ବଡ଼ବଡ଼ିଆଙ୍କ ଉତ୍ପାତ

ଡ. କୁଳାଙ୍ଗାର

ଶୀର୍ଷକଟିକୁ ପଢ଼ି ଅନେକେ ଆମ ଉପରେ ବିରକ୍ତି ପ୍ରକାଶ କରି ସାରିବେଣି! କାରଣ ଆମେ ଅଧିକାଂଶ ନିଜକୁ ବଡ଼ଲୋକ ଭାବୁ। କିଏ ଭାବେ ମୁଁ ଏତେ ବର୍ଷ ବୟସ୍କ ତେଣୁ ମୁଁ ବଡ଼। କିଏ କହେ ମୋର ଚେହେରା ଦେଖୁନ- ମୁଁ କେଡ଼େ ଡେଙ୍ଗା, ତେଣୁ ମୁଁ ବଡ଼। ପୁଣି କିଏ କହେ ଉଚ୍ଚତାରୁ କ’ଣ ମିଳିବ ହେ.. ଓଜନ ଦେଖ ଓଜନ, ମୁଁ ମୋଟା ତେଣୁ ମୁଁ ବଡ଼। ଆଉ କିଏ କହେ ମୋର ଚେହେରା ନ ଥିଲେ କ’ଣ ହେଲା ଯାହା ଧନସମ୍ପତ୍ତି ଅଛି ସେଇ ବଳରେ ମୁଁ ବଡ଼। ଆଉ କିଏ କହେ ମୋ ହାତରେ ଯେତିକି କ୍ଷମତା ଅଛି ଓ ମୋ ପଛରେ ଯେତିକି ଲୋକ ଅଛନ୍ତି ସେଇ ଅନୁସାରେ ମୁଁ ହିଁ ବଡ଼।
ବିବାହ ଅନୁଷ୍ଠାନରେ କନ୍ୟାଠାରୁ ବର ବଡ଼ ହେବାର ପରମ୍ପରା ବହୁକାଳର। ବଡ଼ମାନଙ୍କୁ ଆମେ ଭୟ କରୁ, ସମ୍ମାନ ଦେଉ, ଆଦର୍ଶ ମନେ କରୁ। ଆମ ଜୀବନ ସ୍ବଭାବତଃ ଊର୍ଦ୍ଧ୍ୱମୁଖୀ। ଆଜି ନ ହେଲେ କାଲି, ଦିନେ ନା ଦିନେ ବଡ଼ ହେବାପାଇଁ ଆମେ ସ୍ବପ୍ନ ଦେଖୁ। ଏମିତି ବଡ଼ହେବାର ପ୍ରତିଯୋଗିତାରେ ଅନ୍ୟକୁ ଛୋଟ କରି ନିଜକୁ ଖୁସି କରିବାକୁ ସମସ୍ତେ ପ୍ରୟାସରତ। ତେଣୁ ଛୋଟମାନେ ବାରମ୍ବାର ବଳି ପଡି ଯାଆନ୍ତି। ଅତଏବ ଛୋଟପିଲାଙ୍କୁ ହିସାବକୁ ବା କିଏ ନେଉଛି!
ଟିଭିରୁ ବାରମ୍ବାର ଦୁଷ୍କର୍ମ ଶବ୍ଦ ଶୁଣି ବାପାକୁ ତା’ର କୁନିଝିଅ କହିଲା- ବାପା, ଦୁଷ୍କର୍ମ କ’ଣ? ଝିଅଠାରୁ ଏ ପ୍ରଶ୍ନ ଶୁଣି ତା’ର ମୁଣ୍ଡ ଘୂରିଗଲା। ସିଏ ମନେମନେ ଭାବିଲା ଏ ଟିଭିଟା ପିଲାଟାକୁ ବରବାଦ କରି ଛାଡିବ ଲାଗୁଛି। ସିଏ କହିଲା- ସେଇଟା ଗୋଟେ ବୋମା! ବିପଜ୍ଜନକ ଜିନିଷ। ତୋତେ ସେଥିରୁୁ ମିଳିବ କ’ଣ? ଝିଅ କହିଲା- ନାଇଁ ଟିଭିରେ ବାରମ୍ବାର କହୁଚି ତ ସେଥିପାଇଁ ପଚାରିଲି। ବାପା କହିଲା- ସେ ଗୁଡାକ ବାଜେ କଥା।
