ଭୁବନେଶ୍ୱର,୧୦ା୧୧(ବ୍ୟୁରୋ):ବଜାରରେ ଗହମ ସଙ୍କଟ ଦେଖାଦେଇଛି। ଗତ ୧୦ ମାସ ହେବ ଗହମ ମିଳୁନାହିଁ। ଏଥିଯୋଗୁ ଅଟା, ମଇଦା, ସୁଜି ସମେତ ଗହମରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଦର ବଢ଼ିଯାଇଛି। ପ୍ରତ୍ୟେକ ସାମଗ୍ରୀରେ କିଲୋଗ୍ରାମ ପ୍ରତି ୫ରୁ ୬ ଟଙ୍କା ବଢ଼ିଯାଇଛି। କେନ୍ଦ୍ର ସରକାର ଯୋଗାଇ ଦେଉ ନ ଥିବାରୁ ରାଜ୍ୟରେ ଗହମ ସଙ୍କଟ ଦେଖାଦେଇଛି। ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। ଖାଉଟି ଉଚ୍ଚ ଦରରେ ଗହମ ଓ ଅଟା କିଣୁଥିବା ବେଳେ ରାଜ୍ୟରେ ଥିବା ଅଟା ମିଲରମାନେ ମଧ୍ୟ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି। ଗହମ ଅଭାବରୁ ଅନେକ ମିଲର ନିଜ ମିଲ୍ ବିକ୍ରି କରିବାକୁ ଚିନ୍ତା କଲେଣି।
ବଜାରରେ ଗହମରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଦର ସନ୍ତୁଳନ ରଖିବାକୁ କେନ୍ଦ୍ର ସରକାର ଖୋଲା ବଜାର ବିକ୍ରି ତଥା ଓପନ ମାର୍କେଟ ସେଲ୍ (ଓଏମ୍ଏସ୍) କାର୍ଯ୍ୟକାରୀ କରୁଛନ୍ତି। ଏହି ସ୍କିମ୍ ଜରିଆରେ ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ) ମିଲରମାନଙ୍କୁ ସୁଲଭ ମୂଲ୍ୟରେ ଗହମ ଯୋଗାଇ ଦେଇଥାଏ। ମାତ୍ର ଗତ ଫେବୃୟାରୀରୁ ଏଫ୍ସିଆଇ ଓଏମ୍ଏସ୍ ଜରିଆରେ ଆଉ ଗହମ ଯୋଗାଇ ଦେଉନାହିଁ। ଗହମ ଅଭାବରୁ ଏହି ଯୋଜନା ଚଳିତ ବର୍ଷ ବନ୍ଦ ହୋଇଯାଇଥିବା ଏଫ୍ସିଆଇ ପକ୍ଷରୁ କୁହାଯାଇଛି। ମାତ୍ର ଖୁଚୁରା ବଜାରରେ ଥିବା ବହୁରାଷ୍ଟ୍ରୀୟ କମ୍ପାନୀମାନେ ଗହମକୁ ନିଜ କବ୍ଜାକୁ ନେଇ ଚଢ଼ାଦରରେ ବିକ୍ରି କରୁଛନ୍ତି। ଘରୋଇ କମ୍ପାନୀଗୁଡ଼ିକୁ ଅନୁକମ୍ପା ଦେଖାଇ ଏଫ୍ସିଆଇ ଓଏମ୍ଏସ୍ ବନ୍ଦ କରିଥିବା ବ୍ୟବସାୟୀମାନେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି।
ରାଜ୍ୟକୁ ମାସିକ ୧୭ ହଜାର ଟନ୍ ଗହମ ଆବଶ୍ୟକ ହୋଇଥାଏ। ଏଫ୍ସିଆଇରୁ ଅଟା ମିଲରମାନେ କ୍ରୟ କରି ଅଟା, ମଇଦା, ସୁଜି ଆଦି ଯୋଗାଇ ଦିଅନ୍ତି। ଏଫ୍ସିଆଇରୁ ଗହମ କୁଇଣ୍ଟାଲ ପିଛା ୨୨୦୦ରୁ ୨୪୦୦ ଟଙ୍କାରେ ମିଳୁଥିବା ବେଳେ ଗହମ ଅଭାବ ଯୋଗୁ କୁଇଣ୍ଟାଲ ଦର ୨୯୦୦ରୁ ୩ ହଜାର ଟଙ୍କା ହୋଇଛି। ଦର ବଢ଼ିଥିଲେ ମଧ୍ୟ ବଜାରରେ ଗହମ ଉପଲବ୍ଧ ହେଉନାହିଁ। ଗହମ ସଙ୍କଟ ଯୋଗୁ ରାଜ୍ୟରେ ଥିବା ୪୦ ଅଟା ମିଲ୍ ଅଚଳ ହେବାକୁ ବସିଲାଣି। ଚଢ଼ା ଦରରେ ବହୁ କଷ୍ଟରେ ଅନ୍ୟ ରାଜ୍ୟରୁ ୫ରୁ ୬ ହଜାର ଟନ ଆଣି କାମ ଚଳାଯାଉଛି।
