ବଦନାମକୁ ଭୟ ନ କରି ସିଏଏ କରାଯାଇଛି, ଏହାଦ୍ୱାରା ସଂଖ୍ୟାଲଘୁଙ୍କ ନାଗରିକତା ଯିବନାହିଁ: ଶାହା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସ୍ଥାନୀୟ ଜନତା ମଇଦାନରେ ଆୟୋଜିତ ସାଧାରଣ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉଦ୍‌ବୋଧନ ଦେଇଛନ୍ତି। ଜଗନ୍ନାଥଙ୍କୁ ସ୍ମରଣ କରି ଶାହା ନିଜର ବକ୍ତବ୍ୟ ରଖିଛନ୍ତି। ସଭାରେ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସହ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ମତ ରଖିଛନ୍ତି। ଶାହା ସିଏଏକୁ ନେଇ କଂଗ୍ରେସ, ବାମଦଳକୁ ଟାର୍ଗେଟ କରି କହିଛନ୍ତି, ନାଗରିକତା ଚାଲିଯିବା ନେଇ ଅପପ୍ରଚାର କରାଯାଉଛି। ସିଏଏକୁ ନେଇ ସରକାରକୁ ବଦନାମ କରାଯିବା ଜଣାଥିଲା। ହେଲେ ବଦନାମକୁ ଭୟ ନ କରି ନରେନ୍ଦ୍ର ମୋଦି ସିଏଏ କରାଇଛନ୍ତି। ପୂର୍ବରୁ ସଂଖ୍ୟାଲଘୁଙ୍କ ମାନବାଧିକାର ହନନ ହେଉଥିଲା, ଆଉ ହେବନାହିଁ। ସିଏଏ ଦ୍ୱାରା କାହାରି ନାଗରିକତା ଯିବନାହିଁ। କୌଣସି ସଂଖ୍ୟାଲଘୁଙ୍କର ନାଗରିକତା ଆଦୌ ଯିବନାହିଁ। ବରଂ ସିଏଏ ଦ୍ୱାରା ପ୍ରପୀଡ଼ିତଙ୍କ ନାଗରିକତା ସୁରକ୍ଷିତ ହେବ। ସିଏଏର କୌଣସି ଧାରାରେ ନାଗରିକତା ଯିବା ବିଷୟରେ ଉଲ୍ଲେଖ ନାହିଁ ବୋଲି ସେ କହିଛନ୍ତି।

କଂଗ୍ରେସ ଯିବା ବେଳକୁ ଅର୍ଥନୀତିରେ ଭାରତ ୧୧ ନଂରେ ଥିଲା। ମୋଦି ଆସିବା ପରେ ୫ ବର୍ଷରେ ଆମେ ୫ମ ସ୍ଥାନକୁ ଉଠିଛୁ। ୨୦୨୪ ପୂର୍ବରୁ ୫ ବିଲିଅନ ଡଲାର ଅର୍ଥବ୍ୟବସ୍ଥା ସହ ଦେଶ ବିଶ୍ୱସ୍ତରରେ ନାମ କରିବ। କଂଗ୍ରେସର ୫୫ବର୍ଷ ଶାସନ ଉପରେ ଆମର ୫ ବର୍ଷ ଭାରି ପଡ଼ିଛି। ଏବେ ମୋଦିଙ୍କ ହାତକୁ ଶକ୍ତ କରନ୍ତୁ ବୋଲି ଶାହା କହିଛନ୍ତି।

ଏହାଛଡ଼ା କେନ୍ଦ୍ର ସରକାର ଶାସନକୁ ଆସିବା ପରେ ନେଇଥିବା ପଦକ୍ଷେପ ବିଷୟରେ ଶାହା ମତ ରଖିଛନ୍ତି। କାଶ୍ମୀରକୁ ଭାରତର ମୁକୁଟ ବନାଇବାକୁ ମୋଦି ପଦକ୍ଷେପ ନେଇଛନ୍ତ। ୩୭୦ ଉଚ୍ଛେଦ କରି କାଶ୍ମୀରକୁ ଭାରତର ମୁକୁଟ ବନାଇଛନ୍ତି। ରାମ ମନ୍ଦିର ନିର୍ମାଣ ଲାଗି ଏକ ଟ୍ରଷ୍ଟ ଗଠନ କରିଛନ୍ତି। ଆଉ କିଛି ଦିନ ମଧ୍ୟରେ ଭବ୍ୟ ମନ୍ଦିର ନିର୍ମାଣ ହେବ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ପରେ ଖୋଲିଲା ସୂର୍ଯ୍ୟମନ୍ଦିର

କୋଣାର୍କ,୨।୯(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଦୀର୍ଘ ୬ମାସ ଧରି ବନ୍ଦ ରହିଥିବା ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ଯ୍ୟମନ୍ଦିର ମଙ୍ଗଳବାର ଖୋଲିଛି। ଏହା କେନ୍ଦ୍ର ସରକାରଙ୍କ ଅନଲକ...