ଝିଅ କହିଲା- ବାପା! ଆମ ଘରକୁ ଦୁଷ୍କର୍ମ ଆଣୁନ। ଆମେ ଛାତ ଉପରେ ଫୁଟାନ୍ତେ! ବାପା କହିଲା- ଚୁପ୍‌। ସେଗୁଡା ଆମର କ’ଣ ହେବ? ଝିଅ କହିଲା- ଆମ ଘରେ ଦୁଷ୍କର୍ମ ବୋମା ଫୁଟିଲେ ଲୋକେ ଦେଖନ୍ତେ। ଆମକୁ ଟିଭିରେ ଦେଖାନ୍ତା। ପୋଲିସ ବି ଆମ ଘରକୁ ଆସନ୍ତା। ଆମକୁ ଲୋକେ ଡରି ଯାଆନ୍ତେ! ବାପା କହିଲା- ନାଇଁ ଲୋ ମାଆ, ଆମ ଘର ଜଳିପୋଡି ପାଉଁଶ ହୋଇଯିବ ଯେ। ଝିଅ ପଚାରିଲା- ତା’ ହେଲେ ଯାହା ଘରେ ଦୁଷ୍କର୍ମ ଫୁଟୁଛି ତାଙ୍କ ଘର ବି ଜଳି ପୋଡି ଯାଉଥିବ? ବାପା କହିଲା- ହଁ , ଯାଉଛି! ଝିଅ ପଚାରିଲା- ତା’ ହେଲେ ତ ବହୁତ ଖରାପ! ସେ ବୋମା ତିଆରି କାରଖାନାଟାକୁ ଆଗ ବନ୍ଦ କରାଯାଉନାହିଁ କାହିଁକି? ବାପା କହିଲା- କାରଖାନା ବନ୍ଦ କଲେ କ’ଣ ହେବ ଲୋକେ ପରା ନିଜେ ସେ ବୋମା ତିଆରି କରୁଛନ୍ତି! ଝିଅ କହିଲା- ଶତ୍ରୁ ହୋଇଥିବେ ନିଶ୍ଚୟ! ବାପା କହିଲା- ନାଇଁ ଲୋ ନାଇଁ! ଅଧିକାଂଶ ନିଜ ଲୋକ! ଝିଅ କହିଲା- ତା’ ହେଲେ ଛୋଟ ପିଲା ହୋଇଥିବେ, ଜାଣି ନ ପାରି ଫୁଟେଇ ଦେଉଥିବେ! ବାପା କହିଲା- ନାଇଁ ଲୋ ଝିଅ। ଅଧିକାଂଶ ବଡ଼ଲୋକ। ଝିଅ କହିଲା- ତା’ ହେଲେ ପାଗଳ ହୋଇଥିବେ? ବାପା କହିଲା- ନାଇଁ, ଜାଣିଶୁଣି ଏମିତି ଦୁଷ୍କର୍ମ ବୋମା ବିସ୍ଫୋରଣ କରି ଅନେକ ଜୀବନ ଓ ପରିବାର ଛାରଖାର କରିଥାଆନ୍ତି।
ଝିଅ କହିଲା- ତା’ ହେଲେ ତ ବଡ଼ଲୋକମାନେ ଭାରି ଖରାପ। ମୁଁ ଆଦୌ ବଡ଼ ନ ହୋଇ ଏମିତି ଛୋଟ ହୋଇ ରହି ଯାଇ ପାରନ୍ତି କି? ବାପା କହିଲା- ନା ନା। ଛୋଟ ପିଲା ବୋଲି ତ ଛୋଟ ଶରୀର ଓ ଛୋଟ ସ୍ବରକୁ ଦବେଇ ଦେଇ ହୁଏ। କିନ୍ତୁ ବଡ଼ ହେଲେ ସେ ଚିନ୍ତା ସାମାନ୍ୟ ଦୂର ହୋଇଯାଏ। ଝିଅ କହିଲା- ହେଲେ ବଡ଼ ଝିଅମାନଙ୍କ ଘରେ ତ ଦୁଷ୍କର୍ମ ହେଉଛି। ବାପା କହିଲା- ତୁ ସେ କଥା ଛାଡ। ସେ ବୋମା ଏ ବୋମା ଏକଦମ୍‌ ଅଲଗା। ତୁ ବଡ଼ ହେଲେ ସେ କଥା ଜାଣିପାରିବୁ।
