Posted inଖେଳ

ଭାରତର ବାରବାଟୀ ବିଜୟ

କଟକ, ୨୨।୧୨ (ତପନ ସ୍ବାଇଁ)-
ଐତିହାସିକ ବାରବାଟୀ ଷ୍ଟାଡିୟମ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଶୁଭ ସାବ୍ୟସ୍ତ ହୋଇଛି। ଦର୍ଶକଭରା ଷ୍ଟାଡିୟମରେ ଉଡ଼ିଛି ଭାରତର ବିଜୟ ଧ୍ୱଜା। ରବିବାର ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଦିନିକିଆ ସହ ଭାରତ ସିରିଜ ବିଜୟୀ ହୋଇଛି। ଓପନିଂ ଯୋଡ଼ିରେ ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଶତକୀୟ ଭାଗୀଦାରି ଏବଂ ପରେ ଅଧିନାୟକ ବିରାଟ କୋହଲିଙ୍କ ଇନିଂସ ବଳରେ ଭାରତ ଚଳିତ ସିରିଜର ନିର୍ଣ୍ଣାୟକ ଦିନିକିଆ କ୍ରିକେଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୪ ଉଇକେଟରେ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ ପକ୍ଷରୁ ଧାର୍ଯ୍ୟ ୩୧୬ ରନର ବିଜୟ ଲକ୍ଷ୍ୟକୁ ଭାରତ ୪୮.୪ ଓଭରରେ ୬ ଉଇକେଟ ହରାଇ ହାସଲ କରି ନେଇଛି। ବାରବାଟୀରେ ସର୍ବାଧିକ ରନ ଚେଜ୍‌ରେ ଏହା ଏକ ରକର୍ଡ। ପୂର୍ବରୁ ବାରବାଟୀରେ ସର୍ବାଧିକ ରନ ଚେଜ୍‌ ଥିଲା ୨୭୧ ରନ। ୨୦୦୮ରେ ଇଂଲଣ୍ଡ ବିପକ୍ଷରେ ଭାରତ ଏହି ରନ ଚେଜ୍‌ କରିଥିଲା। ଏବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ସେହି ରେକର୍ଡକୁ ଭାଙ୍ଗିଛି।
କୋହଲିଙ୍କ ବିରାଟ ଇନିଂସ
୩୧୬ ରନ ବିଜୟ ଲକ୍ଷ୍ୟ ନେଇ ଭାରତ ପଡ଼ିଆକୁ ଓହ୍ଲାଇଥିଲା। ଦୁଇ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ ବୋଲରଙ୍କୁ ସଫଳ ମୁକାବିଲା କରବା ସହ ପ୍ରଥମ ଉଇକେଟ ଯୋଡ଼ିରେ ୨୧.୨ ଓଭରରେ ୧୨୨ ରନର ପାର୍ଟନରଶିପ୍‌ ଗଢ଼ି ଭାରତର ବିଜୟ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତ କରିଥିଲେ। ୪୩ତମ ଦିନିକିଆ ଅର୍ଦ୍ଧଶତକ ହାସଲ କରିଥିବା ହିଟ୍‌ମ୍ୟାନ ରୋହିତ ୬୩ ବଲ୍‌ରୁ ୮ ଚୌକା ଓ ୧ ଛକା ସହ ୬୩ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଉଇକେଟ କିପର ଶାଇ ହୋପ୍‌ଙ୍କ ହାତରେ କ୍ୟାଚ କରାଇ ୱେଷ୍ଟଇଣ୍ଡିଜକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଜାସନ ହୋଲ୍ଡର। ଅର୍ଦ୍ଧଶତକୀୟ ଇନିଂସ ଅବସରରେ ରୋହିତ କ୍ରିକେଟର ୩ଟି ଫର୍ମାଟରେ ସର୍ବାଧିକ ରନ ସଂଗ୍ରହରେ ଶ୍ରୀଲଙ୍କାର ସନଥ ଜୟସୁରିୟାଙ୍କ ରେକର୍ଡ ଭାଙ୍ଗିଥିଲେ। ନିଜର ୫ମ ଦିନିକିଆ ଅର୍ଦ୍ଧଶତକ ହାସଲ ସହ ଶତକ ଆଡ଼କୁ ବଢ଼ୁଥିବା ରାହୁଲ ମଧ୍ୟ ଅଧାରେ ଅଟକି ଯାଇଥିଲେ। ସେ ୮୯ ବଲ୍‌ରୁ ୮ ଚୌକା ଓ ୧ ଛକା ସହ ୭୭ ରନ କରିଥିବାବେଳେ ଅଲଜାରି ଜୋସେଫଙ୍କ ବଲ୍‌ରେ ହୋପ୍‌ଙ୍କୁୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଶ୍ରେୟାସ ଆୟାର ଓ ରିଷଭ ପନ୍ତ ଏଠାରେ ଫେଲ୍‌ ମାରିଥିଲେ। ଦୁହେଁ ୭ ରନ ଲେଖାଏ କରି ଆଉଟ ହେବାରୁ ଭାରତ ସ୍କୋର ୩୫ ଓଭର ବେଳକୁ ୨୦୧/୪ ହୋଇ ଯାଇଥିଲା। ଅଧିନାୟକ ବିରାଟ କିନ୍ତୁ ବାରବାଟୀରେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିଥିଲେ। ଏଠାରେ ସେ ନିଜ ପୂର୍ବ ୪ ଇନିଂସ(ଦିନିକିଆ, ଟି୨୦)ରେ ମାତ୍ର ୩୪ ରନ କରିଥିବାବେଳେ ଏଥର ଅର୍ଦ୍ଧଶତକ ହାସଲ କରି ଭାରତକୁ ବିଜୟ ପଥରେ ଆଗେଇ ନେଇଥିଲେ। ଚଳିତ ସିରିଜରେ ଏହାଥିଲା ତାଙ୍କର ପ୍ରଥମ ଅର୍ଦ୍ଧଶତକ। ନିଜ ସମାଲୋଚକଙ୍କୁ ଚୁପ କରାଇବା ପାଇଁ କେଦାର ଯାଦବ ଏଠାରେ ବଢ଼ିଆ ସୁଯୋଗ ପାଇଥିଲେ। ମାତ୍ର ସେ ତା’ର ସଦୁପଯୋଗ କରିପାରି ନ ଥିଲେ। ସେ ୧୦ ବଲ୍‌ରୁ ମାତ୍ର ୯ ରନ କରିବାକୁ ସକ୍ଷମ ହୋଇଥିଲେ। କେଦାରଙ୍କୁ ଆଉଟ କରିବାପରେ ନିଜ ଟ୍ରେଡ୍‌ମାର୍କ ସାଲ୍ୟୁଟ ମାରି ଖୁସି ମନାଇଥିଲେ ଶେଲଡନ କଟ୍ରେଲ। ବିରାଟ କିନ୍ତୁ ଖେଳିଥିଲେ ଅଧିନାୟକ ଇନିଂସ। ସେ ୮୧ ବଲ୍‌ ଖେଳି ୯ ଚୌକା ସହାୟତାରେ ୮୫ ରନ କରି କେମୋ ପଲ୍‌ଙ୍କ ବଲ୍‌ରେ ପ୍ଲେଡ୍‌ଅନ୍‌ ଆଉଟ ହେବାବେଳକୁ ଭାରତ ବିଜୟ ଦ୍ୱାରରେ ପହଞ୍ଚତ୍ ଯାଇଥିଲା। କୋହଲି ଓ ଜାଡେଜାଙ୍କ ୬ଷ୍ଠ ଉଇକେଟ ଯୋଡ଼ିରେ ୪୪ ବଲ୍‌ରୁ ମୂଲ୍ୟବାନ ୫୮ ରନ ସଂଗୃହୀତ ହୋଇଥିଲା। କୋହଲି ଆଉଟ ହୋଇଥିଲେ ହେଁ ଚାପର ବଶବର୍ତ୍ତୀ ନ ଥିଲେ ଜାଡେଜା ଓ ଶାର୍ଦ୍ଦୁଳ ଠାକୁର। ଅସମାପ୍ତ ୭ମ ଉଇକେଟ ଯୋଡ଼ିରେ ଦୁହେଁ ୧୬ ବଲ୍‌ରେ ୩୦ ରନ ଯୋଗ କରି ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଜାଡେଜା ୩୧ ବଲ୍‌ରୁ ୪ ଚୌକା ସହାୟତାରେ ୩୯ ଏବଂ ଠାକୁର ୬ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୧୭ ରନରେ ଅପରାଜିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାନା ସମସ୍ୟାରେ ଛନ୍ଦି ହୋଇଛି ବରି ହାଇସ୍କୁଲ, ମଧ୍ୟାହ୍ନଭୋଜନ ଅର୍ଥରେ କିଣାଯାଉଛି ଚକ୍‌ଖଡ଼ି