ପାଟପୁରରୁ ୬ ଅଷ୍ଟଧାତୁ ମୂର୍ତ୍ତି ଚୋରି

ଧର୍ମଶାଳା,୧୩।୧୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ବଳଦେବଜୀଉ ମନ୍ଦିରରୁ ଚୋରି ହୋଇଛି। ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ମନ୍ଦିର ଗେଟ୍‌ ତାଲା ଭାଙ୍ଗି...

ରାଜଧାନୀରୁ କୋକେନ୍‌ କାରବାର : ୨ ଅଭିଯୁକ୍ତ ଯିବେ ରିମାଣ୍ଡରେ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ରାଜଧାନୀରୁ କୋକେନ୍‌ ମିଳିବା ଘଟଣାରେ ଗିରଫ ଅଭିଯୁଙ୍କୁ ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଖୋଳତାଡ଼ କରିବ। ୨ ଅଭିଯୁକ୍ତ ରବି ଓ ସନ୍ନିଙ୍କୁ...

ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭା ଶୀତକାଳୀନ ଅଧିବେଶନରେ ରବିବାର ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ ହୋଇଛି। ପୂର୍ବାହ୍ନ ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୦-୨୧ ବର୍ଷ...

ବାତ୍ୟା ବିପନ୍ନଙ୍କୁ ଭେଟିଲେ ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟ ସଦସ୍ୟ

ପୁରୀ ଅଫିସ, ୨୩ା୭: ସୁଇଜରଲ୍ୟାଣ୍ଡ ପାର୍ଲାମେଣ୍ଟ ସଦସ୍ୟ ଓ ଦୂତାବାସ ଅଧିକାରୀ ଏବଂ ସିଡ୍‌ସ (ସଷ୍ଟେନେବଲ୍‌ ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ ଇକୋଲୋଜିକାଲ ଡେଭଲପ୍‌ମେଣ୍ଟ ସୋସାଇଟି)ର ସଦସ୍ୟ ମଙ୍ଗଳବାର...

ବରିଷ୍ଠ ନାଗରିକ ପରିଷଦର ବୈଠକ:ଅବସରପ୍ରାପ୍ତ ଜିଲା ଜଜ୍‌ଙ୍କୁ ସଭାପତି ଦାୟିତ୍ୱ

ଢେଙ୍କାନାଳ ଅଫିସ,୩ା୯ ଢେଙ୍କାନାଳ ଭାଗୀରଥିସାଗର ନିକଟସ୍ଥ ପିପାର ସଭା ଗୃହରେ ସଂଘ ସଭାପତି ଦୁର୍ଗା ଚରଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଜିଲା ବରିଷ୍ଠ ନାଗରିକ ପରିଷଦର...

ନିର୍ବାଚନ ପାଇଁ ରିକ୍ୟୁଜିଶନ ହେଲା ଦୁଇ ଚକିଆ ଯାନ: ଥାନାକୁ ବାଇକ୍‌ ଟାଣି ଆଣିଲା ପୋଲିସ

ଅନୁଗୋଳ ଅଫିସ, ୨୦।୪- ନିର୍ବାଚନ ପାଇଁ ଦୁଇ ଚକିଆ ଯାନ ରିକ୍ୟୁଜିଶନ ଯୋଗୁ ଅନୁଗୋଳ ପୋଲିସ ଲୋକଙ୍କଠାରୁ ବାଇକ୍‌ ସଂଗ୍ରହ କରିଛି। ତେବେ ପୋଲିସ ବିନା...

ଆରମ୍ଭ ହେଲା ପୌର ଗଣତି

ଭୁବନେଶ୍ୱର,୨୬।୩:(ବ୍ୟୁରୋ): ଆଜି ଆସିବ ପୌର ଫଳାଫଳ। ତେବେ ସକାଳ ୮ଟାରୁ ୩ ମହାନଗର ନିଗମ ଓ ୧୦୫ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଯାଇଛି। କେବଳ ଧାମନଗର...

Advertisement
Archives

Model This Week