Posted inଜାତୀୟ

ଫେଲ୍‌ ମାରିଲା ‘ଜନନୀ ଏକ୍ସପ୍ରେସ୍‌’: ରାଜ୍ୟ ରାଜପଥ କଡ଼ରେ ପ୍ରସବ କଲେ ମହିଳା

ବୁରହାନପୁର,୨୪।୮: ମଧ୍ୟପ୍ରଦେଶ ବୁରହାନପୁରରେ ଜଣେ ମହିଳା ରାଜ୍ୟ ରାଜପଥ କଡ଼ରେ ପ୍ରସବ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରସବ ଯନ୍ତ୍ରଣା ପରେ ‘ଜନନୀ ଏକ୍ସପ୍ରେସ୍‌’ ସହ ଯୋଗାଯୋଗ କରାଯାଇଥିଲେ ବି ଏହା ନ ପହଞ୍ଚିବାରୁ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହ ମୋଟର ସାଇକେଲରେ ହସ୍ପିଟାଲ ଯାଇଥିବା ବେଳେ ରାଜ୍ୟ ରାଜପଥ କଡରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମହିଳାଙ୍କ ଶାଶୁଙ୍କ କହିବା କଥା ହେଲା ଏ ନେଇ ସେମାନେ ଏଏନ୍‌ଏମ୍‌ଙ୍କ ସହ ମଧ୍ୟ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସ କି ‘ଜନନୀ ଏକ୍ସପ୍ରେସ୍‌’ ପହଞ୍ଚିବା ବିଳମ୍ବ ହେବାରୁ ସେମାନେ ଗର୍ଭବତୀଙ୍କୁ ମୋଟର ସାଇକେଲରେ ହସ୍ପିଟାଲ ନେଇ ଯାଉଥିଲେ। ଏହାପରେ ମା’ ଓ ନବଜାତ ଶିଶୁ କନ୍ୟାଙ୍କୁ ନିକଟସ୍ଥ ଶାହପୁର କମ୍ୟୁନିଟି ହେଲ୍‌ଥ ସେଣ୍ଟର ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୃଷି କ୍ଷେତ୍ର ପାଇଁ ମିଳିବ ୮୬, ୬୦୦ କୋଟିର ଋଣ

ନୂଆଦିଲ୍ଲୀ, ୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତର ଅଧିନରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜରେ...

ଚାଇନା ଦେଶର ୩ ସ୍ଥାନରେ କରିଛି ଜବର ଦଖଲ, ସତ କୁହନ୍ତୁ ମୋଦି: ରାହୁଲ

ନୂଆଦିଲ୍ଲୀ,୨୬।୬: ଚାଇନା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଶୁକ୍ରବାର ରାହୁଲ ସୋସିଆଲ ମିଡିଆରେ ଏକ ଭିଡିଓ...

ଦୁର୍ବଳ ହେଲେ ନୀତୀଶ

ପାଟନା, ୧୧ା୧୧: ତିନି ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ହାତରୁ ଏଥର କ୍ଷମତା ଖସିଯାଇପାରେ। କାରଣ...

ମେ’ ୧୮ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ ଅବଧି

ମୁମ୍ବାଇ,୨୫।୪: କରୋନା ଭାଇରସକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ଅବଧି ମେ’ ୩ରେ ଶେଷ ହେଉଛି। ହେଲେ ମୁମ୍ବାଇ ଓ ପୁନେରେ ଏହି ଲକ୍‌ ଡାଉନ୍‌...

ଦିଲ୍ଲୀ-ଅହମଦାବାଦ ରାଜଧାନୀ ଏକ୍ସପ୍ରେସରେ ୨୦ ଯାତ୍ରୀ କରୋନା ପଜିଟିଭ: ୧୮ଙ୍କ ଠାରେ ନ ଥିଲା କୌଣସି ଲକ୍ଷଣ

ନୂଆଦିଲ୍ଲୀ,୭।୯: କାୟା ମେଲାଉଛି କରୋନା। ଦିଲ୍ଲୀ-ଅହମଦାବାଦ ରାଜଧାନୀ ଏକ୍ସପ୍ରେସରେ ଏବେ ୨୦ ଜଣ ଯାତ୍ରୀ କରୋନାରେ ପୀଡ଼ିତ ଥିବା ଜଣାପଡିଛି। ହେଲେ ଏମାନଙ୍କ ମଧ୍ୟରୁ ୧୮...

ପାଟନା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କୁ ଗଣବଳାତ୍କାର

ପାଟନା,୧୪ା୧୨(ପି.ଟି.): ବିହାରର ପାଟନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ(୨୦)ଙ୍କୁ ଗାନ୍ଧୀ ପାଠ ଅଞ୍ଚଳରେ ଗଣବଳାତ୍କାର କରାଯାଇଛି। ଏନେଇ ପୀଡ଼ିତା ପୋଲିସରେ ଅଭିଯୋଗ କରିଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ...

ବଜେଟ ଉପସ୍ଥାପନ ପୂର୍ବରୁ କଶ୍ମୀର କବିତା ପଢିଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: କେନ୍ଦ୍ରୀୟ ବଜେଟକୁ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ଭାବେ ସେ ତାଙ୍କର ଦ୍ୱିତୀୟ ବଜେଟ ଉପସ୍ଥାପନ କରିବା ପୂର୍ବରୁ ଏକ...

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଅବସରରେ ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କଂଗ୍ରେସ...


Coronavirus Update

Archives

Model This Week

Why Dharitri