ଅନ୍ୟପକ୍ଷରେ ଗତ ଜୁନରୁ ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ମିଳୁନାହିଁ। ୨୦୨୩ ମାର୍ଚ୍ଚ ଯାଏ ଗହମ ମିଳିବ ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗହମ ଅଭାବ ଯୋଗୁ ହିତାଧିକାରୀମାନେ ବଜାରରୁ ଚାହିଁଲେ ମଧ୍ୟ ପାଇବେ ନାହିଁ। ଚଢ଼ା ଦରରେ ଅଟା କିଣି ଖାଇବାକୁ ବାଧ୍ୟ ହେଉଛନ୍ତି। ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଏନ୍ଏଫ୍ଏସ୍ଏ ହିତାଧିକାରୀଙ୍କ ମଧ୍ୟରୁ ୧୪% ଲୋକ ଗହମ ନେଉଥିବା ବେଳେ ୮୬% ଚାଉଳ ନେଉଛନ୍ତି। ଏ ବାବଦରେ କେନ୍ଦ୍ର ସରକାର ମାସିକ ୨୪,୭୦୦ ମେଟ୍ରିକ ଟନ ଗହମ ଯୋଗାଇ ଦେଉଛନ୍ତି। ଗହମ ନେଉଥିବା ହିତାଧିକାରୀ ଭୁବନେଶ୍ୱରର ଟଙ୍କଧର ସାହୁ କହିଛନ୍ତି, ଆଜିକାଲି ଅଧିକାଂଶ ଲୋକ ମଧୁମେହ ରୋଗରେ ପୀଡ଼ିତ। ରୁଟି ଖାଇବା ଜରୁରୀ ହୋଇପଡ଼ିଲାଣି। ଗହମ ମିଳୁ ନ ଥିବାରୁ ଉଚ୍ଚ ଦରରେ ବଜାରରୁ ଅଟା କିଣି ଖାଇବା କଷ୍ଟକର ହେଉଛି। କେନ୍ଦ୍ର ସରକାର ପୂର୍ବରୁ ଯେମିତି ଗହମ ଯୋଗାଇ ଦେଉଥିଲେ ଏବେ ସେମିତି ଯୋଗାଇ ଦିଅନ୍ତୁ। ସମସ୍ତଙ୍କୁ ଚାଉଳ ନେବାକୁ ବାଧ୍ୟ କରିବା ଠିକ୍ ନୁହେଁ ।
ଭୁବନେଶ୍ୱର ୟୁନିଟ-୧ ହାଟର ବ୍ୟବସାୟୀ ଦିନେଶ ପାତ୍ର କହିଛନ୍ତି, ଗତ ୨/୩ ମାସ ହେବ ଗହମ, ଅଟା, ମଇଦା, ସୁଜି ଇତ୍ୟାଦି ଦର ବଢ଼ିଚାଲିଛି। କୁଇଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବଢ଼ିଛି। ଗତ ମାସେ ହେବ ପ୍ରତିଦିନ ଏହିସବୁ ସାମଗ୍ରୀର ଦର କିଲୋ ପିଛା ୫୦ ପଇସାରୁ ୧ ଟଙ୍କା ବଢ଼ିଚାଲିଛି। ଶୀତଦିନ ଆସୁଥିବାରୁ ରୁଟିର ଚାହିଦା ବଢ଼ିବ। ତଦନୁଯାୟୀ ଦର ମଧ୍ୟ ବଢ଼ିବ, ଯାହାକି ଗ୍ରାହକଙ୍କ ଉପରେ ଚାପ ପକାଇବ। ସରକାର ଏ ଦିଗରେ ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି।
ସର୍ବଭାରତୀୟ ରୋଲର ଫ୍ଲାୱାର ମିଲର ଫେଡେରେଶନର ଓଡ଼ିଶା ସଦସ୍ୟ ସୁବାସ ଗୁପ୍ତା କହିଛନ୍ତି, ଗହମ ଯୋଗାଇ ଦେବାକୁ ଫେଡେରେଶନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ଥର ଅନୁରୋଧ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ। କେନ୍ଦ୍ର ସରକାରଙ୍କୁ ଗହମ ସଙ୍କଟ ବିଷୟରେ ଅବଗତ କରିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ଆମେ ଜଣାଇଛୁ। ମାତ୍ର ଉଭୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। କେନ୍ଦ୍ର ସରକାର ତୁରନ୍ତ ଗହମ ଯୋଗାଇ ନ ଦେଲେ ଓଡ଼ିଶାରେ ଥିବା ୭୦ ଭାଗ ଅଟା ମିଲ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗହମ ଯୋଗାଇବା ଏଫ୍ସିଆଇର କାମ। ରାଜ୍ୟ ସରକାରଙ୍କ ସେଥିରେ କିଛି ଭୂମିକା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ୟା ସମାଧାନ ପରିବର୍ତ୍ତେ ମୌନ ରହିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ବ୍ରହ୍ମପୁରରେ ପୁଣି ଏନ୍କାଉଣ୍ଟର: ପୋଲିସ ଗୁଳି ଖାଇ ଏବେ ଆଇସିୟୁରେ ଅପରାଧୀ ଜଗା
ବ୍ରହ୍ମପୁର,୨୫ା୫: ଗଞ୍ଜାମ ଜିଲାରେ ଗତ ମାସକ ମଧ୍ୟରେ ୧୦ ହତ୍ୟାକାଣ୍ଡ, ଗୋଷ୍ଠୀ କନ୍ଦଳକୁ ନେଇ ଏକାଧିକ ହଣାକଟା ଘଟଣା ଯୋଗୁ ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇପଡିଥିଲା। ଯାହାକି ପୋଲିସ…
ସକାଳୁ ସକାଳୁ ଇରାନକୁ ଧମକ ଦେଲେ ଟ୍ରମ୍ପ! ଡିଲ ଉପରେ ସସପେନ୍ସକୁ ନେଇ ପଠାଇଲେ…
ଓ୍ବାଶିଂଟନ,୨୫।୫: ଇରାନ ଏବଂ ଆମେରିକା ମଧ୍ୟରେ ସମ୍ଭାବ୍ୟ ଚୁକ୍ତିକୁ ନେଇ ସସପେନ୍ସ ଜାରି ରହିଛି। ଏହା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ…
ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…
ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…
ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍, ଫସରଫାଟିଲା ଫଲ୍ସ ଏଣ୍ଟ୍ରି
ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…
ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି
ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…
ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ
ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…
ସାହିତ୍ୟରେ ଶସ୍ତା ରାଜନୀତି
ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…
ଡାଇବେଟିସ୍ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…
ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍ କିମ୍ବା ରକ୍ତଚାପ ପରି…
Archives

