ବଜ୍ରକାପ୍ତା ଚାଲାଣ ରୋକିବାକୁ ପ୍ରୟାସ: ସୂଚନା ଦେଲେ ମିଳିବ ୧୦ହଜାର

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ବଜ୍ରକାପ୍ତା ଚୋରାଚାଲାଣ ବନବିଭାଗର ନିଦ ହଜାଇ ଦେଇଛି। ବନ୍ୟପ୍ରାଣୀ ଚୋରାଚାଲାଣରେ ବଜ୍ରକାପ୍ତାର ସବୁଠାରୁ ଅଧିକ କାରବାର ହୋଇଥାଏ। ଗତ କିଛିମାସ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଚୋରା କାରବାରରେ ବଜ୍ରକାପ୍ତା ଉଦ୍ଧାର କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଏହାକୁ ରୋକିବା ଲାଗି ବନବିଭାଗ ବଡ଼ ପଦକ୍ଷେପ ନେଇଛି। ଏଣିକି ବଜ୍ରକାପ୍ତା ଚାଲାଣ ସମ୍ପର୍କରେ ସୂଚନା ଦେଲେ ୧୦ ହଜାର ଟଙ୍କା ପୁରସ୍କାର ରାଶି ମିଳିବ। ଏହାଛଡ଼ା ଚାଲାଣକାରୀଙ୍କ ଫଟୋ ଥାନା ଓ ବନଖଣ୍ଡ କାର୍ଯ୍ୟାଳୟରେ ଲଗାଯିବ। ଏନେଇ ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି।
ପୂର୍ବରୁ ଆଠଗଡ଼ ଅଞ୍ଚଳରୁ ବଜ୍ରକାପ୍ତା ଚୋରାଚାଲଣ ଅଭିଯୋଗରେ ବିଭିନ୍ନ ପର୍ଯ୍ୟାୟରେ ୧୨ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ରିମାଣ୍ଡରେ ଆଣି ବନବିଭାଗ ପଚରାଉଚୁରା ମଧ୍ୟ କରିଛି। ସେପଟେ ସୋସିଆଲ ମିଡିଆରେ ବଜ୍ରକାପ୍ତା ବେପାର ଚାଲିଥିବାବେଳେ କିଛିଦିନ ପୂର୍ବେ ବନବିଭାଗ ଏହାର ସୁରାକ୍‌ ପାଇଥିଲା। ଏନେଇ ଚୋରାଚାଲାଣକାରୀଙ୍କୁ ଧରିବା ଲାଗି ଅପରେଶନ ଆରମ୍ଭ କରାଗଲା। ଏହି କ୍ରମରେ ପ୍ରତ୍ୟେକ ଦିନ ନୂତନ ତଥ୍ୟ ସାମ୍ନାକୁ ଆସିଥିଲା। ଚାଲାଣକାରୀ ବଜ୍ରକାପ୍ତା ଉପରେ ୧୦ ଟଙ୍କିଆ ନୋଟ୍‌ ରଖୁଥିବା ସୋସିଆଲ ଭିଡିଓରେ ଦେଖିବାକୁ ମିଳିଥିଲା, ଯାହାର ଅର୍ଥ ବଜ୍ରକାପ୍ତାର ଓଜନ ୧୦ କିଲୋ। ସେହିପରି ଏହାର ଆଉ ଏକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଯିଏ ବଜ୍ରକାପ୍ତା ନେବେ, ସେ ଏକ ନୋଟ୍‌ ବଜ୍ରକାପ୍ତା ଚାଲାଣକାରୀଙ୍କ ନିକଟକୁ ପଠାଇବା ସହ ଏହାର ନମ୍ବର ରଖିବେ। ଚାଲାଣକାରୀ ସେଇ ନୋଟ୍‌କୁ ବଜ୍ରକାପ୍ତା ଉପରେ ରଖି ଭିଡିଓ ପ୍ରସ୍ତୁତ କରି ଗ୍ରାହକଙ୍କ ନିକଟକୁ ପଠାଇବେ। ଏହା ହେଉଛି ଚାଲାଣକାରୀଙ୍କ ନିକଟରେ ବଜ୍ରକାପ୍ତା ରହିଥିବାର ଗ୍ରାହକଙ୍କ ପାଇଁ ପ୍ରମାଣ। ଏହାପରେ ବଜ୍ରକାପ୍ତା ନେଇ ଡିଲ୍‌ ଚୂଡ଼ାନ୍ତ ହୁଏ। ସେହିପରି ଅନ୍ୟ ଏକ ଭିଡିଓରେ ବଜ୍ରକାପ୍ତା ଦେହରେ ଟେଷ୍ଟର ଲଗାଯାଉଥିବା ଦେଖିବାକୁ ମିଳିଛି। ତେବେ ଏହାର ଅର୍ଥ ଏ ଯାଏ ସ୍ପଷ୍ଟ ହୋଇନାହିଁ। ଏପଟେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଏକ ବଡ଼ ର଼୍ୟାକେଟ୍‌ର ସନ୍ଧାନ ପାଇଛି ବନବିଭାଗ। ମୋବାଇଲ ଫୋନ୍‌ ତଥ୍ୟ ଆଧାରରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ରବିବାର ଗିରଫ କରାଯାଇଛି। ର଼୍ୟାକେଟ୍‌ରେ ୨୫ରୁ ୩୦ ଜଣ ସଂପୃକ୍ତ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri