ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ୨୦୧୯ ତାଲିକାରେ ସାମିଲ ହେଲେ ଦିପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ୨୦୧୯ରେ ବିଶ୍ୱର ସବୁଠାରୁ ଅଧିକ ପସନ୍ଦ ମହିଳାଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି। ବଲିଉଡ୍‌ ଏକମାତ୍ର ଅଭିନେତ୍ରୀ ଯିଏ କି ଫୋର୍ବସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ୧୦୦ଟି ସେଲିବ୍ରିଟି ତାଲିକାର ଟପ୍‌ ୫ରେ ରହିଛନ୍ତି। ଏହା ପୂର୍ବରୁ ଦୀପିକା ଫିଲ୍ମରେ ଭଲ କାର୍ଯ୍ୟ ବା ଅଭିନୟ ପାଇଁ ‘ ବିଲିଉଡ୍‌ରୁ ବିଶ୍ୱର ସବୁଠାରୁ ଗର୍ଜିୟସ୍‌ ମହିଳା’ ଭାବେ ଟାଇଟଲ ହାତେଇଥିଲେ। ନିଜର ଦମ୍‌ଦାର ଅଭିନୟ ଓ କୌଣସି କାର୍ଯ୍ୟକ୍ରମରେ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ସହ ଏଣ୍ଟ୍ରି କରୁଥିବା ଦୀପିକା ଏବେ ସୁନ୍ଦରତାର ପ୍ରତୀକ ଭାବେ ହୋଇଯାଇଛନ୍ତି। ଫିଲ୍ମ ‘ପଦ୍ମାବତ’ରେ ନିଜର ସାହସିକତାକୁ ଦେଖାଇବା ପରେ ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ଛପାକ୍‌’ରେ ସେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୦ ଜାନୁୟାରୀ ୨୦୨୦କୁ ପରଦାରେ ଆସିବ। ଏଥିସହ ବିବାହ ପରେ ଦୀପିକା ଓ ରଣବୀର ସିଂହ ଦୁଇଜଣ ଏକାଠି ସ୍କ୍ରିନ ଶେୟାର କରୁଥିବା ବେଳେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ବାୟୋପିକ୍‌ ‘୮୩’ରେ ଦୁଇ ଜଣ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇନରେ ପରିଣତ ହେଲା ପରୀକ୍ଷା ସଂଶୋଧନ ବିଲ; ରାଷ୍ଟ୍ରପତି ଦେଲେ ଅନୁମୋଦନ

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଦେଶବ୍ୟାପୀ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକୁ ପେପର ଲିକ, ଠକେଇ ଏବଂ ଅନ୍ୟାନ୍ୟ ଅନିୟମିତତା ମୁକ୍ତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ସାର୍ବଜନୀନ…

ଜାରକା ପୋଲିସ ବିଟ୍‌ ହାଉସ୍‌ ଛାତରୁ ଗଳୁଛି ପାଣି, ଭାଙ୍ଗିପଡ଼ିଛି ନାମଫଳକ

ଧର୍ମଶାଳା,୧ା୮(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧିନସ୍ଥ ଜାରକା ପୋଲିସ ବିଟ୍‌ ହାଉସ୍‌ (ଫାଣ୍ଡି) ବର୍ତ୍ତମାନ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଘେରି ରହିଛି। ବର୍ଷା ହେଲେ…

କୁଲଗାମ ଆତଙ୍କବାଦୀ ଆକ୍ରମଣ: ପ୍ରଥମେ ନାମ ପଚାରିଲେ, ତା’ପରେ ଦୁଇ ହିନ୍ଦୁଙ୍କୁ ଗୁଳି କଲେ!

ନୂଆଦିଲ୍ଲୀ,୧।୮: ଜମ୍ମୁ ଓ କଶ୍ମୀରର କୁଲଗାମରେ ଅଣ-ସ୍ଥାନୀୟ ଶ୍ରମିକମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ପୁଣି ଥରେ ଆତଙ୍କ ବିସ୍ତାର କରିବାକୁ ଚେଷ୍ଟା କରିଛନ୍ତି। ଆତଙ୍କବାଦୀମାନେ ଛତିଶଗଡ଼ର ଦୁଇଜଣ…

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri