ବଜ୍ରପାତରେ ଚାଷୀଙ୍କ ଜୀବନ ଗଲା

ଦିଗପହଣ୍ଡି, ୮ା୧୦(ଡି.ଏନ୍‌.ଏ.)- ଦିଗପହଣ୍ଡି ପୋଲିସ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୧ ଟା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚତ୍ ଜଣେ ଚାଷୀଙ୍କ ମୃତଦେହ ଜବତ କରିଛନ୍ତି। ସେ ହେଲେ ନିମଖଣ୍ଡିପେଣ୍ଠ ପଞ୍ଚାୟତ ପନାଡ ଗାଁ ଗୌଡସାହିର ରବି ଗୌଡ। ରବି ସୋମବାର ଅପରାହ୍ନରେ ଗଁା ନିକଟ ଘୋଡ଼ାହାଡ଼ ନଦୀ ହିଡକୁ ଘାସ ଆଣିବାକୁ ଯାଇଥିଲେ। ପ୍ରାୟ ସାଢ଼େ ୫ ଟାରେ ସେ ଘାସ କାଟୁଥିବାବେଳେ ବଜ୍ରପାତର ଶୀକାର ହୋଇଥିଲେ। ରାତି ୭ଟା ଯାଏ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀଙ୍କ ସହଯୋଗରେ ଖୋଜାଖୋଜି କରିଥିଲେ। ରାତି ପ୍ରାୟ ସାଢ଼େ ୮ ଟାରେ ତାଙ୍କୁ ଠାକ କରିଥିଲେ। ସରପଞ୍ଚ ବିଭୂତି ଭୂଷଣ ମହାପାତ୍ରଙ୍କ ସୂଚନାପ୍ରକାରେ ଦିଗପହଣ୍ଡି ପୋଲିସ ଓ ଅତିରିକ୍ତ ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର ଘଟଣା ସ୍ଥଳରେ ପହଞ୍ଚତ୍ ତଦନ୍ତ କରି ଫେରିଥିଲେ। ତାଙ୍କୁ ରାତି ପ୍ରାୟ ୧୦ଟା ରେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ନଂ.୧୦/୧୯ରେ ମାମଲା ରୁଜୁକରି ପୋଲିସ ବ୍ରହ୍ମପୁର ବଡ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କୋକସରା,୨୧।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ପଞ୍ଚାୟତ ସମିତି ପରିସରଠାରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କୋକସରା ବ୍ଲକ...

ଗଡ଼ହରିଶପୁର ନୋଳିଆ ସାହିରେ ସୁନାମୀ ମକ୍‌ଡ୍ରିଲ୍‌ : ମୁକାବିଲା ବିଷୟରେ ବୁଝିଲେ ୟୁନେସ୍କୋ ପ୍ରତିନିଧି ଦଳ

ଜଗତ୍‌ସିଂହପୁର ଅଫିସ,୧୫ା୧୨: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଗଡ଼ହରିଶପୁର ପଞ୍ଚାୟତ ନୋଳିଆସାହି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀରେ ଶନିବାର ସୁନାମୀ ମକ୍‌ଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ଏହି...

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ, ସୂଚାରୁରୂପେ ଦାୟିତ୍ୱ ତୁଲାଇବେ ବୋଲି କହିଲେ ଏହି ଦୁଇ ପ୍ରାର୍ଥୀ

ଭୁବନେଶ୍ୱର,୭ା୩(ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ଖାଲି ପଡ଼ିଥିବା ୪ ଆସନ ଲାଗି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ସୁବାସ ସିଂ, ମୁନା ଖାଁ,...

ଯାତ୍ରାରେ ଯୋଗଦେଇ ପାରିବେନି ଜିଲା ବାହାର ଲୋକ

ବ୍ରହ୍ମପୁର ଅଫିସ୍‌,୨୧ା୩: ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରାକୁ ନେଇ ନାନା ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ରବିବାର ସ୍ଥାନୀୟ ଲୋକ ପ୍ରତିନିଧି, ପ୍ରଶାସନ ଓ...

ଭେଣ୍ଡିଂ ଜୋନ୍‌ରେ ଜଳିଗଲା ୮ ଦୋକାନ

ଭୁବନେଶ୍ୱର,୨।୪ (ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଏଜି ଛକ ନିକଟ ଭେଣ୍ଡିଂଜୋନ୍‌ରେ ବୁଧବାର ରାତି ପ୍ରାୟ ୯ଟାରେ ନିଆଁ ଲାଗି ୮ ଦୋକାନ ଜଳିଯାଇଛି। ଖବର ପାଇ ଅଗ୍ନିଶମ...

ପିପିଲି ଉପନିର୍ବାଚନରେ ହେବ ତ୍ରିମୁଖୀ ଲଢ଼େଇ: ଶେଷରେ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ପୁରୀ ଅଫିସ,୨୯।୩: ଭାଜପା ଓ ବିଜେଡି ପରେ ପିପିଲି ଉପନିର୍ବାଚନ ପାଇଁ ଶେଷରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। ତେବେ ଦଳ ଏଥର ପୁଣି ବରିଷ୍ଠ...

ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରସଙ୍ଗ: ଜିଲାପାଳଙ୍କୁ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ

ଖୋର୍ଦ୍ଧା ଅଫିସ,୨୨ା୭: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧାସ୍ଥିତ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ହେବ। ପାଇକ ବିଦ୍ରୋହର ସ୍ମୃତିଚିହ୍ନସ୍ବରୂପ ଗଡ଼ଖୋର୍ଦ୍ଧା ଛକରେ ରହିଛି...

ସୋନାଲିକା, ଶ୍ରୀନିକାଙ୍କୁ ‘ଏକଲବ୍ୟ ସମ୍ମାନ’

ଭୁବନେଶ୍ୱର,୩୦।୪(ବ୍ୟୁରୋ): ଗୁରୁ-ଶିଷ୍ୟ ପରମ୍ପରା ସତରେ ନିଆରା। ଏହି ପରମ୍ପରାକୁ ଉଚ୍ଚକୋଟିର ଢଙ୍ଗରେ ଉପସ୍ଥାପନା କରିଥିଲେ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ। ଏକଲବ୍ୟ କାର୍ଯ୍ୟକ୍ରମର ପ୍ରଥମ ଉପସ୍ଥାପନାରେ ଦେଖିବାକୁ...

Advertisement
Archives

Model This Week