Posted inଫୁରସତ

ବଡ଼ ହୁଲା ହୁପ୍‌ ବୁଲାଇ ରେକର୍ଡ

ଅଣ୍ଟା ଚାରିପଟେ ହୁଲା ହୁପ୍‌ ବୁଲାଇବା ସହଜ କଥା ନୁହେଁ। ଅନେକ ଅଭ୍ୟାସ ପରେ ଏହା ସମ୍ଭବ ହୁଏ। ତେବେ ଗେଟି କେହାୟୋଭା ନାମ୍ନୀ ଜଣେ ମହିଳା ଏମିତି ଏକ ହୁଲା ହୁପ୍‌ ବୁଲାଉଛନ୍ତି, ଯାହା ସମସ୍ତଙ୍କୁ ଚକିତ କରୁଛି। ତାଙ୍କର ହୁଲା ହୁପ୍‌ଟି ବହୁତ ବଡ଼, ଯାହାର ବ୍ୟାସ୍‌ ୧୮ଫୁଟ୍‌ ୦.୨୫ ଇଞ୍ଚ ଅଟେ। ଏହି ହୁଲା ହୁପ୍‌ ବୁଲାଇ ସେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠୁ ବଡ଼ ହୁଲା ହୁପ୍‌ ବୁଲାଉଥିବା ମହିଳା ଭାବେ ସ୍ଥାନ ବି ପାଇଛନ୍ତି। ସର୍କସ ପରିବାରର ଗେଟି ନଅ ବର୍ଷ ବୟସରୁ ହୁଲା ହୁପ୍‌ ବୁଲାଇ ଆସୁଛନ୍ତି। ତେବେ ସେ ଯେବେ ଜାପାନର ଜଣେ ମହିଳା ହୁଲା ହୁପ୍‌କୁ ନେଇ ରେକର୍ଡ କରିବା କଥା ଜାଣିଲେ, ସେ ବି ଏହିଭଳି କିଛି କରିବାକୁ ନିଷ୍ପତ୍ତି ନେଲେ। ଆଉ ବିରାଟକାୟ ହୁଲା ହୁପ୍‌ ବୁଲାଇବା ଅଭ୍ୟାସ ଆରମ୍ଭ କଲେ। ୧୮ ଫୁଟ୍‌ର ଏହି ହୁଲା ହୁପ୍‌ ବୁଲାଇବା ଏତେ ସହଜ ନୁହେଁ। ଏହା ବହୁତ ଓଜନବିଶିଷ୍ଟ ହୋଇଥିବାରୁ ବୁଲଇବାବେଳେ ବହୁତ କଷ୍ଟ ହୋଇଥାଏ। କେବଳ ଗେଟି ନୁହନ୍ତି, ଗିନିଜ ଓ୍ବାର୍ଲଡ୍‌ ରେକର୍ଡସ୍‌ରେ ତାଙ୍କ ବାପା ଓ ବଡ଼ ଭଉଣୀ ବି ପୂର୍ବରୁ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରୀ ହେବାକୁ ବାହାନା

ସୁନ୍ଦରୀ ଦିଶିବା ସବୁ ନାରୀର ଇଚ୍ଛା। ସେମିତି ବି ଇଚ୍ଛା ରଖିଥିଲେ ଜାମୀ ଲାଇନ୍‌ ଟୋଲେର ନାମ୍ନୀ ଜନୈକା ମହିଳା। ସେ ଦେଖିବାକୁ ସେମିତି ସୁନ୍ଦରୀ...

ଖବରକାଗଜ ଖଣ୍ଡରୁ ଟ୍ରେନ୍‌ ପ୍ରସ୍ତୁତ କଲେ ବାଳକ, ପ୍ରଶଂସା କଲା ରେଳ ମନ୍ତ୍ରାଳୟ

ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିଲା। ଫଳରେ ଲୋକମାନେ ନିଜ ନିଜ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ କିଛି...

ସିମ୍‌ କାର୍ଡରେ ସୋନୁ

ନୂଆଦିଲ୍ଲୀ: ସିମ୍‌କାର୍ଡରେ ସୋନୁ ସୁଦଙ୍କ ଫଟୋ। ଏତେ ଛୋଟ ସ୍ଥାନରେ ସୋନୁଙ୍କ ଫଟୋକୁ ନିଖୁଣ ଭାବେ ଅଙ୍କିଛନ୍ତି କଳାକାର ସୋମିନ୍‌। ସିମକାର୍ଡରେ ସୋନୁଙ୍କ ମୁହଁର ଅବିକଳ...

ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ବିବାହ କରିବାକୁ ୩୦୦ କିମି ଯାତ୍ରା କରି ପହଞ୍ଚିଲେ ଏହି ଯୁବତୀ: ଏବେ ବଡ଼ଭାଇଙ୍କୁ ବିବାହ କରିବେ ବୋଲି ଦେଇଛନ୍ତି ଧାରଣା

କାନପୁର,୨୯।୮: ଉତ୍ତରପ୍ରଦେଶର କାନପୁରରେ ଏକ ନିଆରା ପ୍ରେମକାହାଣୀ ଦେଖିବାକୁ ମିଳିଛି। ଜଣେ ଯୁବତୀ ନିଜର ହ୍ବାଟ୍ସଆପ୍‌ ପ୍ରେମିକଙ୍କୁ ଭେଟିବା ପାଇଁ ୩୦୦ କିମି ଯାତ୍ରା କରି...

ଅଫିସ ଯିବା ପାଇଁ ରେଡ୍ଡି ହେଲେ ୨ ଓରାଙ୍ଗଓଟାନ: ଭିଡିଓ ହେଲା ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଦୁଇ ଓରାଙ୍ଗଓଟାନ...

ଅସରପା ଭୟରେ ୧୮ଥର ଘର ବଦଳାଇଲେଣି ଏହି ମହିଳା

ସାଧାରଣତଃ କୌଣସି ଘର କିମ୍ବା ଘରର ପାଖ ପରିବେଶ ଭଲ ନ ଥିଲେ ଲୋକମାନେ ଭଡା ଘର ବଦଳାଇ ଥା’ନ୍ତି। କିନ୍ତୁ ଆପଣ କେବେ ଶୁଣିଛନ୍ତି...

କରୋନା ସଚେତନତା ପେଣ୍ଟିଂ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ରୋକିବା ପାଇଁ ଦେଶର ସବୁ ସଚେତନ ନାଗରିକମାନେ ପ୍ରୟାସ ଜାରି ରଖିଛନ୍ତି। ସମସ୍ତେ ନିଜ ନିଜ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି।...

ସ୍ବାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ: ଲକ୍‌ଡାଉନ୍‌ ଯୋଗୁ ପହଞ୍ଚି ପାରିଲେନି ପୁଅ !

ଚନ୍ଦୌଲି,୮।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଉତ୍ତରପ୍ରଦେଶର ଚନ୍ଦୌଲିର ବବୁରୀ ଅଞ୍ଚଳରେ ବାସ...

Advertisement
Archives

Model This Week