ଝିଅ ପୁଣି ପଚାରିଲା- ହେଲେ ବାପା, ଦୁଷ୍କର୍ମ ଯଦି ଗୋଟେ ବୋମା, ତାହା ଯଦି ଲୋକେ ନିଜେ ଫୁଟେଇ ଏମିତି ହଇରାଣ କରୁଛନ୍ତି, ତା’ ହେଲେ ସେଥିପାଇଁ ସରକାର ଦାୟୀ ହେଲେ କେମିତି? ବାପା କହିଲା- ପ୍ରକୃତରେ ଆମେ ସମସ୍ତେ ଏଥିପାଇଁ ଦାୟୀ। କିନ୍ତୁ ଦୋଷ ଦେବା ଆମର ସ୍ବଭାବ ହୋଇଥିବାରୁ ଆମେ ସବୁଠୁ ସହଜ ଉପାୟରେ ସରକାରକୁ ଦାୟୀ କରିଦେଉଛୁ। ଝିଅ କହିଲା- ବିଜ୍ଞାନ ଓ ଗବେଷଣା ତ ଉନ୍ନତ ହେଲାଣି। ଯେତେ ସବୁ ଦୁଷ୍କର୍ମ ବୋମାଧାରୀ ସମସ୍ତଙ୍କୁ ଏକାଠି ଅଟକ ରଖି ନିଷ୍କ୍ରିୟ କି ଅକାମୀ କରିଦିଆଯାଉ ନାହିଁ କାହିଁକି? ସେମିତି ହେଲେ ଅନେକେ ଆଉ ଏପରି ବିପଜ୍ଜନକ କାମ କରିବାକୁ ଭୟ କରନ୍ତେ! ବାପା କହିଲା- ଉହଁୁ… ସେମିତି କଲେ ମାନବିକ ଅଧିକାର ଉଲ୍ଲଂଘନ ହୋଇଯିବନି! ଝିଅ ପଚାରିଲା- ମାନବିକ ଅଧିକାର ଖାଲି କ’ଣ ବଡ଼ମାନଙ୍କର ଅଛି? ବାପା କହିଲା- ଅଛି ତ ସମସ୍ତଙ୍କ ପାଇଁ। କିନ୍ତୁ ସେମାନେ ସୁବିଧାରେ ତାକୁ ହାସଲ କରିନେଇ ପାରନ୍ତି।
ଝିଅ ପଚାରିଲା- ସତ କହିଲ ପାପା, ଏମିତି ବୋମା ଫୁଟେଇ ଅପରାଧ କରୁଥିବା ଲୋକମାନଙ୍କୁ ଛୋଟ ନ କହି ଆମେ ବଡ଼ ବୋଲି କହି ପୁଣି ଭୁଲ୍‌ କରୁନେ କି? ଝିଅର କଥା ଶୁଣି ବାପା ଆଖିରୁ ଦୁଇଧାର ଲୁହ ବୋହି ଆସିଲା। ସିଏ ମନେମନେ ଭାବିଲା ସତେ ତ, ସତୁରି ବର୍ଷର ବୃଦ୍ଧ ଯିଏ ସାତବର୍ଷର ଝିଅ ସହିତ ଦୁଷ୍କର୍ମ କରୁଛି ତାକୁ କ’ଣ ଆମେ ବଡ଼ ବୋଲି କହିବା? ନିଜର ଚେହେରାର ଉଚ୍ଚତା କ’ଣ ନୀଚକାମକୁ ଲୁଚେଇ ଦେଇ ପାରେ? ଏମାନଙ୍କୁ ସାବାଡ କରିବା ଦାୟିତ୍ୱରେ ଥିବା ପୋଲିସ ମଧ୍ୟ ବଡ଼। ତେଣୁ ତାଙ୍କର ଦୃଷ୍ଟି ଛୋଟ ଉପରେ ପଡିବା ଭାଗ୍ୟର କଥା। ନିଜକୁ ବଡ଼ କହି ଗ୍ରାମର ଭଦ୍ରଲୋକ ବୋଲାଉଥିବା ଲୋକ ଯିଏ ଛୋଟ ପିଲାଟିଏ ସହିତ ହୋଇଥିବା ଦୁର୍ବ୍ୟବହାରକୁ ଦଫାରଫା କରିବାକୁ ବାଧ୍ୟ କରିଥାଆନ୍ତି ତାକୁ କ’ଣ ଆମେ ବଡ଼ ବୋଲି କହିବା? ଯଦି ଏଇମାନଙ୍କୁ ଆମେ ବଡ଼ ବୋଲି କହିବା ତା’ହେଲେ ଏ କଥାକୁ ସ୍ବୀକାର କରିବାକୁ ହେବ କି ଏବେ ଚାରିଆଡେ ବଡ଼ବଡ଼ିଆଙ୍କ ଉପତ୍ାତ ବଢିଯାଇଛି!
ମୋ- ୯୩୩୮୫୮୧୩୦୯, ଇମେଲ୍‌: dr.kulangar@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri