Posted inଖେଳ

ଫେରିଲେ ଧୋନୀ

ନୂଆଦିଲ୍ଲୀ,୧୭।୮- ଲ୍ୟୁଟନାଣ୍ଟ କଲୋନେଲ ମହେନ୍ଦ୍ର ସିଂ ଧୋନୀ ଜମ୍ମୁ-କଶ୍ମୀରରେ ୨ ସପ୍ତାହ ଧରି ଆର୍ମି ଯବାନଙ୍କ ସହ ଟ୍ରେନିଂ ଓ ଡ୍ୟୁଟି କରିବା ପରେ ନୂଆଦିଲ୍ଲୀ ଫେରିଛନ୍ତି। ବିଶ୍ୱକପ୍‌ ବିଜୟୀ ଅଧିନାୟକଙ୍କୁ ଶନିବାର ଲେ’ ବିମାରବନ୍ଦରଠାରେ ଦେଖାଯାଇଛି। ସେ ୧୦୬ ବାଟାଲିଅନ (ପାରା)ରେ ଜୁଲାଇ ୩୦ ତାରିଖରେ ଯୋଗଦେଇଥିଲେ। ବାଟାଲିଅନର ଅନ୍ୟ ଯବାନଙ୍କ ସହ ଧୋନୀ ୨ ସପ୍ତାହ ଧରି ବନ୍ଧୁକ ଚଲାଇବା ଟ୍ରେନିଂ ନେଇଥିଲେ। ଏଥିସହ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ପାଟ୍ରୋଲିଂ, ଗାର୍ଡ ଓ ପୋଷ୍ଟ ଡ୍ୟୁଟି ମଧ୍ୟ କରିଥିଲେ। ସେ ଗତ ୧୫ ତାରିଖରେ ଦେଶର ୭୩ତମ ସ୍ବାଧୀନତା ଦିବସ ପାଳନ କରିବା ଲାଗି ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ଯାଇଥିଲେ। ସେଠାରେ ସେ ଆର୍ମି ମେଡିକାଲରେ ଯବାନଙ୍କ ସହ ସମୟ ବିତାଇଥିଲେ। ଏହାପରେ ସିଆଚେନରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଉଲ୍ଲେଖଥାଉ କି, ବିଶ୍ୱକପ୍‌ରୁ ଭାରତୀୟ ଦଳ ଫେରିବା ପରେ ଧୋନୀ କ୍ରିକେଟରୁ ବିଶ୍ରାମ ନେବାକୁ ଧାର୍ଯ୍ୟ କରିଥିଲେ। ବିଶ୍ୱକପ୍‌ ପରଠାରୁ ତାଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ଲାଗି ରହିଥିବା ଅନିଶ୍ଚିତତା ଏବେ ପର୍ଯ୍ୟନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂରା ବର୍ଷ ପଡ଼ିଆରୁ ଦୂରେଇ ରହିବେ ଷ୍ଟାର ଖେଳାଳି

ଲଣ୍ଡନ,୫।୮: ଚଳିତ ବର୍ଷ କ୍ରିକେଟ ପଡ଼ିଆକୁ ଓହ୍ଲାଇପାରିବେ ନାହିଁ ଇଂଲଣ୍ଡର ଷ୍ଟାର ପେସର ଜୋଫ୍ରା ଆର୍ଚ୍ଚର। ଡାହାଣ କହୁଣି ଜନିତ ସମସ୍ୟାରୁ ତାଙ୍କୁ ମୁକୁଳିବାକୁ ସମୟ...

କିମ୍ବଦନ୍ତୀ ଆଥ୍‌ଲେଟ ମିଲ୍‌ଖା ସିଂ କରୋନା ପଜିଟିଭ

  ନୂଆଦିଲ୍ଲୀ/ଚଣ୍ଡିଗଡ଼,୨୧।୫(ପି.ଟି.): କିମ୍ବଦନ୍ତୀ ଭାରତୀୟ ଧାବକ ମିଲ୍‌ଖା ସିଂ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ସେ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିଛି। ଫଳରେ ଚଣ୍ଡିଗଡ଼ସ୍ଥିତ...

ହରମନପ୍ରୀତଙ୍କୁ ମିଳିଲା ବଡ଼ ଉପଲବ୍ଧି

ମେଲବୋର୍ନ,୨୪।୧୧: ମେଲବୋର୍ନ ରେନେଗାଡେସ ଷ୍ଟାର ହରମନପ୍ରୀତ କୌର ପ୍ରଥମ ଭାରତୀୟ ଖେଳାଳି ଭାବେ ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ)ରେ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ...

ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ: ବାରବାଟୀରେ ଫ୍ଲଡଲାଇଟ୍‌ ମରାମତି; ଗ୍ୟାଲେରି ଅନୁଧ୍ୟାନ କଲା ସରକାରୀ ଏଜେନ୍ସି

କଟକ ଅଫିସ,୧୩ା୧୧- ଡିସେମ୍ବର ୨୨ରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ପୂର୍ବରୁ ଷ୍ଟାଡିୟମର ନବକଳେବର ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) କର୍ତ୍ତୃପକ୍ଷ ତତ୍ପର...

ପଞ୍ଜାବ ଠାରୁ ହାରିଲା କୋଲକାତା; ଅଧିନାୟକ କହିଲେ ‘ମୁଁ ଦୋଷୀ, କ୍ୟାଚ୍‌ ଛାଡ଼ିବା…’

ଦୁବାଇ,୨।୧୦: ଆଇପିଏଲ୍‌ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ପଞ୍ଜାବ କିଙ୍ଗ୍ସ କୋଲକାତା ନାଇଟ ରାଇଡର୍ସକୁ ୫ ଉଇକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ...

ପଦ୍ମ ଧରିଲେ ସାଇନା ନେହଓ୍ବାଲ

ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର...

ବିବିଏଲରେ କୋଭିଡ୍‌-୧୯ ପ୍ରୋଟୋକଲ ଭାଙ୍ଗିଛନ୍ତି କ୍ରିସ ଲିନ, ଡାନ ଲରେନ୍ସ

ବ୍ରିସବେନ,୧୪।୧୨: ବ୍ରିସବେନ ହିଟ୍‌ ଅଧିନାୟକ କ୍ରିସ ଲିନ ଓ କ୍ଲବର ବିଦେଶୀ ଖେଳାଳି ଡାନ ଲରେନ୍ସ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଦୂରେଇ ରହିବେ। ଦୁହେଁ କାନବେରାଠାରେ...

ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ,୨୩।୩: ଆସନ୍ତା ୨୬ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହି ଟୁର୍ନାମେଣ୍ଟରେ ଦର୍ଶକଙ୍କ ଏଣ୍ଟ୍ରିକୁ ଏବେ ଗ୍ରୀନ୍‌ ସିଗ୍ନାଲ ଦେଇଛି ବିସିସିଆଇ।...

Advertisement
Archives

Model This Week