ବଡ଼ଚଣା ଥାନାବାବୁଙ୍କ ପାଇଁ ଥାନାରେ ସେବାୟତ, ନୋଟିସ୍‌ ଦେଇ ଛାଡ଼ିିଲା ପୋଲିସ

ପୁରୀ ଅଫିସ,୨୧ା୪:  କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରି ନିଲମ୍ବିତ ଯାଜପୁର ଜିଲା ବଡ଼ଚଣା ଥାନାଧିକାରୀ ଦୀପକ କୁମାର ଜେନାଙ୍କୁ ସପରିବାର ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ନେବା ସେବାୟତ ଶ୍ୟାମ ପୂଜାପଣ୍ଡାଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ପୋଲିସ ଖୋଜୁଥିବା ଜାଣି ଶ୍ୟାମ ମଙ୍ଗଳବାର ପୂର୍ବାହ୍ନରେ ସିଂହଦ୍ୱାର ଥାନାରେ ହାଜର ହୋଇଥିଲେ। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ପରେ ତାଙ୍କୁ ନୋଟିସ୍‌ ଦେଇ ଛଡ଼ାଯାଇଥିବା ଥାନା ଆଆଇସି ଗେହ୍ଲି ସାହୁ କହିଛନ୍ତି।

କରୋନା କଟକଣା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। କୌଣସି ଭକ୍ତଙ୍କୁ ଭିତରକୁ ଛଡ଼ାଯାଉ ନାହିଁ। ଚାରିଦ୍ୱାରରେ ପୋଲିସ ଏବଂ ଜେଟିପି ଜଗିଥିବା ବେଳେ ଗତ ରବିବାର ସନ୍ଧ୍ୟାରେ ଏକ ହଳଦିଆ ବତି ଲାଗିଥିବା ଗାଡ଼ିରେ ଥାନାଧିକାରୀ ଜେନା ସପରିବାର ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରରେ ପହଞ୍ଚତ୍ଥିଲେ। ମନ୍ଦିର ଭିତରକୁ ପ୍ରବେଶ କରିବାବେଳେ କାର୍ଯ୍ୟରତ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ହେଲେ ସେ କାହା କଥା ନ ଶୁଣି ଭିତରକୁ ଯାଇଥିଲେ। ମନ୍ଦିରକୁ ଯିବାରେ ସେମାନଙ୍କୁ ଜଣେ ସେବାୟତ ସହଯୋଗ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୋଲିସ ଥାନାଧିକାରୀ ଜେନା, ତାଙ୍କ ସହଧର୍ମିଣୀ ଏବଂ ସେବାୟତ ଶ୍ୟାମ ପୂଜାପଣ୍ଡାଙ୍କ ନଁାରେ ମାମଲା ରୁଜୁ କରାଯାଇଥିଲା। ତେବେ ନିଜ କ୍ଷମତାର ଦୁରୂପଯୋଗ କରିବା ଏବଂ କରୋନା କଟକଣା ଉଲ୍ଲଂଘନ କରି ମନ୍ଦିରକୁ ପ୍ରବେଶ କରିଥିବାରୁ ଥାନାଧିକାରୀ ଜେନାଙ୍କୁ ଡିଜିପି ନିଲମ୍ବନ କରିଥିଲେ। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ମଙ୍ଗଳବାର ସମ୍ପୃକ୍ତ ସେବାୟତ ସିଂହଦ୍ୱାର ଥାନାରେ ପହଞ୍ଚିଥିଲେ। ଏ ସମ୍ପର୍କରେ ସିଂହଦ୍ୱାର ଥାନାଧିକାରୀ ସାହୁ କହିଛନ୍ତି, ଘଟଣାର ତଦନ୍ତ ଜାରି ରହିଛି। ସେବାୟତ ଶ୍ୟାମ ପୂଜାପଣ୍ଡାଙ୍କୁ ଥାନାରେ ହାଜର ହେବାକୁ କୁହାଯାଇଥିଲା। ତେଣୁ ସେ ଥାନାକୁ ଆସିଥିଲେ। ତାଙ୍କୁ ପଚରାଉଚରା ପରେ ନୋଟିସ୍‌ ଦିଆଯାଇ ଛଡ଼ାଯାଇଛି। ଆସନ୍ତା ୭ଦିନ ମଧ୍ୟରେ ସେ ପୁଣିଥରେ ଥାନାରେ ହାଜର ହେବେ। ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବା ଲାଗି ତାଙ୍କୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣ, ବଳାତ୍କାର ଅଭିଯୋଗ: ୩ ଗିରଫ

ବାହାନଗା,୨୦ା୩(ଡି.ଏନ.ଏ.)-ବାହାନଗା ବ୍ଲକ ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ଜଣେ ଯୁବକଙ୍କ ସହିତ ତାଙ୍କ ମା’ ଓ ତାଙ୍କ ସହଯୋଗୀଙ୍କୁ ସୋର ଥାନା...

ମୟୂର, ହରିଣ, ବାର୍‌ହା ପାଇଁ ଟ୍ରାଫିକ ଜାମ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ମୟୂର ଓ ହରିଣ ପାଇଁ ରାଜଧାନୀରେ ସୃଷ୍ଟି ହେଉଛି ଟ୍ରାଫିକ ଜାମ୍‌। ଭରତପୁର-ଡମପଡ଼ା ଅଭୟାରଣ୍ୟକୁ ଲାଗି ରହିଥିବା ରେଣ୍ଟାଲ ଛକରୁ କଳିଙ୍ଗ ଷ୍ଟୁଡିଓ ଛକ...

ଡକାୟତି ଯୋଜନା ପଣ୍ଡ: ତିନି ଗିରଫ

ରାଉରକେଲା ଅଫିସ୍‌,୧୧।୧୦: ରାଉରକେଲା ସିଭିଲ ଟାଉନସିପରେ ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ ହୋଇଛି । ରଘୁନାଥପାଲୀ ପୋଲିସ ଏକ ୧୦ ଜଣିଆ ଡକାୟତି ଗ୍ୟାଙ୍ଗର...

କରୋନା ମୁକାବିଲା: ପେଣ୍ଟିଂ ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେତନ

କେନ୍ଦୁଝର, ୨୨।୪(ସ୍ବ.ପ୍ର.): କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଜାରି ହୋଇଛି। ଏହା ସତ୍ତ୍ୱେ କେନ୍ଦୁଝର ସହରରେ ଲୋକଙ୍କ ଯାତାୟତ ବଢୁଛି। ଏ ନେଇ ପ୍ରଶାସନ...

ବର୍ଷକରେ ୧,୩୫୪ ଶିଶୁ, ୩୮ ମା’ମୃତ

ଯାଜପୁର ଅଫିସ,୨୦ା୬: କେବଳ ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ା ନୁହେଁ, ରାଜ୍ୟର ନବରଙ୍ଗପୁର ଜିଲାରେ ମଧ୍ୟ ପୁଷ୍ଟିହୀନତା କାରଣରୁ ମା’ ଓ ଶିଶୁ ମୃତ୍ୟୁସଂଖ୍ୟା...

ସେବାରେ ଲାଗୁନି ସୁବିଧାକେନ୍ଦ୍ର

କେନ୍ଦୁଝର,୧୩ା୨(ସ୍ବ.ପ୍ର.):ଲୋକଙ୍କୁ ଗୋଟିଏ ସ୍ଥାନରେ ଖାଦ୍ୟ, ପାନୀୟ, ବିଶ୍ରାମ, ଶୌଚାଳୟ ଆଦି ସୁବିଧା ଯୋଗାଇଦେବାକୁ ସରକାର ରାଜ୍ୟର ପ୍ରମୁଖ ରାସ୍ତାକଡ଼ରେ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଖୋଲିଛନ୍ତି। ଏହି କ୍ରମରେ...

ମନ୍ଦିର ଖୋଲିବା ଦାବିରେ ଶଙ୍କରାଚାର୍ଯ୍ୟଙ୍କୁ ଗୁହାରି

ପୁରୀ ଅଫିସ,୧୬।୧୧: ମହାମାରୀ କରୋନା ପାଇଁ ଦୀର୍ଘ ୮ମାସ ହେବ ରାଜ୍ୟର ବିଭିନ୍ନ ମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ...

୨୨ ବର୍ଷ ହେବ ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରି ପାଇଲେ ମା’

ଖୋର୍ଦ୍ଧା ଅଫିସ,୨୦।୬: ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୨୨ବର୍ଷ ଧରି ନିଖୋଜ ଥିବା ପୁଅକୁ ସଙ୍ଗରୋଧ କେନ୍ଦ୍ରରୁ ଫେରିପାଇଛନ୍ତି ମା’। ଏଭଳି ଘଟଣା...

Advertisement
Archives

Model This Week