍‌, ବନ୍ଧୁକ ସହ ମାରଣାସ୍ତ୍ର ଜବତ

ଭୁବନେଶ୍ୱର,୮।୬(ବ୍ୟୁରୋ): ସ୍ଥାନୀୟ ନୟାପଲ୍ଲୀ ଥାନା ସିଆର୍‌ପି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ଅପହରଣ ଉଦ୍ୟମ ପଣ୍ଡ ହୋଇଛି। କେତେଜଣ ଦୁର୍ବୃତ୍ତ ଦୁଇଟି...

Advertisement
Archives

Model This Week