Posted inଫୁରସତ

ଫେସ୍‌ ଟନେଲ ଜରିଆରେ ଜୋଏଲ ମିଗ୍‌ଲଙ୍କ ଓ୍ବାଲର୍‌ଡ ରେକର୍ଡ: ସୃଷ୍ଟି କରିଛନ୍ତି ଫ୍ୟାଶନ୍‌ର ନୂଆ ଟ୍ରେଣ୍ଡ

ବଡି ମୋଡିଫିକେସନ ଆଜିକାଲି ଏକ ଟ୍ରେଣ୍ଡରେ ପରିଣତ ହୋଇଗଲାଣି। ଟାଟୁ, ପିଅର୍ସିଂ ଆଦି ଯୁବପିଢ଼ିଙ୍କ ଲାଗି ଏକ ସାଧାରଣ କଥା କହିଲେ ଚଳେ। ତେବେ ଜର୍ମାନୀର ୨୬ ବର୍ଷୀୟ ଯୁବକ ଜୋଏଲ ମିଗ୍‌ଲର କିନ୍ତୁ ଆଉ ଦି’ପାଦ ଆଗେଇଯାଇଛନ୍ତି। ନିଜ ମୁହଁରେ ସର୍ବାଧିକ ଫେସ୍‌ ଟନେଲ କରାଇ ସେ ସ୍ଥାନ ପାଇଛନ୍ତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ। ଜୋଏଲ ନିଜ ମୁହଁ ଯଥା ଗାଲ, ନାକ, ଓଠ ଆଦିରେ କଣା କରି ଫ୍ୟାଶନ୍‌ର ଏକ ନୂଆ ଟ୍ରେଣ୍ଡ ସୃଷ୍ଟି କରିବାରେ ସକ୍ଷମ ହେବା ସହ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି। ଜୋଏଲଙ୍କ ଦୁଇ ଗାଲରେ ଥିବା ଗାତର ଗୋଲେଇ ୩୪ ମି.ମି. ଥିବା ବେଳେ ସେ ଏହାକୁ ବଢ଼ାଇ ୪୦ ମି.ମି. କରିବାକୁ ଲକ୍ଷ୍ୟରଖିଛନ୍ତି। ଜର୍ମାନୀର ଏହି ଯୁବ ରେକର୍ଡ ହୋଲ୍‌ଡର ମାତ୍ର ୧୩ ବର୍ଷ ବୟସରେ ସାଧାରଣ ଇୟର୍‌ ପିଅର୍ସିଂ କରିଥିଲେ। ଏହାପରେ ପିଅର୍ସିଂ କରିବା ତାଙ୍କ ପାଇଁ ଏକ ନିଶା ପାଲଟିଯାଇଥିଲା। ପରିଣାମ ସ୍ବରୂପ ତାଙ୍କର ଏହି ନିଶା ତାଙ୍କୁ ଓ୍ବାଲର୍‌ଡ ରେକର୍ଡଧାରୀ କରାଇବାରେ ସକ୍ଷମ ହୋଇପାରିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri