ଫେରାର ନିର୍ବାହୀ ଯନ୍ତ୍ରୀଙ୍କୁ ଭୁବନେଶ୍ୱରରୁ ଗିରଫ କଲା ଭିଜିଲାନ୍ସ

ଭଦ୍ରକ ଅଫିସ,୧୮।୨- ଲାଞ୍ଚ ନେବା ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ମାସେ ହେଲା ଫେରାର ଥିବା ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୧)ର ନିର୍ବାହୀ ଯନ୍ତ୍ରୀ ମାନସ କୁମାର ମହାନ୍ତିଙ୍କୁ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍‌ ଭୁବନେଶ୍ୱର ପଟିଆସ୍ଥିତ ତାଙ୍କ ଘରୁ ଗିରଫ କରିଛି। ମଙ୍ଗଳବାର ଗିରଫ ପରେ ତାଙ୍କୁ ବାଲେଶ୍ୱର ଭିଜିଲାନ୍ସ କୋର୍ଟକୁ ଅଣାଯାଇଛି। ତାଙ୍କର ମୋଟ ୩ କୋଟି ୯୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ୯ ତାରିଖରେ ଠିକାଦାର ଦିଗମ୍ବର ଦାସଙ୍କଠାରୁ ୮ ଲକ୍ଷ ୨୦ ହଜାର ଟଙ୍କାର ବିଲ୍‌କୁ ଅନ୍‌ଲାଇନ କରାଇଦେବା ପାଇଁ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ବିଭାଗ(୧)ର ଡାଟାଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ସେହି ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଥିଲେ। ଅଭିଯୋଗକାରୀ ଠିକାଦାର ଦିଗମ୍ବର ଓ ଗିରଫ ପ୍ରିୟବ୍ରତଙ୍କ ବୟାନକୁ ଭିତ୍ତିକରି ଭିଜିଲାନ୍ସ ଟିମ୍‌ ନିର୍ବାହୀଯନ୍ତ୍ରୀ ମାନସଙ୍କ କାର୍ଯ୍ୟକୁ ସନ୍ଦେହ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ମୋବାଇଲ ସୁଇଚ୍‌ଅଫ୍‌ କରି ସେ ଫେରାର ଥିବାରୁ ଭିଜିଲାନ୍ସ ଟିମ୍‌ ଭଦ୍ରକରେ ଭଡ଼ାରେ ଚାଲିଥିବା ତାଙ୍କ ଆବାସିକ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲା। ଏହାପରେ ଅଧିକ ତନାଘନା ଆରମ୍ଭ କରିଥିଲା ଭିଜିଲାନ୍ସ। ମଙ୍ଗଳବାର ଏହି ଟିମ୍‌ ଭୁବନେଶ୍ୱର ପଟିଆ ସ୍ଥିତ ମାନସଙ୍କ ଘରେ ପହଞ୍ଚି ଖାନ୍‌ତଲାସ କରି ତାଙ୍କୁ ଗିରଫ କରିଥିଲା। ଏବେ ଭିଜିଲାନ୍ସ ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଶିମିଳିପାଳ

ବାରିପଦା ଅଫିସ, ୫।୩: ସବୁଜ ବନାନୀରେ ଆଚ୍ଛାଦିତ ପ୍ରକୃତି ସୁନ୍ଦରୀ ଶିମିଳିପାଳ ଏବେ ନିଆଁ କବଳରେ। କ୍ରମାଗତ ମାସେ ହେଲା ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ନିଅଁା ଲାଗୁଥିବା...

ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ: ପତ୍ନୀ, ଦୁଇ ଝିଅ ମଧ୍ୟ ସଂକ୍ରମିତ

ଭୁବନେଶ୍ୱର, ୨୦।୬(ବ୍ୟୁରୋ)-  ଦିଲ୍ଲୀରେ ଜଣେ ଓଡ଼ିଆ ଡାକ୍ତରଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ହେଲେ ୩୯ ବର୍ଷୀୟ ଡା. ଅଶ୍ୱିନୀ କୁମାର ପ୍ରତାପ। ତାଙ୍କ ଘର...

ରକ୍ତ ଦେବାକୁ ଲମ୍ବାଧାଡ଼ି

ଭଦ୍ରକ ଅଫିସ, ୩।୬: ଆହତମାନଙ୍କ ପାଇଁ ରକ୍ତର ଆବଶ୍ୟକତାକୁ ଲକ୍ଷ୍ୟ କରି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ମହିଳା ଏବଂ ଯୁବତୀ ଯୁବକ ସ୍ବେଚ୍ଛାକୃତ ଭାବେ...

ସୁରକ୍ଷା ଖୋଜୁଛି ଐତିହ୍ୟ, ସଂସ୍କୃତି

ରାଜଧାନୀ ପୃଷ୍ଠାରେ ଘଟିଯାଉଛି କେତେ ଘଟଣା, ଲିପିବଦ୍ଧ ହେଉଛି କେତେ କାହାଣୀ। ମୁଁ, ତୁମେ ଭଳି ଲକ୍ଷ ଲକ୍ଷ ଲୋକଙ୍କ ସହ ଏହି ଐତିହ୍ୟ ସହର...

ଅନୁଗୋଳ ବଜାରରେ କେଟିଏମ୍‌ ଆର୍‌ସି ୧୨୫

ଅନୁଗୋଳ ଅଫିସ, ୧୮।୭ – କେଟିଏମ୍‌ ପକ୍ଷରୁ ନୂଆ ଆର୍‌ସି ୧୨୫ ମଡେଲ ଅନୁଗୋଳ ବଜାର ପ୍ରବେଶ କରିଛି। ଏହି ମଡେଲ ଆର୍‌ସି ୧୬ କେଟିଏମ୍‌...

ଯୁବକଙ୍କୁ ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଫେରାର ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକେଇ ଗାଁର ଟୁନା ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଘଟଣାର ୪ ମାସ ପରେ ଶନିବାର...

ନିଲମ୍ବିତ ଏସ୍‌ଆଇ ରାକେଶ ଗିରଫ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ଚୋରା ଗାଡ଼ି କାରବାର ସହ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା କରି ଗର୍ଭପାତ କରାଇବା ଘଟଣାରେ ସମ୍ପୃକ୍ତ କ୍ୟାପିଟାଲ ଥାନା...

ଇସ୍ପାତ ଓ ଖଣି ବିଭାଗର ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୧୭ା୧୨(ବ୍ୟୁରୋ):ରାଜ୍ୟରୁ କରୋନା କଟକଣା ଏକ ପ୍ରକାର କୋହଳ ହୋଇସାରିଛି। ହେଲେ କିଛିଦିନ ହେବ ସ୍କୁଲ ଶିକ୍ଷକ ଏବଂ ଚାତ୍ରୀଛାତ୍ରମାନେ କେତେଗୁଡିଏ ସ୍ଥାନରେ କରୋନା ପଜେଟିଭ...

Advertisement
Archives

Model This Week