ଫୋର୍ବସ୍‌ ଇଣ୍ଡିଆ ସେଲିବ୍ରିଟି ୨୦୧୯ ତାଲିକାରେ ସାମିଲ ହେଲେ ଦିପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ୨୦୧୯ରେ ବିଶ୍ୱର ସବୁଠାରୁ ଅଧିକ ପସନ୍ଦ ମହିଳାଙ୍କ ତାଲିକାରେ ସାମିଲ ହୋଇଯାଇଛନ୍ତି। ବଲିଉଡ୍‌ ଏକମାତ୍ର ଅଭିନେତ୍ରୀ ଯିଏ କି ଫୋର୍ବସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଥିବା ୧୦୦ଟି ସେଲିବ୍ରିଟି ତାଲିକାର ଟପ୍‌ ୫ରେ ରହିଛନ୍ତି। ଏହା ପୂର୍ବରୁ ଦୀପିକା ଫିଲ୍ମରେ ଭଲ କାର୍ଯ୍ୟ ବା ଅଭିନୟ ପାଇଁ ‘ ବିଲିଉଡ୍‌ରୁ ବିଶ୍ୱର ସବୁଠାରୁ ଗର୍ଜିୟସ୍‌ ମହିଳା’ ଭାବେ ଟାଇଟଲ ହାତେଇଥିଲେ। ନିଜର ଦମ୍‌ଦାର ଅଭିନୟ ଓ କୌଣସି କାର୍ଯ୍ୟକ୍ରମରେ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ସହ ଏଣ୍ଟ୍ରି କରୁଥିବା ଦୀପିକା ଏବେ ସୁନ୍ଦରତାର ପ୍ରତୀକ ଭାବେ ହୋଇଯାଇଛନ୍ତି। ଫିଲ୍ମ ‘ପଦ୍ମାବତ’ରେ ନିଜର ସାହସିକତାକୁ ଦେଖାଇବା ପରେ ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ଛପାକ୍‌’ରେ ସେ ଲକ୍ଷ୍ମୀ ଅଗ୍ରଓ୍ବାଲଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୦ ଜାନୁୟାରୀ ୨୦୨୦କୁ ପରଦାରେ ଆସିବ। ଏଥିସହ ବିବାହ ପରେ ଦୀପିକା ଓ ରଣବୀର ସିଂହ ଦୁଇଜଣ ଏକାଠି ସ୍କ୍ରିନ ଶେୟାର କରୁଥିବା ବେଳେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ କପିଲ ଦେବଙ୍କ ବାୟୋପିକ୍‌ ‘୮୩’ରେ ଦୁଇ ଜଣ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଗ୍‌ ବସ୍‌-୧୩: ଶୋ’ରୁ ବାହାର ହେଲେ ସିଦ୍ଧାର୍ଥ ଦେ

ଟେଲିଭିଜନ ଚ୍ୟାନେଲ୍‌ରେ ପ୍ରସାରିତ ରିଆଲିଟି ଶୋ’ଗୁଡ଼ିକ ମଧ୍ୟରୁ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥାଏ ‘ବିଗ୍‌ ବସ’। ଚଳିତ ବର୍ଷ ଏହାର ୧୩ତମ ସିଜନ୍‌ ପ୍ରସାରିତ ହେଉଛି।...

ପୁଣିଥରେ ମା’ ହେଲେ ନେହା

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନେହା ଧୁପିଆ ପୁଣିଥରେ ମା’ ହୋଇଛନ୍ତି । ସେ ଏଥର ଏକ ପୁତ୍ର ସନ୍ତାନ...

ଗୋଟିଏ ସମୟରେ ଦୁଇ ହାତରେ ଲେଖିପାରୁଥିଲେ ସୁଶାନ୍ତ

ନୂଆଦିଲ୍ଲୀ- ବଲିଉଡ୍‌ର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଗତ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରସ୍ଥିତ ନିଜ ବାସଭବନରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ବିହାରର...

ଏପ୍ରିଲ ନୁହେଁ ମେ’ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ଼

ମୁମ୍ବାଇ: ନିଜର ଅଭିନୟ ହେଉ ଅବା ବେକାବୁ ବୟାନ ସବୁ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ନାୟିକା କଙ୍ଗନା ରାନାୱତଙ୍କ ଫିଲ୍ମ ଧାକଡ଼କୁ ନେଇ ଏବେ...

ଚୁଜି ହେଲେଣି ହୁମ୍ମା

ହୁମ୍ମା ଏଣିକି ଆଉ ତରବର ହୋଇ ସିନେମା ସାଇନ୍‌ କରିବେ ନାହିଁ। ଅଫର ମିଳିଥିବା ଫିଲ୍ମର କାହାଣୀ ଏବଂ ସେଥିରେ ତାଙ୍କର ଭୂମିକାକୁ ଭଲ ଭାବରେ...

ଟୁଇଟରରେ ଟ୍ରେଣ୍ଡ କରୁଛି ‘ବ୍ରିଙ୍ଗ୍‌ ବ୍ୟାକ୍‌ ଅର୍ଚ୍ଚନା’

ବମ୍ବେ: ଶାରୀରିକ ହିଂସାକୁ ବିଗ୍‌ବସ୍‌ରେ ବାରଣ କରାଯାଇଛି। ହେଲେ ସିଜନ ୧୬ ପ୍ରତିଯୋଗୀ ଶିବ ଠାକରେଙ୍କ ସହ ସେଭଳି କିଛି ଆଚରଣକୁ ନେଇ ରାତି ଅଧିଆ...

ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ ପ୍ରସଙ୍ଗରେ ଅକ୍ଷୟଙ୍କ ପ୍ରତିକ୍ରିୟା: ମୁଁ ଖୁସିରେ ରହିବାକୁ ଚାହେଁ

ବମ୍ବେ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। କେହି କେହି ସେ ରାଜନୀତିରେ ପ୍ରବେଶ...

ଫେମିନା ମିସ ଇଣ୍ଡିଆ ୨୦୨୨ର ମୁକୁଟ ପିନ୍ଧିଲେ କର୍ନାଟକ ସୁନ୍ଦରୀ ସିନି

ମୁମ୍ବାଇ,୪ ।୭: ଚଳିତ ବର୍ଷ ଅର୍ଥାତ୍ ୨୦୨୨ର ଫେମିନା ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି କର୍ନାଟକର ସୁ୍‌ନ୍ଦରୀ ସିନି ସେଟ୍ଟି । ଜୁଲାଇ ୩ରେ ମୁମ୍ବାଇର...

Advertisement
Archives

Model This Week