ଫେବୃୟାରୀ ୫ରେ ପଶ୍ଚିମ ଓଡ଼ିଶା ବନ୍ଦ

ବଲାଙ୍ଗୀର ଅଫିସ, ୨୪ା୧: ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଓକିଲ ସଂଘ ପକ୍ଷରୁ ଦୀର୍ଘବର୍ଷ ଧରି ଚାଲିଥିବା ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ଏବେ ଏକ ଭିନ୍ନମୋଡ ନେଇଛି। କିଛି ଦିନ ତଳେ ବାର କାଉନସିଲ ଅଫ୍‌ ଇଣ୍ଡିଆ ଆନ୍ଦୋଳନରତ ଓକିଲମାନଙ୍କ ଲାଇସେନ୍ସ ରଦ୍ଦ ତଥା ସେମାନଙ୍କ ମକଦ୍ଦମାକୁ ନିକଟସ୍ଥ କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସ୍ଥାୟୀବେଞ୍ଚ ଦାବି ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ ନ କରି ଅଗଣତାନ୍ତ୍ରିକ ଉପାୟରେ ବାର କାଉନିସଲ ଅଫ୍‌ ଇଣ୍ଡିଆ ଓକିଲ ସଂଘମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ହାଇକୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି। ଓକିଲମାନଙ୍କ ଆନ୍ଦୋଳନକୁ ଦମନ କରିବା ପାଇଁ ବାର କାଉନସିଲ ଅଫ୍‌ ଇଣ୍ଡିଆର ଏପରି ଏକଚାଟିଆ ପଦକ୍ଷେପ ବିରୋଧରେ ପଶ୍ଚିମ ଓଡ଼ିଶାର ଓକିଲମାନେ ଏକଜୁଟ ହୋଇ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ବାର୍‌ କାଉନସିଲ ଅଫ୍‌ ଇଣ୍ଡିଆର ମନମୁଖୀ କାରବାର ଓ ଅଗଣତାନ୍ତ୍ରିିକ ନିଷ୍ପତ୍ତି ବିରୋଧରେ ଆସନ୍ତା ଫେବୃୟାରୀ ୫ ତାରିଖରେ ୧୨ଘଣ୍ଟିଆ ପଶ୍ଚିମ ଓଡ଼ିିଶା ବନ୍ଦ ଡାକରା ଦିଆଯିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଛି। ସେଦିନ ସମଗ୍ର ପଶ୍ଚିମ ଓଡ଼ିଶାର ସମସ୍ତ ଦୋକାନ, ବଜାର, ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ବୀମା ପ୍ରତିଷ୍ଠାନଗୁଡିକ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଫ୍‌ଡିସି ସବ୍‌ଡିଭିଜନାଲ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟୁ

ଲଖନପୁର,୨୬ା୧୧(ଡି.ଏନ୍‌.ଏ.):ଓଡିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ଝାରସୁଗୁଡ଼ା ଜିଲା ବନ ଉନ୍ନୟନ ନିଗମ ସବ୍‌ ଡିଭିଜନାଲ ମ୍ୟାନେଜର ବାସୁଦେବ ପାଲଙ୍କ ଗତ ମଙ୍ଗଳବାର ସନ୍ଦେହଜନକ ମୃତ୍ୟୁ ଘଟିଛି।...

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ:ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ ଅଫିସ, ୯।୧୦: ବୁଧବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ...

ଅଭିଯୁକ୍ତଙ୍କ ଗିରଫ ଦାବିରେ ଗର୍ଭବତୀ ନାବାଳିକାଙ୍କ ଧାରଣା

ଅଫିସ, ୩।୮: ଭଦ୍ରକ ଜିଲା ତିହିଡ଼ି ଥାନା ଅଞ୍ଚଳରେ ଗତ ଦୁଇ ମାସ ପୂର୍ବେ ଜନୈକ ନାବାଳିକାଙ୍କୁ ବଳାତ୍କାର ହୋଇଥିଲା। ସମ୍ପୃକ୍ତା ପୀଡ଼ିତା ବର୍ତ୍ତମାନ ଗର୍ଭବତୀ...

‘ରାଜ୍ୟରେ ‘ମଙ୍କିପକ୍ସ’ ମାମଲା ନାହିଁ’

ଭୁବନେଶ୍ୱର,୨୯।୭(ବ୍ୟୁରୋ): ‘ମଙ୍କିପକ୍ସ’କୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,ରାଜ୍ୟରେ ଏବେ କୌଣସି ‘ମଙ୍କିପକ୍ସ’ମାମଲା ଚିହ୍ନଟ ହୋଇନାହାନ୍ତି। ହେଲେ ଲକ୍ଷଣ ଦେଖାଗଲେ...

ସାଙ୍ଗ ଆଗରେ ଚାଲିଗଲା ଜୀବନ

ଭଞ୍ଜନଗର,୧୪।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ ଗାମୁଣ୍ଡି-ଭାଲିଆଖାଇ ରାସ୍ତାରେ ଗୁରୁବାର ଏକ ବାଇକ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟି ଥିବା ବେଳେ ଅନ୍ୟ...

ବ୍ରହ୍ମପୁର ପୌର ନିର୍ବାଚନ ହେଉନି ନିରପେକ୍ଷ

ବ୍ରହ୍ମପୁର ଅଫିସ,୧୪ା୩: ବ୍ରହ୍ମପୁର ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାରେ ପ୍ରଶାସନ ବିଫଳ ହୋଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଇଙ୍ଗିତରେ ସରକାରୀ କଳ ବେନିୟମ...

ସ୍ଥଗିତ ରଥଯାତ୍ରାର ଇତିହାସ

ପୁରୀ ଅଫିସ,୨୫ା୪: ଜୁନ୍‌ ୨୩ରେ ରଥଯାତ୍ରା। ହେଲେ ବର୍ତ୍ତମାନ ରାଜ୍ୟରେ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି। ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ଜୁନ୍‌...

ନାଗରିକତ୍ୱ ସଂଶୋଧନ ବିଧେୟକକୁ ସମର୍ଥନ କଲା ବିଜେଡି

ଭୁବନେଶ୍ୱର,୯ା୧୨:(ବ୍ୟୁରୋ): ସୋମବାର ପାର୍ଲାମେଣ୍ଟରେ ନାଗରିକତ୍ୱ ସଂଶୋଧନ ବିଧେୟକ-୨୦୧୯ ଆଗତ ହୋଇଛି। ପୂର୍ବାହ୍ନରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଲୋକ ସଭାରେ ବିବାଦୀୟ ନାଗରିକତ୍ୱ ସଂଶୋଧନ ବିଧେୟକ...

Advertisement
Archives

Model This Week