Advertisement
Posted inଖେଳ

ଫେରିବା ସଙ୍କେତ ଦେଲେ ଧୋନୀ

ନୂଆଦିଲ୍ଲୀ,୧୬।୧(ପି.ଟି.)- ବିସିସିଆଇର କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରୁ ବାଦ୍‌ ପଡ଼ିଥିବା ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗୁରୁବାର କ୍ରିକେଟକୁ ଫେରିବା ସଙ୍କେତ ଦେଇଛନ୍ତି। ସେ ଝାଡ଼ଖଣ୍ଡ ରଣଜୀ ଦଳ ସହ ଅଭ୍ୟାସ ଆରମ୍ଭ କରିଛନ୍ତି। ଏଥିସହ ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ଭବିଷ୍ୟତ ନେଇ ପୁଣି କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ୩୮ ବର୍ଷୀୟ କ୍ରିକେଟର ଘରୋଇ ଗ୍ରାଉଣ୍ଡ ରାଞ୍ଚରେ ନେଟ୍‌ ପ୍ରାକ୍ଟିସ କରିଥିଲେ। ଏହା ଦର୍ଶାଉଛି ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ଲାଗି ସେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଧୋନୀ ଆମ ସହ ଅଭ୍ୟାସ ଓ ଟ୍ରେନିଂ କରିବେ ବୋଲି ଆମେ ଜାଣି ନ ଥିଲୁ। ମାତ୍ର ତାଙ୍କୁ ଗ୍ରାଉଣ୍ଡରେ ଦେଖି ଆମେ ବହୁତ ଖୁସି। ସେ କିଛି ସମୟ ବ୍ୟାଟିଂ କରିବା ପରେ ସାଧାରଣ ଟ୍ରେନିଂ କରିଥିଲେ ବୋଲି ଝାଡ଼ଖଣ୍ଡ ଦଳୀୟ ମ୍ୟାନେଜମେଣ୍ଟର ନିକଟସ୍ଥ ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ରବିବାର ଝାଡ଼ଖଣ୍ଡ ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଉତ୍ତରାଖଣ୍ଡକୁ ଭେଟିବ। ଜୁଲାଇ ୯ ତାରିଖରେ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭରତୀୟ ଦଳର ପରାଜୟ ପରେ ଧୋନୀ ଏପର୍ଯ୍ୟନ୍ତ କୌଣସି ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳିନାହାନ୍ତି। କିନ୍ତୁ ଆଇପିଏଲରେ ଭଲ ପ୍ରଦର୍ଶନ କରି ଟି୨୦ ବିଶ୍ୱକପ୍‌ ଦଳରେ ସ୍ଥାନ ହାସଲ କରିପାରନ୍ତି। ଟି୨୦ ବିଶ୍ୱକପ୍‌ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ମ୍ୟାଚ୍‌ରେ ମାସାକାଡ୍‌ଜାଙ୍କ ବିସ୍ଫୋରକ ବ୍ୟାଟିଂ

ଚାଟୋଗ୍ରାମ,୨୧।୯: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଜିମ୍ବାଓ୍ବେ ଦଳର ଅଧିନାୟକ ହାମିଲଟନ ମାସାକାଡ୍‌ଜା କ୍ୟାରିୟରର ଅନ୍ତିମ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେ ୪୨...

ଗ୍ରେଡ୍‌ ‘ବି’କୁ ଖସିଲେ ମିତାଲି

ନୂଆଦିଲ୍ଲୀ, ୧୭।୧(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ଗ୍ରେଡ୍‌ ‘ଏ’ରୁ ଖସି ଗ୍ରେଡ୍‌ ‘ବି’ରେ ସ୍ଥାନ ପାଇଛନ୍ତି ଭେଟେରାନ ମହିଳା କ୍ରିକେଟର ମିତାଲି...

ବିଶ୍ୱର ୭ମ ବୋଲର ଭାବେ ୫୦୦ ଉଇକେଟ୍‌ ନେଲେ ବ୍ରଡ୍‌

ମାଞ୍ଚେଷ୍ଟର, ୨୮।୭: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୩ୟ ଟେଷ୍ଟ ଅବସରରେ ଇଂଲଣ୍ଡର ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ଏକ ଉଲ୍ଲେଖନୀୟ...

ଅଲିମ୍ପିକ ସଂହତି ପାଣ୍ଠି କମିଟିରେ ଅଧୀପ

କଟକ ଅଫିସ,୩୦ା୫: ଇଣ୍ଡିଆନ ଅଲିମ୍ପିକ ଆସୋସିଏଶନ(ଆଇଓଏ)ର ଅଲିମ୍ପିକ ସଂହତି ପାଣ୍ଠି କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଓଡ଼ିଶାର ବରିଷ୍ଠ କ୍ରୀଡ଼ା ସଙ୍ଗଠକ ଅଧୀପ ଦାସ।...

କ୍ୟାନ୍‌ସର୍‌ରେ ସୁରେଶ ରାଇନା ପିତାଙ୍କ ପରଲୋକ

ଗାଜିଆବାଦ୍‌, ୬।୨:ପୂର୍ବତନ ଟିମ ଇଣ୍ଡିଆ ଅଲରାଉଣ୍ଡର ସୁରେଶ ରାଇନାଙ୍କ ପିତା ତ୍ରିଲୋକଚାନ୍ଦ ରାଇନାଙ୍କ ରବିବାର ଗାଜିଆବାଦସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ...

କିଏ ବକ୍ସର ତ କିଏ ଭାଜପା ନେତା: ଜାଣନ୍ତୁ କ’ଣ କରନ୍ତି ଆପଣଙ୍କ ପ୍ରିୟ କ୍ରିକେଟରଙ୍କ ଧର୍ମପତ୍ନୀ

ନୂଆଦିଲ୍ଲୀ,୧୭।୩: ନିକଟରେ ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ପ୍ରେମିକା ସଞ୍ଜନା ଗଣେଶନଙ୍କ ହାତ ଧରିଛନ୍ତି। ଗୋଆରେ ବ୍ୟବସ୍ଥିତ ଢ଼ଙ୍ଗରେ ଉଭୟ ହାତକୁ ଦୁଇ...

ଭାରତୀୟ ଡ୍ରେସିଂ ରୁମ୍‌ରେ ହଠାତ୍‌ ପହଞ୍ଚିଲେ ଧୋନୀ

ଲଣ୍ଡନ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ରେ ମ୍ୟାଚରେ ଭାରତ ୪୯ ରନ୍‌ରେ ଘରୋି ଦଳକୁ ପରାସ୍ତ କରିଛି। ଏହି ମ୍ୟାଚ୍‌...

ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ : କ୍ୱାରାଣ୍ଟାଇନ୍‌ ସମୟରେ ଟ୍ରେନିଂ ପାଇଁ ନ୍ୟୁ ସାଉଥ୍‌ ଓ୍ବେଲ୍ସ ସରକାରଙ୍କ ଅନୁମତି

ସିଡ୍‌ନୀ, ୨୩।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ପରେ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଯିବ। ସେଠାରେ ଦଳ ପ୍ରଥମେ ସିଡ୍‌ନୀ ଓ କାନ୍‌ବେରାରେ ୩ଟି...

Advertisement
Archives

Model This Week