ସିମୁଳିଆ,୭ା୯(ସନ୍ତୋଷ ନାୟକ): ୨୦୨୪-୨୫ ଶିକ୍ଷାବର୍ଷରୁ ବାଲେଶ୍ୱର ଜିଲାରେ ପ୍ରଥମ ପିଏମ୍‌ଶ୍ରୀ ବିଦ୍ୟାଳୟର ମାନ୍ୟତା ପାଇଥିବା ସିମୁଳିଆ ବ୍ଲକର ବରି ହାଇସ୍କୁଲ ନାନା ସମସ୍ୟା ମଧ୍ୟରେ ଛନ୍ଦି ହୋଇରହିଛି।…

ଦେବଗିରି ମହାବିଦ୍ୟାଳୟର ୧୫ତମ ପ୍ରତିଷ୍ଠା ଦିବସ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା

କଲ୍ୟାଣସିଂହପୁର, ୭।୯ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ଦେବଗିରି ମହାବିଦ୍ୟାଳୟ ପରିସରରେ ୧୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜ ପରିଚାଳନା…

ଆଡଲ୍ଟ କଣ୍ଟେଣ୍ଟ ଉପରେ ମୋଟା ରକମ ପାଇବାକୁ ଚିନ୍ତା କରୁଛି ୟୁକ୍ରେନ, ଆଣିବ ନୂଆ ଆଇନ

କ୍ୱିଭ,୭।୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି; ଦୁଇ ଦେଶ ଦୀର୍ଘ ସମୟ ଧରି ପରସ୍ପର ସହିତ ଲଢୁଛନ୍ତି। ଏହି ବିବାଦ ମଧ୍ୟରେ, ୟୁକ୍ରେନିଆନ ସରକାର…

‘ହର୍ମୁଜ ସେତେବେଳେ ଖୋଲିବ ଯେତେବେଳେ…’: ଆମେରିକା ପାଇଁ ନୂଆ ସର୍ତ୍ତ ରଖିଲା ଇରାନ

ତେହରାନ,୭।୯: ହର୍ମୁଜ ପ୍ରଣାଳୀ ଉପରେ ବିବାଦ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇରାନ ଏହି ପ୍ରଣାଳୀ ଖୋଲିବା ସମ୍ପର୍କରେ ଆମେରିକା ପାଇଁ ଏକ ସର୍ତ୍ତ ରଖିଛି। ଇରାନର…

ରାଜନୀତିରେ ହଇଚଇ… ତ୍ରିଶାଙ୍କୁ ଇଙ୍ଗିତ କରି ଏଭଳି କହିଦେଲେ ବିଜୟ, ଚାରିଆଡେ ଚର୍ଚ୍ଚା

ଚେନ୍ନାଇ,୭ା୯: ମହିଳାଙ୍କ ବିରୋଧରେ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ସୋମବାର ବିଧାନସଭାରେ ସେ…

‘Please Save Me Alive’… ଭଗ୍ନାବଶେଷ ତଳୁ ଛାତ୍ରଙ୍କ ୧୧ ସେକେଣ୍ଡର SOS, ଦିଲ୍ଲୀ ଦୁର୍ଘଟଣାର ଛାତିଥରା ଭିଡିଓ

ନୂଆଦିଲ୍ଲୀ,୭।୯: ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଛାତ୍ରଙ୍କ ରହଣୀ ନିମନ୍ତେ ବ୍ୟବହୃତ ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିବା ପରେ ଏକ ଭିଡିଓ ସାମ୍ନାକୁ ଆସିଛି ।…

ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ କରି ଟଙ୍କା ନେବା ପଡ଼ିଲା ମହଙ୍ଗା, ୨ ଖବରଦାତାଙ୍କ ସହ ଆଉ ଜଣେ ଗିରଫ

ଭବାନୀପାଟଣା,୭ା୯(ଉତ୍ତମ କୁମାର ଦାଶ): ଜଣେ ସରକାରୀ ଅଧିକାରୀଙ୍କୁ ବ୍ଲାକ୍‌ମେଲ୍‌ କରି ଟଙ୍କା ନେବା ଘଟଣାରେ ୨ ଖବରଦାତାଙ୍କ ସହ ଜଣେ ଗିରଫ ହେବା କଳାହାଣ୍ଡି ଜିଲାରେ ଏବେ…

ନନ୍ଦନକାନନରେ ଖୁସି ଖବର: ପ୍ରଥମଥର ମା’ ହେଲା ସିଂହୀ ମାୟା, ଦୁଇ ଶାବକରୁ…

ବାରଙ୍ଗ,୭ା୯(ଲିଙ୍ଗରାଜ ରାଉତ): ନନ୍ଦନକାନନ ପାଇଁ ଏକ ଖୁସି ଖବର। ସିଂହୀ ମାୟା ପ୍ରଥମ କରି ମା’ ହୋଇଛି। ୧୧୨ ଦିନର ଗର୍ଭଧାରଣ ପରେ ସୋମବାର ଭୋର୍‌ରେ ସିଂହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri