ବଂଶୀ ଥେରାପିରେ ଭଲ ହେଉଛି ଗୋମାତାଙ୍କ ରୋଗ, ବଢୁଛି ଦୁଗ୍ଧ ଉତ୍ପାଦନ

ଜମ୍ମୁ,୧୨।୯: ଜମ୍ମୁ-କଶ୍ମୀରର ଏକ ଗୋଶାଳାରେ ଗୋମାତାଙ୍କୁ ସୁସ୍ଥ ରଖିବାକୁ ଏକ ଅଭିନବ ଉପାୟ ପ୍ରୟୋଗ କରାଯାଉଛି। ଏଠାରେ ଗୋମାତାଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କୁ ବଂଶୀ ଥେରାପି ଦିଆଯାଉଛି। ଫଳରେ ଏମାନଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିବା ସହ ଏମାନେ ଅଧିକ ପରିମାଣରେ ଦୁଗ୍ଧ ଦେଉଛନ୍ତି ବୋଲି କୁହୁଛନ୍ତି ଏମାନଙ୍କ ଯତ୍ନ ନେଉଥିବା ଲୋକେ। ଜମ୍ମୁ ସହରର ଅମ୍ବଫଲାଠାରେ ଥିବା ଏହି ଗୋଶାଳା ୧୯୬୦ ମସିହାରେ ଆରମ୍ଭ ହୋଇଥିବା କୁହାଯାଏ। ସମାଜସେବୀ ମୁଲରାଜ ଶାସ୍ତ୍ରୀ ଓ ତାଙ୍କର କେତେଜଣ ବନ୍ଧୁ ଆହତ, ରୋଗଗ୍ରସ୍ତ ଓ ଅନାଥ ଗୋମାତାଙ୍କ ଯତ୍ନ ନେବାକୁ ଏହି ଗୋଶାଳା ଆରମ୍ଭ କରିଥିବା କୁହାଯାଏ। ଏହାର ଦେଖାରେଖା କରୁଥିବା ଜମ୍ମୁ-କଶ୍ମୀର ଗୋଶାଳା ସମିତିର ପ୍ରଧାନ ରାଜକୁମାର ରାଜା କୁହନ୍ତି ଏଥିପାଇଁ କୌଣସି ସରକାରୀ ସହାୟତା ମିଳୁନାହିଁ। ନିଜ ଉଦ୍ୟମରେ ଲୋକମାନଙ୍କ ସହଯୋଗରେ ଏହାକୁ ଚଳାଇବାକୁ ପଡୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ଉକ୍ତ ଗୋଶାଳାରେ ପ୍ରାୟ ୪୫୦ ଗାଈ, ବାଛୁରୀ ରହିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କାହାକୁ କିଣା ଯାଇ ନାହିଁ। ସମସ୍ତଙ୍କୁ ରାସ୍ତା କଡରୁ ଅନାଥ ଭାବେ ହେଉ ଅବା ଆହତ ଭାବେ ଉଦ୍ଧାର କରାଯାଇ ସେମାନଙ୍କର ଏଠାରେ ଚିକିତ୍ସା ପରେ ସୁସ୍ଥ କରାଯାଇ ରଖାଯାଇଛି। ଏଠାରେ ଥିବା ଗାଈମାନଙ୍କୁ ମୁକୁଳା ଛାଡି ଦିଆଯାଇଛି। ଦିନକୁ ଏଠାର ପ୍ରାୟ ୧୨ ଘଣ୍ଟା ବଂଶୀ ବାଜିଥାଏ ବୋଲି କୁହନ୍ତି ରାଜକୁମାର। ପ୍ରଥମେ ସକାଳ ୬ଟାରୁ ୧୨ଟା ଓ ପରେ ଦିନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏଠାରେ ବଂଶୀ ବାଦନ କରାଯାଇଥାଏ। ଆଉ ବଂଶୀ ବାଜିବା ମାତ୍ରେ ସେଠାରେ ଥିବା ସବୁ ଗାଈ ଠିଆ ହୋଇଯାଆନ୍ତି। ରାଜକୁମାର କୁହନ୍ତି ରାଧା ନାମକ ଏକ ଗାଈ ବଂଶୀ ବାଜିବା ମାତ୍ରେ ଝୁଲିବାକୁ ଆରମ୍ଭ କରେ। ତେବେ ଶ୍ରୀକୃଷ୍ଣ ଗାଈ ଚରାଇବା ବେଳେ ବଂଶୀ ବଜାଉଥିବାରୁ ଏହାକୁ ଏଠାରେ ପ୍ରୟୋଗ କରାଯାଇଛି ବୋଲି ସେ କୁହନ୍ତି। ଶେର-ଏ-କଶ୍ମୀର ୟୁନିଭର୍ସିଟି ଅଫ୍‌ ଏଗ୍ରିକଲଚର ସାଇନସେସ୍‌ ଆଣ୍ଡ ଟେକ୍ନୋଲୋଜିର ଭେଟେନାରୀ ଓ୍ବିଙ୍ଗର ବରିଷ୍ଠ ଡାକ୍ତର ନିଲେଶ ଶର୍ମା କୁହନ୍ତି ଦୁଗ୍ଧ ଦେଉଥିବା ପ୍ରାଣୀମାନେ ଯଦି ଚାପଗ୍ରସ୍ତ ପରିବେଶରେ ରୁହନ୍ତି ତେବେ ସେମାନଙ୍କର ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ହୋଇ ନ ଥାଏ। ଫଳରେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଦୁଗ୍ଧ ଆସିପାରି ନ ଥାଏ। ହେଲେ ସଙ୍ଗୀତମୟ ପରିବଶେରେ ରହିଲେ ଏମାନଙ୍କର ଅକ୍ସିଟୋସିନ୍‌ ହରମୋନ୍‌ କ୍ଷରଣ ହେବା ସହ ଅଧିକ ଦୁଗ୍ଧ ଉତ୍ପାଦନ ହୋଇଥାଏ ଓ ଏମାନେ ସୁସ୍ଥ ରହିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ନେଇ ଗୋଆ କଂଗ୍ରେସରେ ଫାଟ: ଇସ୍ତଫା ଦେଲେ ୪ ସଦସ୍ୟ

ପଣଜୀ, ୨।୧: ସିଏଏ ନେଇ ଗୋଆ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ଦଳର ୪ ଜଣ ସଦସ୍ୟ ଇସ୍ତଫା ଦେଇଛନ୍ତି। ପଣଜୀ ବ୍ଲକ୍‌ ସମିତି ଅଧ୍ୟକ୍ଷ...

ଭୁଟାନ ରାଜାଙ୍କ ପରାମର୍ଶ ନେଇ ପୃଥିବୀ ସାରା ଚର୍ଚ୍ଚା

ଥିମ୍ପୁ,୧୮।୩: ଭୁଟାନର ରାଜା ଜିଗ୍‌ମେ ଖେସାର ନାମଗେୟଲ ଓ୍ବାଙ୍ଗଚୁକ୍‌ ଗତ ଫେବୃୟାରୀ ୨୧ରେ ନିଜ ୪୦ ତମ ଜନ୍ମଦିନ ପାଳନ ଅବସରରେ ଦେଶବାସୀଙ୍କୁ ବୃକ୍ଷଚାରା ରୋପଣ...

ଇସ୍ରୋ ବୈଜ୍ଞାନିକଙ୍କ ସନ୍ଦେହ ଜନକ ମୃତ୍ୟୁ: ତଦନ୍ତ ଜାରି

ହାଇଦ୍ରାବାଦ୍‌,୨।୧୦: ଇସ୍ରୋ ବୈଜ୍ଞାନିକ ଏସ୍‌.ଆର୍‌. ସୁରେଶ କୁମାରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଆମେରପେଟ୍‌ ସ୍ଥିତ ନିଜ ବାସ ଭବନରୁ ସୁରେଶଙ୍କ ମୃତ୍ୟୁ ଦେହକୁ ଉଦ୍ଧାର...

ଏମ୍‌ଏସ୍‌ଏମ୍‌ଇ ସଙ୍କଟ ଦୂର ଲାଗି ୫ ପରାମର୍ଶ

ନୂଆଦିଲ୍ଲୀ,୨୬।୪: କରୋନା ଯୋଗୁ ଦେଶରେ ଆର୍ଥତ୍କ ସ୍ଥିତି ଭୁଶୁଡ଼ିବାରେ ଲାଗିଛି। ଆର୍ଥତ୍କ ସ୍ଥିତିରେ ସୁଧାର ଆଣିବା ଓ ଏମ୍‌ଏସ୍‌ଏମ୍‌ଇ ସଙ୍କଟ ଦୂର କରିବା ଲାଗି କଂଗ୍ରେସ...

ଜନ୍ମଦିନରେ ଆମେଠିରେ ରହିବେ ପ୍ରିୟଙ୍କା

ଲକ୍ଷ୍ନୌ,୧୨।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ୪୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଜାନୁୟାରୀ ୧୨ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଜନ୍ମଦିନରେ...

ଗର୍ଲଫ୍ରେଣ୍ଡଙ୍କୁ ବର୍ଗର ଖୁଆଇବାକୁ ୨ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍‌ କରି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଯୁବକ: ଆଉ ତା ପରେ…

ଜଣେ ବ୍ୟକ୍ତିଙ୍କ ବର୍ଗର ଖାଇବାକୁ ଇଚ୍ଛା ହେଲା। ମାତ୍ର ଘରପାଖରେ ତାଙ୍କୁ କୌଣସି ରେଷ୍ଟୁରାଣ୍ଟ ପସନ୍ଦ ହେଲାନାହିିଁ। ଶେଷରେ ସେ ପ୍ରେମିକାଙ୍କୁ ଧରି ୨ ଘଣ୍ଟା...

ହଡ଼ବଡ଼େଇଲେ ମମତା

କୋଲକାତା,୨୪ା୧: କେନ୍ଦ୍ର ସରକାରଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅହି ନକୁଳ ସମ୍ପର୍କ ଶନିବାର ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କରିଛି। ନେତାଜୀ ଜୟନ୍ତୀ...

ଫାଇଜର ଟିକା ଭାରତ ଲାଗି ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨।୧୧: ଆମେରିକାର ଔଷଧ କମ୍ପାନୀ ଫାଇଜର ଟିକା ନେଇ ବେଶ୍‌ ଆଶାବାଦୀ ରହିଛି। କରୋନା ଭାଇରସ୍‌ ରୋକିବାରେ ଏହା ୯୦%ରୁ ଅଧିକ ସଫଳ ବୋଲି ଜଣାପଡ଼ିବା...

Advertisement

BGU

Archives

Model This Week

Why Dharitri